ETV Bharat / business

ଚାହିଦା କମୁଛି: ଆଜି ବି ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ

author img

By

Published : Mar 25, 2021, 8:10 PM IST

ଚାହିଦା କମୁଛି: ଆଜି ବି ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ
ଚାହିଦା କମୁଛି: ଆଜି ବି ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ

ତେଲ ଚାହିଦା ହ୍ରାସ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ହ୍ରାସ ହେବା ଆରମ୍ଭ ହୋଇଛି । ଫଳରେ ଘରୋଇ ବଜାରରେ ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦାମ ।

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀର ଦ୍ବିତୀୟ ଲହରୀ ମାଡି ଆସିଲାଣି । ଏଥିଯୋଗୁଁ କଟକଣା ପୁଣି ଫେରିଛି । ଫଳରେ ତେଲ ଚାହିଦା ହ୍ରାସ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ହ୍ରାସ ହେବା ଆରମ୍ଭ ହୋଇଛି । ଘରୋଇ ବଜାରରେ ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦାମ ।

ସାର୍ବଜନୀକ କ୍ଷେତ୍ରର ତେଲ ବିତରଣ କମ୍ପାନୀ ଦ୍ବାରା ଗୁରୁବାର ଜାରି ବିଜ୍ଞପ୍ତି ଅନୁସାରେ ପେଟ୍ରୋଲ ଲିଟର ପ୍ରତି 21 ପଇସା ଓ ଡିଜେଲ 20 ପଇସା ଶସ୍ତା ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଫେବୃଆରୀରେ ଦାମରେ ହ୍ରାସ ଯୋଗୁଁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି ।

ପ୍ରକାଶ ଯେ, ରାଜ୍ୟର ଭାଟ ର ସ୍ଥାନୀୟ ଦର ଓ ପରିବହନ ଖର୍ଚ୍ଚ ଆଧାରରେ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଭିନ୍ନ ଭିନ୍ନ ରହିଥାଏ । ଗତ ମାସରେ ରାଜସ୍ତାନ , ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର କିଛି ସ୍ଥାନରେ ପେଟ୍ରୋଲ ଦାମ ଲିଟର ପ୍ରତି 100 ଟଙ୍କା ପାର କରିଦେଇଛି ।

ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟ ପିଛା 90.78 ଟଙ୍କା ଓ ଡିଜେଲ 81.10 ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଗୁରୁବାର ପେଟ୍ରୋଲ ଦାମ ଲିଟର ପିଛା 97.40 ଟଙ୍କାରୁ ହ୍ରାସ ହୋଇ 97.19 ଟଙ୍କା ହୋଇଛି । ଯେତେବେଳେ କି ଡିଜେଲ ଦାମ ଲିଟର ପ୍ରତି 88.42 ଟଙ୍କାରୁ କମି 88.20 ଟଙ୍କା ହୋଇଛି । ଚେନ୍ନାଇରେ ଆଜି ପେଟ୍ରୋଲ 92.77 ଓ ଡିଜେଲ 86.10 ଟଙ୍କା ଲିଟର ପିଛା ବିକ୍ରି ହୋଇଛି । ସେହିପରି କୋଲକତା 90.98 ଟଙ୍କା ଡିଜେଲ 83.98 ଟଙ୍କା ଅଛି ।

ବୁଧବାର ପେଟ୍ରୋଲ ଓ ଡିଜେଲ ଦାମ ପ୍ରାୟ 1 ବର୍ଷରେ ପ୍ରଥମ ଥର ହ୍ରାସ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.