ETV Bharat / bharat

ତାମିଲନାଡୁରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଦୁଇ ସପ୍ତାହ ମଧ୍ୟରେ ୪ର୍ଥ ଘଟଣା

author img

By

Published : Jul 27, 2022, 11:51 AM IST

ତାମିଲନାଡୁରୁ ଆଉ ଏକ ସ୍କୁଲଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଦୁଇ ସପ୍ତାହ ମଧ୍ୟରେ ୪ର୍ଥ ଘଟଣା
ତାମିଲନାଡୁରୁ ଆଉ ଏକ ସ୍କୁଲଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଦୁଇ ସପ୍ତାହ ମଧ୍ୟରେ ୪ର୍ଥ ଘଟଣା

ତାମିଲନାଡୁରେ ବୃଦ୍ଧି ପାଇବାରେ ଲାଗିଛି ଛାତ୍ରୀ ଆତ୍ମହତ୍ୟା ମାମଲା । ୨୪ ଘଣ୍ଟା ମଧ୍ୟରେ ୨ଟି ଏବଂ ୨ ସପ୍ତାହ ମଧ୍ୟରେ ୪ଜଣ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ପୁଣି ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁରେ ବୃଦ୍ଧି ପାଇବାରେ ଲାଗିଛି ଛାତ୍ରୀ ଆତ୍ମହତ୍ୟା ମାମଲା । ଆଉ ଏକ ସ୍କୁଲଛାତ୍ରୀଙ୍କ ମୃତଦେହ ଉଦ୍ଧାର । ୨୪ ଘଣ୍ଟା ମଧ୍ୟରେ ୨ଟି ଏବଂ ୨ ସପ୍ତାହ ମଧ୍ୟରେ ୪ଜଣ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ତାମିଲନାଡ଼ୁର କୁଡାଲୋର ଜିଲ୍ଲାରୁ ପୁଣି ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି(ମଙ୍ଗଳବାର) ସିଭାକାସୀ ନିକଟ ଆୟାମପଟ୍ଟୀ ଗାଁରେ ଜଣେ 17 ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।

ତେବେ ସୂଚନାଅନୁସାରେ, ଛାତ୍ରୀ ଜଣକ ସ୍କୁଲ ଯାଇ ସନ୍ଧ୍ୟାରେ ଘରକୁ ଫେରିଥିଲେ । ହେଲେ ସେହିସମୟରେ କୌଣସି କାମ ପାଇଁ ଜେଜେମା ବାହାରକୁ ଯାଇଥିଲେ । ତେବେ ଘରକୁ ଫେରି ଦେଖିଲା ବେଳକୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ । ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏନେଇ ସୂଚନା ଦେଇଛନ୍ତି ବୁରୁଧାନଗର ଜିଲ୍ଲା ଏସପି ।

ଜୁଲାଇ ୧୩ ତାରିଖ ଦିନ କାଲାକୁରିଚି ଜିଲ୍ଲାରେ ଜଣେ ଦ୍ୱାଦଶ ଶ୍ରେଣୀରେ ମୃତ୍ୟୁ ହୋଇଥିଲା । ସ୍କୁଲ ଭିତରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଗତ ଜୁଲାଇ ୧୭ ତାରିଖଦିନ ସ୍କୁଲରେ ବ୍ୟାପକ ଜଳାପୋଡ଼ା ହୋଇଥିଲା । ତେବେ ଗତ ସୋମବାର ଦିନ ତିରୁଭାଲୁର ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଅନ୍ୟଜଣେ ଛାତ୍ରୀ ସ୍କୁଲ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.