ETV Bharat / business

5 ଟ୍ରିଲିୟନ ମାର୍କ ଟପିଲା SBI ହୋମଲୋନ ବିଜନେସ

author img

By

Published : Feb 10, 2021, 4:35 PM IST

କମ ସୁଧ ହାର ଓ ସହଜ ପକ୍ରିୟା ଯୋଗୁଁ ବଢୁଛି ଏସବିଆଇର ହୋମଲୋନ କାରବାର । ହୋମଲୋନ ମାର୍କେଟରେ ବଡ ଉପଲବ୍ଧ ସହ ଏସବିଆଇ 5 ଟ୍ରିଲିୟନ ମାର୍କ କାରବାର ଟପିଛି । ଅଧିକ ପଢନ୍ତୁ..

5 ଟ୍ରିଲିୟନ ମାର୍କ ଟପିଲା SBI ହୋମଲୋନ ବିଜନେସ
5 ଟ୍ରିଲିୟନ ମାର୍କ ଟପିଲା SBI ହୋମଲୋନ ବିଜନେସ

ମୁମ୍ବାଇ: ହୋମ ଲୋନ କାରବାରରେ ରେକର୍ଡ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) । ଏସବିଆଇ ଏହାର ହୋମ ଲୋନ ବିଜନେସ 5 ଟ୍ରିଲିୟନ ଟଙ୍କା ( 5 ଲକ୍ଷ କୋଟି ଟଙ୍କା)ର ମାର୍କ ପାର କରି ସୃଷ୍ଟି କରିଛି ନୂଆ ମାଇଲଖୁଣ୍ଟ ।

ବ୍ୟାଙ୍କ ଆର୍ଥିକ ବର୍ଷ 2024 ଯାଏଁ ଏହି କାରବାରକୁ 7 ଟ୍ରିଲିୟନ ଟଙ୍କା କରିବାକୁ ଲକ୍ଷ୍ୟ ରଖିଛି । ଗତ 10 ବର୍ଷରେ ଏସବିଆଇର ରିଅଲ ଇଷ୍ଟେଟ ଓ ହାଉସିଂ ବିଜନେସ ୟୁନିଟ (REHBU) 5 ଗୁଣା ବୃଦ୍ଧି ହୋଇଛି । ଯେଉଁଥିରେ 2011ରେ 89,000 କୋଟି ଟଙ୍କାର ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ (AUM)2021ରେ 5 ଟ୍ରିଲିୟନ ଟଙ୍କା ହୋଇଛି। ଏଥିରେ କୁହାଯାଇଛି କି ସୁଧ 6.80% ପ୍ରତି ବର୍ଷ ତୁଳନାରେ କମ ଅଟେ । ଏସବିଆଇର ହୋମ ଲୋନ ସେଗମେଣ୍ଟରେ 34 ପ୍ରତିଶତ ବଜାର ଅଂଶଧନ ରହିଛି ।

ଏସବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି କି, ‘‘ଏହି ଅସାଧାରଣ ଉପଲବ୍ଧି ବ୍ୟାଙ୍କରେ ଗ୍ରାହକଙ୍କୁ ନିରନ୍ତର ବିଶ୍ବାସର ଏକ ପ୍ରମାଣ । ଆମେ ଅନୁଭବ କରୁଛୁ ଯେ ଟେକ୍ନୋଲୋଜିକୁ ବ୍ୟକ୍ତିଗତ ସେବା ସହିତ ମିଶ୍ରଣ କରିବା ହେଉଛି ସାମ୍ପ୍ରତିକ ପରିସ୍ଥିତିରେ ପ୍ରମୁଖ । ’’

ଏସବିଆଇ ଏକ ଧ୍ୟାନ ଦୃଷ୍ଟିକୋଣକୁ ଆପଣାଇଛି ଓ ଏହାକୁ ଏକ ଜାତୀୟ ପ୍ରାଥମିକତା ଭାବରେ ଗ୍ରହଣ କରି ହୋମ ଲୋନ କ୍ଷେତ୍ରରରେ ବଜାରେ ଅଗ୍ରଣୀ ହୋଇପାରିଛି । ଆମେ ସର୍ବଦା ହୋମ ଲୋନକୁ ଦେଶର ଅଭିବୃଦ୍ଧିର ଡ୍ରାଇଭର ବୋଲି ବିବେଚନା କରିଥାଉ । ଏଣୁ ଆମେ ଏସବିଆଇରେ ଗ୍ରାହକଙ୍କ ଖୁସିକୁ ବଢାଇବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଜାରି ରଖିବୁ । ଯାହାକି ପରିବର୍ତ୍ତନଶୀଳ ବ୍ୟାଙ୍କକୁ ନୂଆ ଶିଖରରେ ପହଞ୍ଚିବାରେ ସାହାଯ୍ୟ କରିବ ବୋଲି ଖାରା ଜଣାଇଛନ୍ତି ।

ହୋମ ଲୋନ ଡେଲିଭରି କ୍ଷମତାକୁ ସୁଧାରିବା ପାଇଁ ବିଭିନ୍ନ ଡିଜିଟାଲ ପଦକ୍ଷେପ ଉପରେ ମଧ୍ୟ କାମ କରୁଛି ଏସବିଆଇ । ଯେଉଁଥିରେ ଏକ ଅଦ୍ବିତୀୟ ଏକୀକୃତ ପ୍ଲାର୍ଟଫର୍ମ ଖୁଚୁରା ଋଣ ପରିଚାଳନା ପ୍ରଣାଳୀ ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.