ETV Bharat / business

ଆସନ୍ତା 28ରେ ଜିଏସଟି ପରିଷଦର ଭର୍ଚୁଆଲ ବୈଠକ

author img

By

Published : May 15, 2021, 4:18 PM IST

ଆସନ୍ତା 28 ରେ  ଜିଏସଟି ପରିଷଦର ଭର୍ଚୁଆଲ ବୈଠକ
ଆସନ୍ତା 28 ରେ ଜିଏସଟି ପରିଷଦର ଭର୍ଚୁଆଲ ବୈଠକ

ଆସନ୍ତା 28 ରେ ହେବ ଜିଏସଟି ପରିଷଦର 43 ତମ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ମେ 28 ରେ ଅନୁଷ୍ଠିତ ହେବ ଜିଏସଟି ପରିଷଦର 43 ତମ ବୈଠକ । କୋଭିଡ ଯୋଗୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିବ ଏହି ବୈଠକ । ନୂଆଦିଲ୍ଲୀରେ ମେ 28 ରେ ଦିନ 11 ଟାରେ ବୈଠକ ହେବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଜିଏସଟି କାଉନସିଲ ବୈଠକରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ଅର୍ଥମନ୍ତ୍ରାଳୟର ଅନ୍ୟ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ବ୍ୟତିତ ଅନ୍ୟ ଅଧିକାରୀ ବି ଏହି ବୈଠକରେ ସାମିଲ ହେବେ ।

ପ୍ରକାଶ ଯେ, କିଛି ଦିନ ତଳେ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଜିଏସଟି ପରିଷଦ ବୈଠକକୁ ଭର୍ଚୁଆଲରେ କରିବା ପାଇଁ ଅପିଲ କରିଥିଲେ ।

ଏହି ବୈଠକେ କୋଭିଡ-19 ଭ୍ୟକ୍ସିନ ଉପରେ ଜିଏସଟି ଛାଡ ନେଇ ଆଲୋଚନା ହୋଇପାରେ । କାରଣ ପୂର୍ବରୁ ତାମିଲନାଡୁ ନବନିର୍ବାଚିତ ମୁଖ୍ୟମନ୍ତୀ ଏମ କେ ଷ୍ଟାଲିନ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ଉପରୁ ଜିଏସଟି ଛାଡ ପ୍ରସଙ୍ଗରେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

ସେହିଭଳି ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ସୀତାରମଣଙ୍କୁ ଚିଠି ଲେଖି କୋଭିଡ -19 ମହାମାରୀ ମଧ୍ୟରେ ଟିକସ ପ୍ରସଙ୍ଗରେ ଗୁରୁତର ମଧ୍ୟମ ସଂଶୋଧନ ପାଇଁ ତୁରନ୍ତ ଏକ ବୈଠକ ଡକାଇବାକୁ ଅପିଲ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.