ETV Bharat / bharat

ED ନିକଟରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ

author img

By

Published : Jan 4, 2021, 4:51 PM IST

Varsha Raut, wife of Shiv Sena leader MP Sanjay Raut
ମୁମ୍ବାଇ ଇଡି ନିକଟରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ

ଶିବସେନା ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରେ ହାଜର ହୋଇଛନ୍ତି । ତାଙ୍କୁ ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ଇଡି ନୋଟିସ କରିଥିଲା । ଅଧିକ ପଢନ୍ତୁ...

ମୁମ୍ବାଇ: ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରେ ହାଜର ହୋଇଛନ୍ତି । ତାଙ୍କୁ ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ଇଡି ନୋଟିସ କରିଥିଲା । ଇଡି ଜାନୁୟାରୀ 5 ତାରିଖରେ ହାଜର ହେବା ପାଇଁ ନୋଟିସ କରିଥିବାବେଳେ ସେ କିନ୍ତୁ ଗୋଟିଏ ଦିନ ପୂର୍ବରୁ ହାଜର ହୋଇଛନ୍ତି ।

ଶିବସେନା ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରେ ହାଜର ହୋଇଛନ୍ତି । ବର୍ଷା ରାଉତ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କରେ ଘୋଟାଲା ମାମଲାରେ ହାଜର ହୋଇଛନ୍ତି । ସଞ୍ଜୟ ରାଉତଙ୍କ ନିକଟ ସମ୍ପର୍କୀୟ ପ୍ରବୀନ ରାଉତ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ (ପିଏମସି ବ୍ୟାଙ୍କ) 95 କୋଟି ଟଙ୍କା ଲୋନ ନେଇଥିଲେ । ପ୍ରବୀନ ରାଉତଙ୍କ ଆକାଉଣ୍ଟରୁ 1 କୋଟି 6 ଲକ୍ଷ ଟଙ୍କା ତାଙ୍କ ପତ୍ନୀ ମାଧୁରୀ ରାଉତଙ୍କୁ ଟ୍ରାନ୍ସଫର ହୋଇଥିଲା । ଏହାପରେ ମୋଟ ରାଶି ମଧ୍ୟରୁ 55 ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାୟରେ ସୁଧମୁକ୍ତ ଲୋନ ଭାବରେ ବର୍ଷା ରାଉତଙ୍କୁ ପ୍ରଦାନ କରାଯାଇଥିଲା।

ଏକ ତଦନ୍ତରୁ ଜଣାପଡିଛି ଯେ ବର୍ଷା ରାଉତଙ୍କ ଆକାଉଣ୍ଟକୁ 2010 ରେ 50 ଲକ୍ଷ ଟଙ୍କା ଏବଂ 2011ରେ 5 ଲକ୍ଷ ଟଙ୍କା ମାଧୁରୀଙ୍କ ଆକାଉଣ୍ଟରୁ ଦିଆଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଛି ଯେ ଏହି ଟଙ୍କା ଦାଦରେ ଫ୍ଲାଟ କିଣିବା ପାଇଁ ବ୍ୟବହୃତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.