ETV Bharat / business

ଆଜି ବସିବ 37ତମ ଜିଏସଟି କାଉନସିଲ ବୈଠକ

author img

By

Published : Sep 20, 2019, 10:19 AM IST

Updated : Sep 20, 2019, 11:12 AM IST

ଫାଇଲ ଫଟୋ

ଆଜି(ଶୁକ୍ରବାର) ବସିବ ଜିଏସଟି କାଉନସିଲ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୋଆରେ ବୈଠକ ବସିବ । ବୈଠକରେ ଅଟୋମୋବାଇଲ, ଏଫଏମସିଜି ଓ ହୋଟେଲ ପ୍ରମୁଖ ମୁଦ୍ଦା ହୋଇପାରେ ।

ନୂଆଦିଲ୍ଲୀ: ଆଜି(ଶୁକ୍ରବାର) ବସିବ ଜିଏସଟି କାଉନସିଲ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୋଆରେ ବୈଠକ ବସିବ । ବୈଠକରେ ଅଟୋମୋବାଇଲ, ଏଫଏମସିଜି ଓ ହୋଟେଲ ପ୍ରମୁଖ ମୁଦ୍ଦା ହୋଇପାରେ । 37 ତମ ଜିଏସଟି କାଉନସିଲ ବୈଠକରେ ସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଯୋଗଦେବେ ।

ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ହୋଇପାରେ । ଜିଏସଟି ଦର କମାଇବାକୁ ବିଭିନ୍ନ ଉଦ୍ୟୋଗ କରୁଥିବା ଦାବିକୁ ଏଥିରେ ପ୍ରାଧାନ୍ୟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।

ଅଟୋମୋବାଇଲ ସେକ୍ଟରରୁ ଆରମ୍ଭ କରି ଏଫଏମସିଜି ଓ ହୋଟେଲ ଭଳି ଶିଳ୍ପରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଏଥିରୁ ଜିଏସଟି କମାଇବାକୁ ଦାବି ହୋଇଛି । ଯାହା ଉପରେ ଆଜି ବିଚାର କରାଯାଇପାରେ ।

ଆସନ୍ତୁ ଜାଣିବା କେଉଁ ଉଦ୍ୟୋଗରେ କେତେ ପ୍ରତିଶତ ଜିଏସଟି କରିବାକୁ ଦାବି ହୋଇଛି ।

ଉଦ୍ୟୋଗ ବର୍ତ୍ତମାନ ଜିଏସଟି ଦର ଦାବି
ଅଟୋମୋବାଇଲ ଉଦ୍ୟୋଗ 28 ପ୍ରତିଶତ 18ପ୍ରତିଶତ
ଦୂରସଂଚାର ଉଦ୍ୟୋଗ 18 ପ୍ରତିଶତ 12 ପ୍ରତିଶତ
ହୋଟେଲ ଉଦ୍ୟୋଗ 28 ପ୍ରତିଶତ 18 ପ୍ରତିଶତ
ବିସ୍କୁଟ ଉଦ୍ୟୋଗ (ଲଘୁ ଉଦ୍ୟୋଗ) 18 ପ୍ରତିଶତ 5 ପ୍ରତିଶତ
ବିସ୍କୁଟ ଉଦ୍ୟୋଗ (ଭାରୀ ଉଦ୍ୟୋଗ) 18 ପ୍ରତିଶତ 12 ପ୍ରତିଶତ
Intro:Body:

BLANK FOR LINK  


Conclusion:
Last Updated :Sep 20, 2019, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.