ETV Bharat / bharat

ବିବାହର ଦୁଇମାସ ପରେ ଚିଠିରେ ତିନି ତଲାକ ଦେଲା ସ୍ବାମୀ !

author img

By

Published : Aug 2, 2023, 9:31 PM IST

ମଥୁରାରେ ବିବାହର ଦୁଇ ମାସ ପରେ ଚିଠିରେ ତିନି ତଲାକ ଦେଲା ସ୍ବାମୀ । ପୋଲିସରେ ଅଭିଯୋଗ ପରେ ଆରମ୍ଭ ହେଲା ତଦନ୍ତ । ଅଧିକ ପଢନ୍ତୁ

ବିବାହର ଦୁଇମାସ ପରେ ଚିଠିରେ ତିନି ତଲାକ ଦେଲା ସ୍ବାମୀ !
ବିବାହର ଦୁଇମାସ ପରେ ଚିଠିରେ ତିନି ତଲାକ ଦେଲା ସ୍ବାମୀ !

ବିବାହର ଦୁଇମାସ ପରେ ପୋଷ୍ଟାଲରେ ଛାଡପତ୍ର

ଲକ୍ଷ୍ନୌ: କେନ୍ଦ୍ର ସରକାର ଇସଲାମ ଧର୍ମରେ ପ୍ରଚଳିତ ତିନି ତଲାକ ପ୍ରଥା ଉଚ୍ଛେଦ କଲା ପରେ ମଧ୍ୟ ବିଭିନ୍ନ ରାଜ୍ୟରୁ ଆସିବାରେ ଲାଗିଛି ତିନି ତଲାକ ଅଭିଯୋଗ । ବିବାହର ମାତ୍ର 2 ମାସ ପରେ ସ୍ବାମୀ ଦେଲା ତିନି ତଲାକ । ତାହା ପୁଣି ଚିଠି ମାଧ୍ୟମରେ । ଏପରି ଏକ ଅଭିଯୋଗ ଉତ୍ତର ପ୍ରଦେଶ ମଥୁରାରୁ ଆସିଛି । ସ୍ଥାନୀୟ ଜଣେ ମହିଳା ଏପରି ସଙ୍ଗୀନ ଅଭିଯୋଗ ସହ ଏସ୍‌ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

ପୀଡିତାଙ୍କ ଅଭିଯୋଗ ଅନୁସାରେ, ମଥୁରା କୋତବାଲି ନଗର ଥାନା ଅନ୍ତର୍ଗତ ସୁଖଦେବ ନଗରର କବୀର ନାମକ ଜଣେ ଯୁବକଙ୍କ ସହ ତାଙ୍କର 2 ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ପରେ ଉଭୟ ଜୁନ 7 ତାରିଖରେ ବିବାହ ମଧ୍ୟ କରିଥିଲେ । ପରେ ଯୁବକଜଣଙ୍କ ମହିଳାଙ୍କୁ ନେଇ ଆଗ୍ରାର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଗତ 21 ତାରିଖରେ କବୀର କୌଣସି କାମ ଥିବା ଦର୍ଶାଇ ନିଜ ଘର ମଥୁରା ଫେରିଥିଲେ । ହେଲେ ସେ ଆଉ ଆଗ୍ରାରେ ଥିବା ନିଜ ପତ୍ନୀଙ୍କ ନିକଟକୁ ଫେରିନଥିଲେ । 22 ତାରିଖରେ ପୀଡ଼ିତା ନିଜ ସ୍ବାମୀଙ୍କ ପୈତୃକ ଘରେ ପହଞ୍ଚି ସ୍ବାମୀଙ୍କୁ ଖୋଜିଥିଲେ । ହେଲେ ଶାଶୁ ଘର ସଦସ୍ୟ ତାଙ୍କୁ ମାଡ ମାରି ଘରୁ ତଡିଦେଇଥିଲେ ।

31 ତାରିଖରେ ସ୍ବାମୀ କବୀରଙ୍କ ନାମର ଏକ ଚିଠି ତାଙ୍କ ନିକଟକୁ ଆସିଥିଲା । ଏହି ଚିଠିରେ ସ୍ବାମୀ କବୀର ତାଙ୍କୁ ତିନି ତଲାକ ଦେଉଥିବା ଉଲ୍ଲେଖ କରିଥିଲେ । ଏବେ ପୀଡିତା ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ଆଧାରରେ ମଥୁରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ । ସମ୍ପୃକ୍ତ ଯୁବକ ଏବେ ଫେରାର ଅଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ :- ଓଜନ ବଢିବାରୁ ତିନି ତଲାକ ଦେଲେ ସ୍ୱାମୀ, ଥାନାରେ ମାମଲା

କେନ୍ଦ୍ର ସରକାର ଦେଶରେ ତନି ତଲାକ ପ୍ରଥା ଉଚ୍ଛେଦ ନେଇ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି । ଏଥିରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ହେଲେ ସରକାରୀ ନିୟମକୁ ଉଲଙ୍ଘନ କରି ବିଭିନ୍ନ ସମୟରେ ଏପରି ଅଭିଯୋଗ ଆସିବାର ନଜିର ରହିଛି । ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.