ETV Bharat / business

ଭାରତରେ ବିଟକଏନ ପ୍ରଚଳନକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

author img

By

Published : Mar 4, 2020, 3:49 PM IST

ଏବେ ଭାରତରେ ବିଟକଏନରେ ବି ହେବ ନେଣଦେଣ । ଅନୁମତି ଦେଲେ ସୁପ୍ରିମକୋର୍ଟ । 2018ରେ ଆରବିଆଇ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲା ।

SC allows trade in cryptocurrency, quashes RBI curb
ଭାରତରେ ବିଟକଏନ ପ୍ରଚଳନକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଏବେ ଭାରତରେ ବିଟକଏନରେ ବି ହୋଇପାରିବ ନେଣଦେଣ । ବୁଧବାର ସୁପ୍ରିକୋର୍ଟ ଭର୍ଚୁଆଲ କରେନ୍ସି(କ୍ରିପ୍ଟୋକରେନ୍ସି)ରେ ବେପାର ପାଇଁ ଅନୁମତି ଦେଇଛନ୍ତି । ଏଥିସହ ଏହା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ଏବେ ସମସ୍ତ ବ୍ୟାଙ୍କରେ ଏହାର ପ୍ରଚଳନ ହୋଇପାରିବ ।

ପ୍ରକାଶ ଯେ, 2018ରେ ଆରବିଆଇ ଏକ ସର୍କୁଲାର ଜାରି କରି ବ୍ୟାଙ୍କକୁ କ୍ରିପ୍ଟୋକରେନ୍ସିରେ କାରବାର ପାଇଁ ମନା କରିଥିଲା । ହେଲେ ଏବେ ସୁପ୍ରିମକୋର୍ଟଙ୍କ ଏହି ପ୍ରତିବନ୍ଧକକୁ ହଟାଇବା ପରେ ଭାରତୀୟମାନେ ମଧ୍ୟ ବିଟକଏନ ଭଳି କ୍ରିପୋକରେନ୍ସିକୁ କିଣିବା ସହ ବିକ୍ରି କରିପାରିବେ ।

କଣ ଏହି ବିଟକଏନ

ଏହା ଏକ ଡିଜିଟାଲ କରେନ୍ସି ( ଅନଲାଇନ ୱାଲେଟ)। ବିଶ୍ବର ସବୁଠୁ ମୁଲ୍ୟବାନ କ୍ରିପ୍ଟୋ କରେନ୍ସି । ଏହା ବ୍ଲକ ଚେନ ଟେକନିକ ଉପରେ ଆଧାରିତ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ବିଟ କଏନ ଦ୍ବାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏହା ଏକ ଭର୍ଚ୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ବର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏପରିକି କେନ୍ଦ୍ର ବ୍ୟାଙ୍କରୁ ମଧ୍ୟ ଏହା ସ୍ବତନ୍ତ୍ର । ଯାହାକି ଏହାର ସବୁଠୁ ବଡ ଅସୁବିଧା । ଏକ ବିଟକଏନ 6,46,362.43 ଭାରତୀୟ ମୁଦ୍ରା ସହ ସମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.