ETV Bharat / business

HDFCବ୍ୟାଙ୍କ ଉତ୍ତରଧିକାରୀ ସନ୍ଧାନ ଶେଷ, ଆରବିଆଇ ଅନୁମତିକୁ ଅପେକ୍ଷା

author img

By

Published : Apr 19, 2020, 1:06 AM IST

ଏଚଡିଏଫସି ବ୍ୟାଙ୍କ ଉତ୍ତରାଧିକାରୀ ଖୋଜିବା ପାଇଁ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡ ଏକ କମିଟି ଗଠନ କରିଥିଲେ। ଏହା ବ୍ୟତୀତ ବାହ୍ୟ 'ବିଶେଷଜ୍ଞ'ଙ୍କ ସେବା ମଧ୍ୟ ନିଆଯାଇଥିଲା । ଅଧିକ ପଢ଼ନ୍ତୁ...

HDFC Bank board finalises Puri''s successor, waits for RBI nod
HDFCବ୍ୟାଙ୍କ ବୋର୍ଡର ଉତ୍ତରଧିକାରୀ ସନ୍ଧାନ ଶେଷ , ଆରବିଆଇ ଅନୁମତିକୁ ଅପେକ୍ଷା

ମୁମ୍ବାଇ: ଏଚଡିଏଫସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୂରୀଙ୍କ ଉତ୍ତରାଧିକାରୀ ବାଛିବା କାମ ଶେଷ ହୋଇଛି । ଏଥିପାଇଁ ବ୍ୟାଙ୍କ ବୋର୍ଡ 3 ଜଣ ପ୍ରାର୍ଥୀଙ୍କ ନାମ ତାଲିକାଭୁକ୍ତ କରିଛି । ଶନିବାର ବ୍ୟାଙ୍କ ଏ ନେଇ ସୂଚନା ଦେଇଛି ।

ବ୍ୟାଙ୍କ କହିଛି ଯେ, ତାଲିକାଭୁକ୍ତ ନାମଗୁଡ଼ିକୁ ରିଜର୍ଭ ବ୍ୟାଙ୍କକୁ ପଠାଯିବ । ତେବେ ଏହି ନାଁ ଗୁଡିକୁ ସାର୍ବଜନୀନ କରାଯାଇନାହିଁ ।

ପ୍ରାୟ 25 ବର୍ଷ ପୂର୍ବେ HDFC ବ୍ୟାଙ୍କ ଗଠନ କରାଯାଇଥିଲା । ସେତେବେଳେ ପୁରୀ ହିଁ ବ୍ୟାଙ୍କର ମୁଖ୍ୟ ରହିଥଲେ । ତାଙ୍କ ନେତୃତ୍ୱରେ ଏଚଡିଏଫସି ବ୍ୟାଙ୍କ ବହୁତ ଅଗ୍ରଗତି କରିଛି । ସ୍ୱତନ୍ତ୍ର ସମ୍ପତ୍ତିର ଗୁଣବତ୍ତା କ୍ଷେତ୍ରରେ ବ୍ୟାଙ୍କର ପ୍ରଦର୍ଶନ ବହୁତ ଭଲ । ଏହା ବ୍ୟାଙ୍କିଙ୍ଗ କ୍ଷେତ୍ରର ଅତ୍ୟନ୍ତ ସମ୍ମାନଜନକ ପଦବୀରେ ଅଛି ଏବଂ ଏହି ପ୍ରକ୍ରିୟା ଉପରେ ଉଦ୍ୟୋଗର ନଜର ରଖିଛି ।

ପୁରୀଙ୍କ ଉତ୍ତରାଧିକାରୀ ଖୋଜିବା ପାଇଁ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡ ଏକ କମିଟି ଗଠନ କରିଥିଲେ । ଏହା ବ୍ୟତୀତ ବାହ୍ୟ 'ବିଶେଷଜ୍ଞ'ଙ୍କ ସେବା ମଧ୍ୟ ନିଆଯାଇଥିଲା । କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ଟଲିଷ୍ଟ ହୋଇଥିବା ନାମଗୁଡ଼ିକ ମଧ୍ୟରେ ଶଶିଧର ଜଗଦୀଶନ, କୈଜାଦ ଭଣ୍ଡୁଚା ଏବଂ ସୁନୀଲ ଗର୍ଗ ଅଛନ୍ତି । ଜଗଦୀଶନ୍ ଏବଂ ଭାଣ୍ଡୁଚା ଏହି ବ୍ୟାଙ୍କରୁ ରହିଥିଲାବେଳେ ଗର୍ଗ ଆମେରିକୀୟ ବ୍ୟାଙ୍କିଙ୍ଗ ଗ୍ରୁପ ସିଟିଗ୍ରୁପ୍ ସହିତ ଜଡିତ ଅଛନ୍ତି । ଗର୍ଗ ସିଟି କମର୍ସିଆଲ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.