ETV Bharat / bharat

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବିଶ୍ବର ସବୁଠୁ ଉଚ୍ଚ ଶିବ ମୂର୍ତ୍ତି ବିଶ୍ବାସ ସୂରୁପମ୍

author img

By

Published : Nov 27, 2022, 3:13 PM IST

ବିଶ୍ବାସ ସୂରୁପମ୍
ବିଶ୍ବାସ ସୂରୁପମ୍

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବିଶ୍ବର ସବୁଠୁ ଉଚ୍ଚ ଶିବ ମୂର୍ତ୍ତି ବିଶ୍ବାସ ସୂରୁପମ୍ । ଟିକେଟ କରି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଜୟପୁର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବିଶ୍ବର ସବୁଠୁ ଉଚ୍ଚ ଶିବ ମୂର୍ତ୍ତି 'ବିଶ୍ବାସ ସୂରୁପମ୍' । ରାଜସ୍ଥାନ ରାଜସମନ୍ଦ ଜିଲ୍ଲାର ନାଥଦ୍ବାରା ଠାରେ ମହାଦେବଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି(tallest shiva statue in Rajasthan) । ଏହି ମୂର୍ତ୍ତିର ଉଚ୍ଚତା 365 ଫୁଟ୍ ରହିଛି । ଅକ୍ଟୋବର 29 ତାରିଖରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶିବଶମ୍ଭୁଙ୍କ ଏହି 'ବିଶ୍ବାସ ସୂରୁପମ୍' ମୂର୍ତ୍ତିକୁ ଲୋକର୍ପିତ କରିଥିଲେ । ଏହା ପରେ ୯ ଦିନ ଧରି ଠାରେ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ବିଶ୍ବାସ ସୂରୁପମ୍
ବିଶ୍ବାସ ସୂରୁପମ୍

ରାଜସମନ୍ଦ ଜିଲ୍ଲାର ନାଥଦ୍ବାରାର ଗଣେଶ ଟେକରୀ ସ୍ଥିତ 51 ବିଘାର ପାହାଡ ଉପରେ ବିଶ୍ବର ଏହି ସବୁଠୁ ଉଚ୍ଚ ଶିବ ପ୍ରତିମା ନିର୍ମାଣ କରାଯାଇଛି । ଏହି ପ୍ରତିମୂର୍ତ୍ତି ଏତେ ବଡ଼ ଯେ ଏହାକୁ ଦେଖିବାକୁ ଚାରି ଘଣ୍ଟା ସମୟ ଲାଗିବ । ମୂର୍ତ୍ତି ନିକଟରେ ପହଞ୍ଚିବା ପାଇଁ 4ଟି ଲିପ୍ଟ ରହିଛି । ଏଠାକୁ ଆସୁଥିବା ଲୋକମାନେ 20 ଫୁଟରୁ 351 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଯାତ୍ରା କରିବେ ।

ପ୍ରତିମୂର୍ତ୍ତିରେ ପହଞ୍ଚିବା ପାଇଁ 270 ରୁ 280 ଫୁଟ ଉଚ୍ଚରେ ଏକ ଛୋଟ ସେତୁ ନିର୍ମାଣ କରାଯାଇଛି । ଏହି ସେତୁ ପଥରରେ ନୁହେଁ, ବରଂ କାଚରେ ନିର୍ମିତ ହୋଇଛି । 280 ଫୁଟ ଉଚ୍ଚରେ ଭଗବାନ ଶିବଙ୍କ ଡାହାଣ କାନ୍ଧ ରହିଛି, ଯେଉଁଠାରେ ଆପଣ ଭଗବାନ ଶିବଙ୍କ ବେକରେ ସାପକୁ ସହଜରେ ଦେଖି ପାରିବେ । ଏହି ପ୍ରତିମୂର୍ତ୍ତି ଦର୍ଶନ ପାଇଁ ଟିକେଟ କରିବାକୁ ପଡିବ । ପ୍ରବେଶ ଠାରୁ ଆରମ୍ଭ କରି ଜଳାଭିଶେକ ପର୍ଯ୍ୟନ୍ତ ଅଲଗା ଅଲଗା ଟିକେଟ କରିବାକୁ ପଡିବ । କେବଳ ଏତିକି ନୁହଁ ପରିସରରେ ମନୋରଞ୍ଜନ ପାଇଁ ଅନେକ ବ୍ୟବସ୍ଥା ରହିଛି ।

ବିଶ୍ବାସ ସୂରୁପମ୍
ବିଶ୍ବାସ ସୂରୁପମ୍

ଯେଉଁଥି ପାଇଁ ଆପଣଙ୍କୁ ୨୦୦ ଶହ ଟଙ୍କା ଟିକେଟ କରିବାକୁ ପଡିବ । କିନ୍ତୁ ପ୍ରତିମୂର୍ତ୍ତି ନିକଟକୁ ଯିବାକୁ ପଡିବ ନାହିଁ । ଯଦି ଆପଣ 270 ଫୁଟ କିମ୍ବା 280 ଫୁଟ ଉଚ୍ଚରେ ଶିବ ମୂର୍ତ୍ତି ଦେଖିବାକୁ ଭିତରକୁ ଯାଆନ୍ତି, ତେବେ ଆପଣଙ୍କୁ 200 ଟଙ୍କା ଅଲଗା ଦେୟ ଦେବାକୁ ପଡିବ । ଯଦି ଜଣେ ଭକ୍ତ ଶିବ ମୂର୍ତ୍ତିରେ ଜଳାଭିଶେକ କରିବାକୁ ଚାହୁଁଛନ୍ତି, ତେବେ 1100 ଟଙ୍କା ଅଲଗା ଟିକେଟ କରିବାକୁ ପଡିବ । ପରିସର ସମେତ ମୂର୍ତ୍ତି ଦେଖିବାକୁ 1350 ଟଙ୍କାର ଟିକେଟ ଉପଲବ୍ଧ ରହିଛି ।

ବିଶ୍ବାସ ସୂରୁପମ୍
ବିଶ୍ବାସ ସୂରୁପମ୍

ଶିବଙ୍କ ଏହି ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦୀର୍ଘ ୧୦ ବର୍ଷ ସମୟ ଲାଗିଛି । ଏଥିରେ 3000 ଟନ ଷ୍ଟିଲ, ଲୌହ, 2.5 ଲକ୍ଷ କ୍ୟୁବିକ ଟନ କଂକ୍ରିଟ ଏବଂ ବାଲିର ବ୍ୟବହାର କରାଯାଇଛି । 250 କିମି ପବନ ବହିଲେ ମଧ୍ୟ ମୂର୍ତ୍ତିର କୌଣସି କ୍ଷତି ହେବ ନାହିଁ । ଏହାବ୍ୟତୀତ ମୂର୍ତ୍ତିରେ ଲିଫ୍ଟ, ସିଢି, ଶ୍ରଦ୍ଧାଳଙ୍କୁ ପାଇଁ ହଲ୍ ତିଆରି ହୋଇଛି । ପ୍ରତିମା ଭିତରେ ସବୁଠୁ ଉପରି ଭାଗକୁ ଯିବା ପାଇଁ 4 ଲିଫ୍ଟ ଏବଂ ତିନୋଟି ସିଢି ରହିଛି । ଖରାବର୍ଷାରୁ ରକ୍ଷା ପାଇଁ ଏହା ଉପରେ ଜିଙ୍କର କୋଟିଂ କରି କପର କଲର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.