ETV Bharat / bharat

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦ୍ବିତୀୟ ଥର COVID-19 ସଂକ୍ରମିତ

author img

By

Published : Jun 20, 2022, 7:29 AM IST

Updated : Jun 20, 2022, 7:36 AM IST

ସ୍ମୃତି ଇରାନୀ କୋଭିଡ ପଜିଟିଭ
ସ୍ମୃତି ଇରାନୀ କୋଭିଡ ପଜିଟିଭ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ COVID-19 ପଜିଟିଭ ଚିହ୍ନଟ । ସଂକ୍ରମିତ ଚିହ୍ନଟ ହେବାପରେ ଆଇସୋଲେସନରେ ରହିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ପୁଣିଥିରେ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । କୋଭିଡ ସଂକ୍ରମିତ ହୋଇଥିବା କାରଣରୁ ସେ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି । ତେଣୁ ଆସନ୍ତା 23 ତାରିଖରେ ରାଜେନ୍ଦ୍ର ନଗରରେ ଭାରତୀୟ ଜନତା ପାର୍ଟି(BJP) ପକ୍ଷରୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ଯୋଗ ଦେଇପାରିବେ ନାହିଁ ସ୍ପଷ୍ଟ କରିଛନ୍ତି ।

  • राजेंद्र नगर में आयोजित कार्यक्रम में सम्मिलित नहीं हो पाने के लिए मैं वहाँ के नागरिकों से क्षमा चाहती हूँ, क्योंकि मेरी कोरोना रिपोर्ट पॉजिटिव आई है।

    मैं राजेंद्र नगर के लोगों से @rajeshbhatiabjp जी को वोट देने और @BJP4Delhi को जिताने की अपील करती हूँ। https://t.co/nawn5XTBbu

    — Smriti Z Irani (@smritiirani) June 19, 2022 " class="align-text-top noRightClick twitterSection" data=" ">

ଟ୍ବିଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲେଖିଛନ୍ତି, "ମୋ କୋରୋନା ରିପୋର୍ଟ ପଜିଟିଭ ଆସିଛି । ତେଣୁ ରାଜେନ୍ଦ୍ର ନଗରରେ ହେବାକୁଥିବା ସମ୍ମିଳନୀରେ ସାମିଲ ହୋଇପାରିବି ନାହିଁ ।" କୋଭିଡ ସଂକ୍ରମିତ କାରଣରୁ ପ୍ରଚାରରେ ସାମିଲ ହୋଇପାରୁନଥିବାରୁ ସେ ସ୍ଥାନୀୟ ଲୋକଙ୍କୁ କ୍ଷମା ମାଗିଛନ୍ତି । ତେବେ ଏହି ଆସନରେ ବିଜେପିର ପ୍ରାର୍ଥୀ ଥିବା ରାଜେଶ ଭାଟିଆଙ୍କୁ ଭୋଟ ଦେବାକୁ ସେ ଅପିଲ କରିଛନ୍ତି । ପୂର୍ବରୁ 2020ରେ ମଧ୍ୟ ସ୍ମୃତି ଇରାନୀ କୋରୋନା ସଂକ୍ରମିତ ହୋଇଥିଲେ ।

ପ୍ରକାଶ ଥାଉ ଦେଶରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । କିଛିଦିନ ହେଲା 12 ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ ମାମଲା । ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର 1,530 ନୂଆ ପଜିଟିଭ ମାମଲା ସାମ୍ନାକୁ ରହିଥିଲା ।

Last Updated :Jun 20, 2022, 7:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.