ETV Bharat / business

HDFC ବ୍ୟାଙ୍କ ଉପରେ 10 କୋଟିର ଜୋରିମାନା

author img

By

Published : May 29, 2021, 4:08 PM IST

Updated : May 29, 2021, 5:56 PM IST

HDFC  ବ୍ୟାଙ୍କ ଉପରେ 10 କୋଟିର ଜୋରିମାନା
HDFC ବ୍ୟାଙ୍କ ଉପରେ 10 କୋଟିର ଜୋରିମାନା

ଭାରତୀୟ ରିଜର୍ଭ ବ୍ୟାଙ୍କ ଏଚଡିଏଫସି ଉପରେ 10 କୋଟି ଟଙ୍କାର ଜୋରିମାନା ଲଗାଇଛି । ଅଧିକ ପଢନ୍ତୁ..

ମୁମ୍ବାଇ: ଦେଶର ବଡ ଘରୋଇ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ଉପରେ ଲାଗିଲା ମୋଟା ତଣ୍ଡ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏଚଡିଏଫସି ଉପରେ 10 କୋଟି ଟଙ୍କାର ଜୋରିମାନା ଲଗାଇଛି । ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଧାରା 6(2) ଓ ଧାରା 8 ର ନିୟମ ଉଲ୍ଲଂଘନ ଯୋଗୁଁ ଏହି ଦଣ୍ଡବିଧାନ କରାଯାଇଛି।

କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ଆକ୍ସନ ରେଗୁଲେଟରୀ କମ୍ପ୍ଲିଆନ୍ସରେ ଗଡବଡ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରକାଶ କି ଏକ ହ୍ବିସଲବ୍ଲୋଅର ଅଭିଯୋଗର ଯାଞ୍ଚ ପରେ ଏହି ଜୋରିମାନା ଲଗାଯାଇଛି । ଅଭିଯୋଗରେ ବ୍ୟାଙ୍କର ଗାଡି ଲୋନ ପୋର୍ଟୋଫୋଲିଓ ରେ ଅନିୟମତା ନେଇ କୁହାଯାଇଛି । ତେବେ ଜୋରିମାନା ଲଗାଇବା ଆଦେଶ ମେ 27 ରେ ଜାରି ହୋଇଥିଲା ।

ନିକଟରେ ଆରବିଆଇ ଆଇସିଆଇସିଆଇ ବ୍ୟାଙ୍କ ଉପରେ 3 କୋଟି ଟଙ୍କାର ଜୋରିମାନା ଲଗାଇଥିଲା । ସେହିଭଳି ନିୟମରେ ଉଲଙ୍ଘନ କରିବା ଅଭିଯୋଗରେ ମହାରାଷ୍ଟ୍ରର ଏକ ସହକାରୀ ବ୍ୟାଙ୍କ ବିରୋଧରେ ମଧ୍ୟ ଜୋରିମାନା ଲାଗିଥିଲା ।

Last Updated :May 29, 2021, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.