ETV Bharat / briefs

ଦେବଗଡ଼ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କୋରୋନା ସଂକ୍ରମିତ

author img

By

Published : Jun 16, 2020, 9:53 AM IST

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜାତୀୟ ସ୍ବାସ୍ଥ୍ୟମିଶନର ଜଣେ ମହିଳା କର୍ମଚାରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଜାତୀୟ ସ୍ବାସ୍ଥ୍ୟମିଶନ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଛି । ଅଧିକ ପଢନ୍ତୁ...

ଦେବଗଡ଼ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କୋରୋନା ସଂକ୍ରମିତ
ଦେବଗଡ଼ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କୋରୋନା ସଂକ୍ରମିତ

ଦେବଗଡ଼: ମହାମାରୀ କୋରୋନା ଯୁଦ୍ଧରେ ସାହସୀ ଯୋଦ୍ଧା ଭାବରେ କାର୍ଯ୍ୟ କରୁଛନ୍ତି ସମସ୍ତ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ ଓ ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ। ନିକଟରେ ବହୁ ପୋଲିସ ଓ ସ୍ବାସ୍ଥ୍ୟ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜାତୀୟ ସ୍ବାସ୍ଥ୍ୟମିଶନର ଜଣେ ମହିଳା କର୍ମଚାରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ , ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଗତ 3 ଦିନ ତଳେ ଭୁବନେଶ୍ୱର ଯାଇଥିଲେ । ଗତ 13 ତାରିଖ ଦିନ ତାଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ଗତକାଲି (ସୋମବାର ) ତାଙ୍କ ନମୁନା ପଜିଟିଭ ଆସିଥିବା ଜଣା ପଡ଼ିଛି । ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ସ୍ୱାସ୍ଥ୍ୟ ବିଭାଗର ଅନେକ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହା ଚିହ୍ନଟ କରିବା ସ୍ବାସ୍ଥ୍ୟବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ସ୍ବାସ୍ଥ୍ୟମିଶନ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.