ETV Bharat / bharat

Birbhum violence: 2ଟି ଚାର୍ଜସିଟ ଦାଖଲ କଲା CBI

author img

By

Published : Jun 20, 2022, 10:50 PM IST

Updated : Jun 20, 2022, 11:01 PM IST

ବୀରଭୂମ ହିଂସାକାଣ୍ଡ ମାମଲାରେ ସିବିଆଇ ଦାଖଲ କଲା ଦୁଇଟି ଚାର୍ଜସିଟ । ପ୍ରଥମ ମାମଲାରେ 4 ଓ ଦ୍ବିତୀୟ ମାମଲାରେ 18 ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲା ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ

21 Birbhum violence: 2 ଟି ଚାର୍ଜସିଟ ଦାଖଲ କାଲା CBI
21 Birbhum violence: 2 ଟି ଚାର୍ଜସିଟ ଦାଖଲ କାଲା CBI

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚରେ ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ହିଂସାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା CBI । ମାମଲାରେ ଦୁଇ ପୃଥକ ଚାର୍ଜସିଟ ଦାଖଲ କରାଯାଇଛି । ପ୍ରଥମ ମାମଲାଟି ଟିଏମସି ନେତାଙ୍କୁ ହତ୍ୟା ସମ୍ପର୍କିତ ହୋଇଥିବାବେଳେ ଅନ୍ୟଟି ପରବର୍ତ୍ତୀ ହିଂସାରେ 10 ଜଣଙ୍କୁ ପୋଡି ହତ୍ୟା କରିବା ସମ୍ପର୍କିତ ମାମଲା ରହିଛି । ମାର୍ଚ୍ଚ 21 ତାରିଖରେ ଏହି ହିଂସାକାଣ୍ଡ ଘଟିଥିଲା । ପ୍ରଥମ ଘଟଣାର ଚାର୍ଜସିଟରେ 4 ଅଭିଯୁକ୍ତଙ୍କ ନାମ ଦର୍ଶାଯାଇଛି । ସେହିପରି ଦ୍ବିତୀୟ ମାମଲାରେ 2 ନାବାଳକ, ଜଣେ ଟିଏମସି ନେତାଙ୍କ ସମେତ ମୋଟ 18 ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା ।

21 Birbhum violence: 2 ଟି ଚାର୍ଜସିଟ ଦାଖଲ କାଲା CBI
21 Birbhum violence: 2 ଟି ଚାର୍ଜସିଟ ଦାଖଲ କାଲା CBI

ଟିଏମସି ନେତାଙ୍କ ହତ୍ୟା ପରବର୍ତ୍ତୀ ସ୍ଥିତିରେ ହୋଇଥିବା ହିଂସାରେ 10 ଜଣଙ୍କୁ ପୋଡି ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ । ପ୍ରଥମେ ଘଟଣାର ତଦନ୍ତ କୋଲକାତା ପୋଲିସ ଓ ପରେ କୋଲକାତା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ହସ୍ତାନ୍ତର କରାଯାଇଥିଲା । ଘଟଣାରେ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କାରାଯାଇଥିଲା । ଦୀର୍ଘ ଦିନର ତଦନ୍ତ ପରେ ଆଜି ତଦନ୍ତକାରୀ ସଂସ୍ଥା ଉଭୟ ମାମଲାରେ ଚାର୍ଜସିଟ ଦାଖଲ କରିଛି । ପ୍ରଥମ ମାମଲାରେ 4 ଜଣ ଓ ଦ୍ବିତୀୟ ମାମଲାରେ 18 ଜଣ ଅଭିଯୁକ୍ତଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ କରିଛି ସଂସ୍ଥା ।

ଘଟଣା ପରେ ରାଜନୀତି ମଧ୍ୟ ଜୋର ଧରିଥିଲା । ଉଭୟ ଟିଏମସି ଓ ବିଜେପି ପରସ୍ପରକୁ ଦୋଷାରୋପ କରିଥିଲେ । ମମତା ସରକାରରେ ଆଇନ ଶୃଙ୍ଖଳା ବାଧାପ୍ରାପ୍ତ ଓ ବିଜେପି କର୍ମୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଉଥିବା ଅଭିଯୋଗ କରିଥିଲା ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jun 20, 2022, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.