ETV Bharat / business

ଆସନ୍ତା ବର୍ଷେ ଭିତରେ ସାଢେ 56 ହଜାର ଟପିବ ସୁନା !

author img

By

Published : May 13, 2021, 9:20 PM IST

ଆସନ୍ତା ବର୍ଷେ ଭିତରେ ସାଢେ 56 ହଜାର ଟପିବ ସୁନା !
ଆସନ୍ତା ବର୍ଷେ ଭିତରେ ସାଢେ 56 ହଜାର ଟପିବ ସୁନା !

ଅଧିକ ଚାହିଦା ଓ କମ ଯୋଗାଣ ପ୍ରଭାବରେ ବଢିବ ସୁନା ଦାମ । ଆସନ୍ତା 12-15 ମାସ ମଧ୍ୟରେ ସୁନା ଦାମ 10 ଗ୍ରାମ ପ୍ରତି 56,500 ଟଙ୍କା ହୋଇପାରେ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଭାରତରେ ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଶୁଭ ରହିଥାଏ । ଯେଉଁଥିପାଇଁ ଏହି ଦିନ ଲୋକ ବହୁ ସଂଖ୍ୟାରେ ସୁନା କିଣିଥାନ୍ତି । ଏବେ ପ୍ରଶ୍ନ ଉଠିଛି କି ଆଗାମୀ ଦିନରେ ସୁନା ଦାମ ହ୍ରାସ ହେବ ନା ବୃଦ୍ଧି । ଅକ୍ଷୟ ତୃତୀୟାରେ ସୁନା କ୍ରୟ କେତେ ଲାଭଦାୟକ ହେବ ?

ଏକ୍ସପର୍ଟଙ୍କ ଅନୁସାରେ ଆସନ୍ତା 12ରୁ 15 ମାସ ଭିତରେ ସୁନା ଦାମ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ଆଉ ଯଦି ଏହି ଅନୁମାନ ସଠିକ ହୁଏ, ତେବେ ଗୋଲ୍ଡ ନିବେଶକଙ୍କୁ ଅଧିକ ପ୍ରଫିଟ କମେଇବା ସୁଯୋଗ ମିଳିବ ।

ମୋତିଲାଲ ଓସୱାଲଙ୍କ କମୋଡିଟି ରିପୋର୍ଟ ଅନୁଯାୟୀ, ଆଗାମୀ କିଛି ମାସରେ 10 ଗ୍ରାମ ସୁନା ଦାମ 50,000 ଅତିକ୍ରମ କରିପାରେ । ଫଳରେ ବର୍ତ୍ତମାନର ହିସାବରେ ଆପଣ ପ୍ରାୟ 3300ର ଲାଭ ପାଇପାରିବେ । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଆସନ୍ତା 12 ରୁ 15 ମାସ ମଧ୍ୟରେ ସୁନା ମୂଲ୍ୟ ନୂଆ ଉଚ୍ଚତାରେ ପହଞ୍ଚିପାରେ । ସେତେବେଳେ 24 କ୍ୟାରେଟ ସୁନା ଦାମ 10 ଗ୍ରାମ ପିଛା 56,500 ଟଙ୍କା ହୋଇପାରେ ।

କୋରୋନା ମାମଲା ବୃଦ୍ଧି, ବଢୁଥିବା ମୁଦ୍ରାସ୍ପୀତି ଆଶା, ମଧ୍ୟପୂର୍ବରେ ଚିନ୍ତା, ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ୱାର ଯୋଗୁଁ ସୁନା ଦାମରେ ବୃଦ୍ଧି ଦେଖିବାକୁ ମିଳିପାରେ ।

ବିଶେଷଜ୍ଞଙ୍କ ଅନୁସାରେ ‘‘ ସୁନା ଦାମ ବୃଦ୍ଧି ହେବା ପଛର କାରଣ ହେଉଛି ଡଲାର ମୂଲ୍ୟ ହ୍ରାସ । ଗତ 1 ସପ୍ତାହ ମଧ୍ୟରେ ଆମେରିକା କରେନ୍ସି 0.80 ପ୍ରତିଶତ ହ୍ରାସ ହୋଇଛି । ସେହିଭଳି 1 ମାସରେ ଏହା 3 ପ୍ରତିଶତ ଦୁର୍ବଳ ହୋଇଛି । ଆଗକୁ ଡଲାର ମୂଲ୍ୟ ହ୍ରାସ ହେବା ସମ୍ଭାବନା ରହିଛି । ଫଳରେ ସୁନା ଦାମ ବଢିବ । ଆଉ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ସୁନାରେ ସର୍ଟ ଟର୍ମ ନିବେଶ ଭଲ ସୁଯୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.