ETV Bharat / business

ଉଛୁଳୁଛି ମାର୍କେଟ, ଆରମ୍ଭରୁ ସେନସେକ୍ସ 300 ଓ ନିଫ୍ଟି 14 ପାର

author img

By

Published : Apr 6, 2021, 11:35 AM IST

ଉଛୁଳୁଛି ମାର୍କେଟ, ଆରମ୍ଭରୁ ସେନସେକ୍ସ 300 ଓ ନିଫ୍ଟି 14 ପାର
ଉଛୁଳୁଛି ମାର୍କେଟ, ଆରମ୍ଭରୁ ସେନସେକ୍ସ 300 ଓ ନିଫ୍ଟି 14 ପାର

ଆଜି ମାର୍କେଟରେ କାରବାର ଉତ୍ସାହଜନକ। ସେନସେକ୍ସ 300 ପଏଣ୍ଟ ପାର କରିବା ସହ ନିଫ୍ଟି 14 ହଜାର ଉପରେ। ଅଧିକ ପଢନ୍ତୁ...

ମୁମ୍ବାଇ: ଆଜି ଚାରୋଟି ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପଡୁଛି ଭୋଟ। ପ୍ରାରମ୍ଭରୁ ବଜାର କାରବାର ଉତ୍ସାହଜନକ। ଦୁର୍ବଳ ଅଙ୍କ ସହ କାରବାର ଆରମ୍ଭ ହେବା ପରେ ସେନସେକ୍ସ କାରବାର ଭଲ ଥିଲା। ସେନସେକ୍ସ 300 ପଏଣ୍ଟ ପାର କରିବା ସହ ନିଫ୍ଟି 14 ହଜାର ଉପରେ ରହିଛି। ବିଏସଇ ସେନସେକ୍ସ 313.14 ବଢି 49,472.46ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 99.80 ବଢି 14,737.60ରେ ପହଁଞ୍ଚିଛି।

ଉଛୁଳୁଛି ମାର୍କେଟ, ଆରମ୍ଭରୁ ସେନସେକ୍ସ 300 ଓ ନିଫ୍ଟି 14 ପାର
ଉଛୁଳୁଛି ମାର୍କେଟ, ଆରମ୍ଭରୁ ସେନସେକ୍ସ 300 ଓ ନିଫ୍ଟି 14 ପାର

ସେନସେକ୍ସ ପ୍ୟାକରେ ପାୱାରଗ୍ରୀଡ୍ ସର୍ବାଧିକ ଲାଭକାରୀ ଥିବା ବେଳେ 2 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏମଆଣ୍ଡଏମ୍, ଏନଟିପିସି, ଇଣ୍ଡିଗୋ, ଇଣ୍ଡିଆ ବ୍ୟାଙ୍କ, ବଜାଜ ଫାଇନାସ୍ସ, ସନ୍ ଫାର୍ମା, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫସି ବ୍ୟାଙ୍କ୍, ଇନଫୋସିସ୍ ଇତ୍ୟାଦି।

ଏହା ପୂର୍ବ ଅଧିବେଶନରେ ସେନସେକ୍ସ 870.51ରୁ ଖସି 49,159.32 କାରବାର କରିଥିବା ବେଳେ ନିଫ୍ଟି 229.55ରେ ବୃଦ୍ଧି ପାଇ 14,637.80ରେ କାରବାର ବନ୍ଦ କରିଥିଲା। ବିଦେଶୀ ସଂସ୍ଥାଗତ ନିବେଶକ (FII) ପୁଞ୍ଜି ବଜାରରେ ନେଟ ବିକ୍ରେତା ଥିଲେ। ତେଣୁ ସୋମବାର 931.66 କୋଟି ଟଙ୍କା ମୂଲ୍ୟର ସେୟାର ଅଫଲୋଡ୍ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.