ETV Bharat / bharat

Freindship Day: ଡେଲିଭରି ବଏ ପାଲଟିଲେ ଜୋମାଟୋ CEO, ବାଣ୍ଟିଲେ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ୍‌

author img

By

Published : Aug 6, 2023, 5:10 PM IST

Etv Bharat
Etv Bharat

ନିଆରା ଢଙ୍ଗରେ ବନ୍ଧୁତ୍ବ ଦିବସ ପାଳିଲେ ଜୋମାଟୋ ସିଇଓ । ଡେଲିଭରି ବଏ ବେଶରେ ଗ୍ରାହକଙ୍କ ନିକଟରେ ପହଞ୍ଚାଇଲେ ଖାଦ୍ୟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଅନ୍ତର୍ଜାତୀୟ ବନ୍ଧୁତ୍ବ ଦିବସ । ଏହି ଦିବସକୁ ବେଶ ଖୁସି, ଆନନ୍ଦ ଉଲ୍ଲାସର ସହ ପାଳୁଛି ସାରା ବିଶ୍ବ । ଏହି ଅବସରରେ ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ ପାଲଟିଛନ୍ତି ଡେଲିଭରି ବଏ । ଦୀପିନ୍ଦର ଆଜିର ଦିନରେ କିଛି ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ସହିତ ଡେଲିଭରି ବଏ ବେଶରେ ନିଜ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଛନ୍ତି । ଏନେଇ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

  • Going to deliver some food and friendship bands to our delivery partners, restaurant partners and customers. Best Sunday ever!! pic.twitter.com/WzRgsxKeMX

    — Deepinder Goyal (@deepigoyal) August 6, 2023 " class="align-text-top noRightClick twitterSection" data=" ">

ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଲାଲ ରଙ୍ଗର ଟି-ସାର୍ଟ ସହିତ ଜଣେ ସାଧାରଣ ଡେଲିଭରି ବଏ ବେଶରେ ବାଇକ ଧରି ବାହାରିଥିଲେ । ଏହାସହିତ ସାଥୀରେ ନେଇଥିଲେ କିଛି ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ । ଗ୍ରାହକଙ୍କୁ ଫୁ଼ଡ ଡେଲିଭର କରିବା ପରେ ଏହି ଫ୍ରେଣ୍ଡସିପ୍‌ ବ୍ୟାଣ୍ଡକୁ ଗ୍ରାହକ ଓ ରେସ୍ତୋରାଁ ମାଲିକଙ୍କୁ ପିନ୍ଧାଇଥିଲେ । କମ୍ପାନୀ ସହିତ ଜଡ଼ିତ ଥିବା ଗ୍ରାହକ ଓ ରେସ୍ତୋରାଁ ମାଲିକଙ୍କ ସହିତ ଏପରି ଢଙ୍ଗରେ ଜୋମାଟୋ ସିଇଓ ବନ୍ଧୁତ୍ବ ଦିବସ ପାଳନ କରିଛନ୍ତି । କିଛି ଗ୍ରାହକଙ୍କୁ ଫୁଡ୍‌ ଡେଲିଭର କରିବା ପରେ ଏହାର ଏକ ଫଟୋ ସେ ନିଜ ଟ୍ବିଟର୍‌ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହା ବି ପଢନ୍ତୁ- ଏକ୍ସ-ବୟଫ୍ରେଣ୍ଡକୁ CODରେ ଫୁଡ ଅର୍ଡର କରିବାକୁ ଯୁବତୀଙ୍କୁ ବାରଣ କଲା ଜୋମାଟୋ

ଏ ନେଇ ଜୋମାଟୋ ସିଇଓ ଦୀପିନ୍ଦର ଟ୍ବିଟ କରି କହିଛନ୍ତି, "ଆମେ ଗ୍ରାହକ ଓ ରେସ୍ତୋରାଁ ମାଲିକଙ୍କୁ ଫ୍ରେଣ୍ଡସିପ ଡେ'ରେ ବ୍ୟାଣ୍ଡ ପ୍ରଦାନ କରିଛୁ । ଏହା ମୋ ପାଇଁ ଏକ ସ୍ବତନ୍ତ୍ର ରବିବାର ।" ଏହାସହିତ ଦୀପିନ୍ଦର ଡେଲିଭର ବଏ ବେଶରେ ଥିବା ଏକ ଫଟୋକୁ ସେୟାର କରିଛନ୍ତି । ଯାହାକୁ ଖୁବ ପସନ୍ଦ କରିଛନ୍ତି ନେଟିଜେନ୍ସ । ଦୀପିନ୍ଦରଙ୍କ ଟ୍ବିଟ୍‌ରେ ଅନେକ ଲାଇକ୍‌ ହୋଇଥିବା ବେଳେ କମେଣ୍ଟ ବର୍ଷା ମଧ୍ୟ ହୋଇଛି । ଜଣେ ୟୁଜର ଟ୍ବିଟ୍‌ କରି ଲେଖିଛନ୍ତି, "ଏହା ହେଉଛି ସର୍ବୋତ୍କୃଷ୍ଟ ବନ୍ଧୁତ୍ବ ଦିବସ ପାଳନ ।"

ସୂଚନା ଥାଉ କି ଚଳିତ ବର୍ଷ ଅଗଷ୍ଟ 6 ତାରିଖକୁ ବିଶ୍ବବାସୀ ଫ୍ରେଣ୍ଡସିପ ଡେ' ଭାବେ ପାଳନ କରାଯାଉଛି । ଅଗଷ୍ଟ ମାସର ପ୍ରଥମ ରବିବାରକୁ ପ୍ରତିବର୍ଷ ବନ୍ଧୁତ୍ବ ଦିବସ ଭାବେ ପାଳନ କରାଯାଏ । ଜୀବନର ପ୍ରତିଟି ପର୍ଯ୍ୟାୟରେ ଜଣେ ମଣିଷକୁ ଏକ ବନ୍ଧୁର ଆବଶ୍ୟକ ରହିଥାଏ । ଛୋଟ ବେଳେ ସ୍କୁଲ୍‌ ସାଙ୍ଗଠୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ, କୋଳାହଳ ମଧ୍ୟରେ ଜଣେ ବନ୍ଧୁ ବେଶ ନିଜର ହୋଇଥାଏ । ବେଳେ ବେଳେ ଜୀବନରେ ଅଚିହ୍ନା ବ୍ୟକ୍ତି ଜଣେ ବି ପରିଚିତ ଓ ନିଜ ବନ୍ଧୁ ପରି ସହଯୋଗ କରିଥାଏ । ତେବେ ଏହି ପବିତ୍ର ସମ୍ପର୍କକୁ ପାଳନ କରି ବନ୍ଧୁତ୍ବର ସାରମର୍ମକୁ ମନେ ପକାଇଥାନ୍ତି ବିଶ୍ବବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.