ETV Bharat / bharat

ଏକ୍ସ-ବୟଫ୍ରେଣ୍ଡକୁ CODରେ ଫୁଡ ଅର୍ଡର କରିବାକୁ ଯୁବତୀଙ୍କୁ ବାରଣ କଲା ଜୋମାଟୋ

author img

By

Published : Aug 3, 2023, 3:59 PM IST

Zomato Revenge
Zomato Revenge

ପ୍ରେମ ପାଇଁ ପ୍ରତିଶୋଧ ! ଏକ୍ସ-ବୟଫ୍ରେଣ୍ଡକୁ CODରେ ଫୁଡ ଅର୍ଡର କଲେ ଭୋପାଳର ଯୁବତୀ ଅଙ୍କିତା । ଏମିତି ଟ୍ବିଟ କରି ବାରଣ କଲା ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ । ଅଧିକ ପଢନ୍ତୁ

ଭୋପାଳ: ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ (Zomato) ନିଜ ନିଆରା ଟ୍ବିଟ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏଥର ମଧ୍ୟ ୟୁଜର୍ସଙ୍କୁ ହସାଇବାରେ ଜୋମାଟୋ ସଫଳ ହୋଇଛି । ତେବେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ଜଣେ ଯୁବତୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରି ଜୋମାଟୋ ତାଙ୍କୁ ଏକ୍ସ-ବୟଫ୍ରେଣ୍ଡଙ୍କ ଲାଗି COD (Cash on Delivery)ରେ ଫୁଡ ଅର୍ଡର କରିବାକୁ ବାରଣ କରିଛି । ଜୋମାଟୋର ଏହି ଟ୍ବିଟ୍‌ ପରେ ୟୁଜର୍ସଙ୍କ ମଜାଳିଆ କମେଣ୍ଟ ଦେଖିବାକୁ ମିଳିଛି ।

  • Ankita from Bhopal please stop sending food to your ex on cash on delivery. This is the 3rd time - he is refusing to pay!

    — zomato (@zomato) August 2, 2023 " class="align-text-top noRightClick twitterSection" data=" ">

ଜୋମାଟୋ ଟ୍ବିଟରେ କହିଛି, "ଅଙ୍କିତା ଦୟାକରି ନିଜ ଏକ୍ସ ବୟଫ୍ରେଣ୍ଡଙ୍କ ଲାଗି କ୍ୟାସ୍‌ ଅନ୍‌ ଡେଲିଭରିରେ ଫୁଡ ଅର୍ଡର କରିବା ବନ୍ଦ କରନ୍ତୁ । କାରଣ ସେ ୩ୟ ଥର ଲାଗି ପଇସା ଦେବାକୁ ମନା କରୁଛନ୍ତି ।" ଏହାପରେ ଶେଷରେ ଜୋମାଟୋ ଭୋପାଳର ଯୁବତୀ ଅଙ୍କିତାଙ୍କୁ ଏପରି ନ କରିବାକୁ ଅନ୍ତର୍ଜାତୀୟ ସ୍ତରର ପ୍ଲାଟଫର୍ମରେ ନିବେଦନ କରିଛି । ଜୋମାଟୋର ଏହି ଟ୍ବିଟ ପରେ ୟୁଜର୍ସଙ୍କ କମେଣ୍ଟ ବର୍ଷା ହୋଇଛି । ଅନେକ ଏହି ଟ୍ବିଟରେ ମଜାଳିଆ କମେଣ୍ଟ କରିଛନ୍ତି । କିଛି ଏ ନେଇ ଅଙ୍କିତାକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

  • Ankita says keep sending till he pays . Haaaaaa haaaaaa

    — sav’s (@savs92543496) August 2, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ଜୋମାଟୋ ବୟଙ୍କୁ ବାଇକ ଉପହାର ଦେଲେ ଗ୍ରାହକ

ଜୋମାଟୋ ଭୋପାଳ ଯୁବତୀଙ୍କ ଲାଗି ପ୍ରଥମ ଟ୍ବିଟ କରିବା ପରେ ପୁଣି ଆଉ ଥରେ ଟ୍ବିଟ କରି କହିଛି, "କେହି ଅଙ୍କିତାକୁ କ୍ୟାସ ଅନ୍‌ ଡେଲିଭରି ନକରିବାକୁ ପରାମର୍ଶ ଦିଅନ୍ତୁ । କାରଣ ତାଙ୍କ ଆକାଉଣ୍ଟରେ COD ଅପସନ୍‌କୁ ବ୍ଲକ କରିଦିଆଯାଇଛି । ସେ ପୁଣି COD ଲାଗି ୧୫ ମିନିଟ୍‌ ଧରି ଉଦ୍ୟମ କରିଛନ୍ତି ।" ଜୋମାଟୋର ଏଭଳି ନିଆରା ଟ୍ବିଟ୍‌ରେ ପ୍ରାୟ ୧୦୦୦ ରିଟ୍ବିଟ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି ।

ଏହା ବି ପଢନ୍ତୁ- କଟକର ଜୋମାଟୋ ଡେଲିଭରି ଗାର୍ଲ, ବାଉନ ବଜାର ତେପନ ଗଳି ବୁଲି ବାଣ୍ଟୁଛନ୍ତି ଖାଦ୍ୟ

ସୂଚନା ଥାଉ କି ବାସ୍ତବରେ ଭୋପାଳରୁ ଅଙ୍କିତା ନାମକ ଯୁବତୀ ଏପରି କରୁଛନ୍ତି ନା ଏହା ଜୋମାଟୋର କୌଣସି ମନଗଢା କାହାଣୀ, ସେ ସମ୍ପର୍କରେ ଜଣାପଡିନାହିଁ । ହେଲେ ତଥାପି ୟୁଜର୍ସ ଏହା ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କୁହାଯାଉଛି ଯେ ଅଙ୍କିତା ନିଜ ଏକ୍ସ-ବୟଫ୍ରେଣ୍ଡଠାରୁ ପ୍ରତିଶୋଧ ନେବା ଲାଗି ଏପରି କରୁଛି । ଜଣେ ୟୁଜର୍ସ ଏହି ଟ୍ବିଟରେ କମେଣ୍ଟ କରି ଲେଖିଛନ୍ତି, "ଅଙ୍କିତା ତୁମେ ସେମିତି ନିଜ ଏକ୍ସ-ବୟଫ୍ରେଣ୍ଡକୁ COD କରି ଚାଲିଥାଅ, ଯେତେବେଳ ପର୍ଯ୍ୟନ୍ତ ସେ ପଇସା ଦେଇନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.