ETV Bharat / bharat

ଆସାମ-ବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌, 455 ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

author img

By

Published : Mar 27, 2021, 6:46 AM IST

Updated : Mar 27, 2021, 7:20 AM IST

ଆସାମ-ବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ
ଆସାମ-ବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି । ପଶ୍ଚିମବଙ୍ଗର 5ଟି ଜିଲ୍ଲାର 30ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଅନ୍ୟପକ୍ଷେ ଆସାମର 47ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି । ପଶ୍ଚିମବଙ୍ଗର 5 ଟି ଜିଲ୍ଲାର 30ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଅନ୍ୟପକ୍ଷେ ଆସାମର 47ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ପଶ୍ଚିମବଙ୍ଗରେ ସକାଳ 7ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା 6ଟା 30 ମିନିଟ ଯାଏଁ ଚାଲିବ । ଏହାସହ ଆସାମରେ ମଧ୍ୟ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ।

ପଶ୍ଚିମବଙ୍ଗ ବିଷୟରେ କହିବାକୁ ଗଲେ ଆଜି ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କୁରା, ପୁରଲିଆ, ଝାଡଗ୍ରାମ, ପଶ୍ଚିମ ଏବଂ ପୂର୍ବ ମିଦନାପୁର ଜିଲ୍ଲାର 30 ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ପଶ୍ଚିମବଙ୍ଗରେ ମୋଟ୍ 294 ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । 8ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ସେପଟେ ଆସାମର ମୋଟ୍ 126ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଆଜି 47ଟି ଆସନରେ ଭୋଟ ଗ୍ରହଣ ହେବ, ଏହି ଆସନ ଗୁଡିକ ଉପର ଆସାମ ଏବଂ ବ୍ରହ୍ମପୁତ୍ରର ଉତ୍ତର ପାର୍ଶ୍ୱରେ 12ଟି ଜିଲ୍ଲାରେ ରହିଛି ।

ପ୍ରକାଶଥାଉକି, ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସାର ଅନେକ ମାମଲା ସାମ୍ନାକୁ ଆସିଛି । ବାଙ୍କୁରା ଟିଏମସି କାର୍ଯ୍ୟାଳୟରେ ବୋମା ବିସ୍ଫୋରଣ ହୋଇଥିଲା, ଏଥିରେ ଅନେକ ଲୋକ ଆହାତ ହୋଇଥିଲେ । ଅନ୍ୟପଟେ ବୈରକପୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 27, 2021, 7:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.