ETV Bharat / business

ଆସିପାରେ RBIର ଡିଜିଟାଲ କରେନ୍ସି , ଚାଲିଛି ବିଚାର

author img

By

Published : Feb 5, 2021, 8:55 PM IST

କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ କରେନ୍ସି ମଡେଲ ଉପରେ ବିଚାର କରୁଛି ଆରବିଆଇ ଅଭ୍ୟନ୍ତରୀଣ ପାନେଲ । ଶୀଘ୍ର ନିଆଯିବ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଆସିପାରେ RBIର ଡିଜିଟାଲ କରେନ୍ସି , ଚାଲିଛି ବିଚାର
ଆସିପାରେ RBIର ଡିଜିଟାଲ କରେନ୍ସି , ଚାଲିଛି ବିଚାର

ନୂଆଦିଲ୍ଲୀ: ଆରବିଆଇର ଆଭ୍ୟନ୍ତରୀଣ କମିଟି କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ ମୁଦ୍ରା ଜାରି କରିବା ପକ୍ରିୟା ଉପରେ ଜୋର ଦେଉଛି । ଆଉ ବହୁତ ଶୀଘ୍ର ଏ ସମ୍ବନ୍ଧରେ ନିଜର ସୁପାରିସ ପ୍ରସ୍ତୁତ ନିର୍ଣ୍ଣୟ ଜଣାଇବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ବି ପି କାନୁନଗୋ ଶୁକ୍ରବାର ଏନେଇ କହିଛନ୍ତି ।

ପ୍ରକାଶ ଯେ, ଆରବିଆଇ ପୂର୍ବରୁ ଅଫିସିଆଲ ଡିଜିଟାଲ କରେନ୍ସି ଆଣିବା ପାଇଁ ଘୋଷଣା କରିଥିଲା । ବିଟକଏନ ଭଳି କ୍ରିପ୍ଟୋକରେନ୍ସି ପ୍ରଚାର ମଧ୍ୟରେ ଏହି ଘୋଷଣା କରାଯାଇଥିଲା । ଏହି ମୁଦ୍ରାକୁ ନେଇ ଆରବିଆଇର ଅନେକ ଚିନ୍ତା ରହିଛି । ସରକାର ଗତ ସପ୍ତାହ ପ୍ରାଇଭେଟ କ୍ରିପ୍ଟୋକରେନ୍ସିକୁ ବନ୍ଦ କରିବା ପାଇଁ ପଦକ୍ଷେପ ଉଠାଇଛନ୍ତି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର କହିଛନ୍ତି କି, ‘ ଡିଜିଟାଲ ମୁଦ୍ରା ଦୃଷ୍ଟିରୁ ମତେ ଲାଗୁଛି କି ଆମେ ପ୍ରଥମରୁ ଡକ୍ୟୁମେଣ୍ଟ ଜାରି କରିସାରିଛୁ । ଆମର ଡିଜିଟାଲ ପେମେଣ୍ଟ ଡକ୍ୟୁମେଣ୍ଟ ଦର୍ଶାଉଛି ଯେ, ଆରବିଆଇରେ ଡିଜିଟାଲ ମୁଦ୍ରା ଉପରେ କାମ ଜାରି ରହିଛି । ’

କାନୁନଗୋ କହିଛନ୍ତି କି ଡିଜିଟାଲ ମୁଦ୍ରା ଆରମ୍ଭ କରିବା ନେଇ ମୁଦ୍ରାନୀତି ସମିତି କଛି ସମୟ ପୂର୍ବରୁ ଘୋଷଣା କରିଛି । ‘ଆମର ଏକ କମିଟି ଏହା ଉପରେ ଫୋକସ ରଖିଛି । ବାସ୍ତୂବରେ ଏକ ଅଭ୍ୟନ୍ତରୀଣ କମିଟି ଏହା ଉପରେ ଧ୍ୟାନ ଦେଉଛି । କମିଟି କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ ମୁଦ୍ରା ମଡେଲ ଉପରେ ନିର୍ଣ୍ଣୟ କରିବ । ଆଉ ଏହା ଉପରେ ଶୀଘ୍ର ସୂଚନା ଦେବ ବୋଲି କାନୁନଗୋ ଜଣାଇଛନ୍ତି ।

ନିକଟରେ ପ୍ରାଇଭେଟ ଡିଜିଟାଲ ମୁଦ୍ରା/ ଅଲାଇନ ମୁଦ୍ରା/ କ୍ରିପ୍ଟୋ କରେନ୍ସିର ଲୋକପ୍ରିୟତା ବଢିଛି । ଭାରତରେ ନିୟମାକ ଓ ସରକାରଙ୍କ ଏଭଳି ମୁଦ୍ରାକୁ ନେଇ ଚିନ୍ତା ରହିଛି । ସେ ଏଥିସହ ଜଡିତ ବିପଦକୁ ନେଇ ଚିନ୍ତିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.