ETV Bharat / business

ଗାଡି ବିକ୍ରିରେ ଲାଗିଲା କୋରୋନାର ସ୍ପିଡ ବ୍ରେକର

author img

By

Published : May 1, 2021, 10:30 PM IST

ଗାଡି ବିକ୍ରିରେ ଲାଗିଲା କୋରୋନାର ସ୍ପିଡ ବ୍ରେକର
ଗାଡି ବିକ୍ରିରେ ଲାଗିଲା କୋରୋନାର ସ୍ପିଡ ବ୍ରେକର

କୋରୋନା କଟକଣା ଓ ଲକଡାଉନ ଯୋଗୁଁ ପ୍ରଭାବିତ ହେଉଛି ଅଟୋ ସେକ୍ଟର । ଯୋଗାଣ ଶୃଙ୍ଖଳା ଓ ଉତ୍ପାଦନ ବାଧାପ୍ରାପ୍ତ ଯୋଗୁଁ ଏପ୍ରିଲରେ ପ୍ରବଳ କମିଛି ବିକ୍ରି । ଫଳରେ କ୍ଷତି ସହିଛନ୍ତି ପ୍ରମୁଖ ଗାଡି ନିର୍ମାତା କମ୍ପାନୀ । ଅଧିକ ପଢନ୍ତୁ....

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଗାଡି ନିର୍ମାତା କମ୍ପାନୀ ମାରୁତି ସୁଜୁକି, ହୁଣ୍ଡାଇ ମୋଟର, ଟାଟା ମୋଟର୍ସ ଓ କିଆ ର ବିକ୍ରି ଏ ବର୍ଷ ଏପ୍ରିଲରେ ହ୍ରାସ ହୋଇ ହୋଇଛି । ମାର୍ଚ୍ଚ ମାସ ତୁଳନାରେ କମିଛି ଗାଡି ବିକ୍ରି ବୋଲି ଶନିବାର କମ୍ପାନୀ ଗୁଡିକ କହିଛନ୍ତି ।

ଦେଶରେ କୋରୋନା ଭାଇରସ ସଂକ୍ରମଣ ପ୍ରତିହିତ ପାଇଁ ବିଭିନ୍ନ ସ୍ଥାନରେ ଲକଡାଉନ ଓ ପ୍ରତିବନ୍ଧନ ଲାଗୁଛି । ଯାହା ଫଳରେ କମ୍ପାନୀଗୁଡିକ ସମ୍ମଖରେ ଯୋଗାଣ ଶୃଙ୍ଖଳା ଚ୍ୟାଲେଞ୍ଜ ସୃଷ୍ଟି ହେଉଛି ।

ତେବେ ହୋଣ୍ଡା କାର୍ସ ଇଣ୍ଡିଆ ସହ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗତ ମାସ ଏହାର ଯାତ୍ରୀ ବାହାନର ବିକ୍ରିରେ କ୍ରମାଗତ ବୃଦ୍ଧି ରେକର୍ଡ କରିଛି । ଦେଶରେ ଗତ ବର୍ଷ କୋଭିଡ-19 ମହାମାରୀର ପ୍ରକୋପ ରୋକିବା ପାଇଁ ଲଗାଯାଇଥିବା ଦେଶବ୍ୟାପି ଲକଡାଉନ ଯୋଗୁଁ କମ୍ପାନୀ 2020 ଏପ୍ରିଲରେ ଶୂନ୍ୟ ବିକ୍ରି ଦାଏର କରିଥିଲା । ଏହି କାରଣରୁ ଏବର୍ଷ ଏପ୍ରିଲରେ ହୋଇଥିବା ବିକ୍ରି ତୁଳନାରେ ଗତ ବର୍ଷ ସହ କରାଯାଇପାରିବ ନାହିଁ ।

ଦେଶର ସର୍ବବୃହତ୍ତ ଗାଡି ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଏ ବର୍ଷ ମାର୍ଚ୍ଚରେ 1,67,014 ୟୁନିଟ ଗାଡି ବିକ୍ରି କରିଥିଲା ବେଳେ ଏପ୍ରିଲରେ 1,59,691 ୟୁନିଟ ଅଛି ।

ସେହିଭଳି ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ଏପ୍ରିଲ 2021 ରେ 59,203 କାର ବିକ୍ରି କରିଛି । ଏହା ମାର୍ଚ୍ଚରେ ବିକ୍ରି କରାଯାଇଥିବା 64,621 ୟୁନିଟରୁ 8 ପ୍ରତିଶତ କମ ଅଟେ । ଏଭଳି ଭାବେ ଟାଟା ମୋଟର୍ସ କହିଛି କି ଘରୋଇ ବଜାରରେ ଯାତ୍ରୀବାହୀ ଗାଡିର ବିକ୍ରି ଏପ୍ରିଲରେ 25,095 ୟୁନିଟ ହୋଇଛି । ଯାହାକି ଏ ବର୍ଷ ମାର୍ଚ୍ଚରେ ହୋଇଥିବା 29,654 ୟୁନିଟ ବିକ୍ରି ଠାରୁ 15 ପ୍ରତିଶତ କମ । ତେବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଯାତ୍ରୀବାହୀ ଯାନର ବିକ୍ରି ଘରୋଇ ବଜାରରେ ଗତ ମାସ 18,285 ରହିଛି । ଯାହାକି 2021 ମାର୍ଚ୍ଚରେ 16,700 ୟୁନିଟ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.