ETV Bharat / city

କଟକର ଜୋମାଟୋ ଡେଲିଭରି ଗାର୍ଲ, ବାଉନ ବଜାର ତେପନ ଗଳି ବୁଲି ବାଣ୍ଟୁଛନ୍ତି ଖାଦ୍ୟ

author img

By

Published : Jun 10, 2021, 4:22 PM IST

Updated : Jun 10, 2021, 4:52 PM IST

କଟକର ଜୋମାଟୋ ଡେଲିଭରି ଗାର୍ଲ
କଟକର ଜୋମାଟୋ ଡେଲିଭରି ଗାର୍ଲ

ଏବେ ଜୋମାଟୋ ଡେଲିଭରି ବଏ ନୁହେଁ ବରଂ ଡେଲିଭରି ଗାର୍ଲ କୁହନ୍ତୁ । କଟକ ସହରରେ ପ୍ରଥମ ଥର ଅନଲାଇନ୍ ଖାଦ୍ୟ ସାମଗ୍ରୀ ଡେଲିଭର୍ କରୁଛନ୍ତି ଜଣେ ଗାର୍ଲ । ପାଠ ପଢା ସହ ପରିବାର ପୋଷିବା ପାଇଁ ଅଣ୍ଟା ଭିଡିଛନ୍ତି କଟକର ବିଷ୍ଣୁପ୍ରିୟା ସ୍ବାଇଁ । ଅଧିକ ପଢନ୍ତୁ...

କଟକ: ସମୟ ସହ ନାରୀ ସମାଜ ପ୍ରତି ସଭିଙ୍କ ବିଚାରଧାରା ବଦଳିଛି । ଆଗକୁ ପାଦ କାଢି ନାରୀ ସବୁ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇବାରେ ସଫଳ ହୋଇଛି । ଖାଲି ଘରେ ନୁହେଁ ବରଂ ବାହାରେ ମଧ୍ୟ ପରିବାରକୁ ଚଳାଇଲା ଭଳି କ୍ଷମତା ରଖୁଛି ନାରୀ । ସେମିତି ଏକ ଉଦାହରଣ ସିଲଭର ସିଟି କଟକରେ ଦେଖିବାକୁ ମିଳିଛି । ଏବେ ଜୋମାଟୋ ଡେଲିଭରି ବଏ ନୁହେଁ ବରଂ ଡେଲିଭରି ଗାର୍ଲ କୁହନ୍ତୁ । କଟକ ସହରରେ ପ୍ରଥମ ଥର ଅନଲାଇନ୍ ଖାଦ୍ୟ ସାମଗ୍ରୀ ଡେଲିଭର୍ କରୁଛନ୍ତି ଜଣେ ଗାର୍ଲ । ପାଠ ପଢା ସହ ପରିବାର ପୋଷିବା ପାଇଁ ଅଣ୍ଟା ଭିଡିଛନ୍ତି କଟକର ବିଷ୍ଣୁପ୍ରିୟା ସ୍ବାଇଁ ।

କଟକର ଜୋମାଟୋ ଡେଲିଭରି ଗାର୍ଲ, ବାଉନ ବଜାର ତେପନ ଗଳି ବୁଲି ବାଣ୍ଟୁଛନ୍ତି ଖାଦ୍ୟ
କାଠଗଡା ସାହିର 18 ବର୍ଷିୟ ବିଷ୍ଣୁପ୍ରିୟା, ଶୈଳବାଳା ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ । ଲକଡାଉନରେ କାମ ହରାଇଥିଲେ ବାପା । ପୁଣି ବୋଝ ଉପରେ ନଳିତା ବିଡା ପରି ବାପାଙ୍କ ଦେହ ଅସୁସ୍ଥ ହୋଇଗଲା । ବାସ୍..ସାହାସ ଜୁଟାଇଲେ ବିଷ୍ଣୁପ୍ରିୟା ଆଉ ବାପାଙ୍କ ବାଇକ୍ ଧରି ବାହାରି ପଡିଲେ ଅନଲାଇନ୍ ଫୁଡ୍ ଡେଲିଭରି କରିବାକୁ । କଟକର ବାଉନ ବଜାର ତେପନ ଗଳି ବୁଲି ବୁଲି ଖାଦ୍ୟ ବାଣ୍ଟୁଛନ୍ତି ବିଷ୍ଣୁପ୍ରିୟା ।

ଅନଲାଇନ୍ କ୍ଲାସ୍ ସରିବା ପରେ ଗାଡି ଧରି ବାହାରି ପଡନ୍ତି ସେ, ପ୍ରାୟ 2-3 ଘଣ୍ଟା କାମ କରିବା ପରେ ପୁଣି ଆସି ପାଠ ପଢନ୍ତି । ସେପଟେ ବିଷ୍ଣୁପ୍ରିୟାଙ୍କ ଏହି ତ୍ୟାଗକୁ ସ୍ଥାନୀୟ ଲୋକେ ମଧ୍ୟ ସଲାମ୍ କରିଛନ୍ତି । ତାଙ୍କର ଏହି କାମ ଏବେ ସିଲଭରସିଟିର ଯୁବପିଢିଙ୍କ ପାଇଁ ସାଜିଛି ଏକ ବଡ଼ ଉଦାହରଣ । ତେବେ ବିଷ୍ଣୁପ୍ରିୟା ଏ ଯୁଦ୍ଧରେ ନିଶ୍ଚୟ ଜିତିବେ ବୋଲି ଆମର ଆଶା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Last Updated :Jun 10, 2021, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.