ETV Bharat / bharat

Kerala: ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ ! 2 ଗିରଫ

author img

By

Published : Aug 2, 2023, 10:16 PM IST

କେରଳରେ ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ ! 2 ଗିରଫ
କେରଳରେ ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ ! 2 ଗିରଫ

କେରଳର କୋଲାମରେ ଜଣେ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ 2 ଜଣ ସ୍ଥାନୀୟ ଯୁବକଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେରଳରେ ଜଣେ ଆମେରିକୀୟ ମହିଳାଙ୍କୁ ବେଳାଭୂମିରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ 2 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ନିଖିଲ ଓ ଜୟନ ନାମକ ଦୁଇ ସ୍ଥାନୀୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାଟି ଗତମାସ (ଜୁଲାଇ) 31 ତାରିଖରେ ଘଟିଛି । ପୋଲିସରେ ଅଭିଯୋଗ ହେବା ପରେ ଆଜି ଉଭୟ ଯୁବକଙ୍କୁ ଗିରଫ କରାଯାଇଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆମେରିକାରୁ କେରଳ ପରିଭ୍ରମଣରେ ଆସିଥିବା ଏହି 44 ବର୍ଷୀୟା ମହିଳା କେରଳର କୋଲାମରେ ପହଞ୍ଚିଥିଲେ । 31 ତାରିଖ ଅପରାହ୍ନରେ ସେ କୋଲାମ ସ୍ଥିତ ଅମ୍ରିତାପୁରୀ ଆଶ୍ରମ ନିକଟରେ ବେଳାଭୂମିରେ ଏକାକୀ ବସିଥିଲେ । ଏହି ସମୟରେ ଏହି ଦୁଇ ଯୁବକ ତାଙ୍କ ସହ ବାର୍ତ୍ତାଳାପ କରି ବନ୍ଧୁତା ସ୍ଥାପନ କରିଥିଲେ । ପରେ ସିଗେରେଟ ପିଇବା ପାଇଁ ଲାଇଟର ମାଗିଥିଲେ । ଏହା ପରେ ଉଭୟ ଅଭିଯୁକ୍ତ ମହିଳାଙ୍କୁ ମଦ୍ୟପାନ କରିବାକୁ ମଧ୍ୟ ପ୍ରଲୋଭନ ଦେଖାଇଥିଲେ । ମଦ୍ୟପାନ କରିବା ପାଇଁ ସେମାନେ ମହିଳାଙ୍କୁ ସାଙ୍ଗରେ ନେଇ ନିକଟରେ ଥିବା ଏକ ପରିତ୍ୟକ୍ତ ଘରକୁ ଯାଇଥିଲେ । ସେଠାରେ ମହିଳାଙ୍କୁ ନିର୍ଯାତନା ଦେବା ସହ ଗଣଦୁଷ୍କର୍ମ କରିଥିଲେ ।

ମହିଳାଙ୍କୁ ମୁର୍ମୁଷ ଅବସ୍ଥାରେ ଛାଡିଦେଇ ଉଭୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ବିଦେଶୀ ମହିଳାଜଣଙ୍କ କୌଣସି ପ୍ରକାର ନିକଟରେ ଥିବା ଆଶ୍ରମରେ ପହଞ୍ଚିବା ପରେ ସେଠାରେ ଥିବା ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ପରେ କିଛି ଲୋକଙ୍କ ସହାୟତାରେ ସେ କୋଲାମ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଦୁଇ ସ୍ଥାନୀୟ ଯୁବକଙ୍କୁ ପୋଲିସ ଚିହ୍ନଟ କରି ଗିରଫ କରିଛି । ସେମାନଙ୍କୁ IPC 376-D ଓ IPC 376(2)(n)ରେ କୋର୍ଟ ଫରଓ୍ବାର୍ଡ କରାଯାଇଥିବା ପୋଲିସ କହିଛି । ପୋଲିସ ପୀଡିତା ବିଦେଶୀ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରିଛି ।

ଏହା ମଧ୍ୟ ପଢନ୍ତୁ :-ବିବାହର ଦୁଇମାସ ପରେ ଚିଠିରେ ତିନି ତଲାକ ଦେଲା ସ୍ବାମୀ !

ସେ ଆମେରିକାରୁ ପରିଭ୍ରମଣରେ ଆସି 22 ତାରିଖରେ କେରଳ ରାଜଧାନୀ ଥିରୁଅନନ୍ତପୁରମରେ ପହଞ୍ଚିଥିଲେ । ସେଠାରୁ ସେ କୋଲାମ ଯାଇଥିଲେ । ବେଳାଭୂମି ପରିଦର୍ଶନ ବେଳେ ତାଙ୍କୁ ଏକାକୀ ପାଇଁ ଦୁଇ ଯୁବକ ଏପରି କରିଥିଲେ । ଘଟଣା ପରେ କୋଲାମ ବେଳାଭୂମିରେ ପୋଲିସ ଉଦ୍ଦେଶ୍ୟହୀନ ଭାବେ ବୁଲୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ପାଟ୍ରୋଲିଂ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.