ETV Bharat / bharat

୨୬ତମ ଜାତୀୟ ଯୁବ ମହୋତ୍ସବ ଉଦଯାପିତ, ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

author img

By

Published : Jan 17, 2023, 11:21 AM IST

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଯୁବକମାନଙ୍କୁ ୱାଇ-୨୦ ଆଲୋଚନା ଏବଂ ୱାଇ-୨୦ ପଦଯାତ୍ରାରେ ଯୋଗଦେବାକୁ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଜି-୨୦ ନେତାଙ୍କ ପାଇଁ ଦସ୍ତାବିଜ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୋମବାର କର୍ଣ୍ଣାଟକର ଧରୱାଡ ଠାରେ ଅନୁଷ୍ଠିତ ୨୬ତମ ଜାତୀୟ ଯୁବ ମହୋତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଯୁବକମାନଙ୍କୁ ୱାଇ-୨୦ ଆଲୋଚନା ଏବଂ ୱାଇ-୨୦ ପଦଯାତ୍ରାରେ ଯୋଗଦେବାକୁ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଜି-୨୦ ନେତାଙ୍କ ପାଇଁ ଦସ୍ତାବିଜ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରିଛନ୍ତି । ଏକ ସ୍ୱଚ୍ଛ, ସୁନ୍ଦର, ସଶକ୍ତ ରାଷ୍ଟ୍ର ଗଠନ ପାଇଁ ସରକାରୀ ଉଦ୍ୟମରେ ସକ୍ରିୟ ଭାବେ ଯୋଗଦେବାକୁ ମନ୍ତ୍ରୀ ଯୁବ ପିଢିଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ଯୁବ କଲ୍ୟାଣମୂଳକ ପଦକ୍ଷେପକୁ ବର୍ଣ୍ଣନା କରି ଅନୁରାଗ ସିଂହ ଠାକୁର କହିଛନ୍ତି ଯେ, ଏହି ପଦକ୍ଷେପଗୁଡିକ ରାଷ୍ଟ୍ର ର୍ନିମାଣରେ ଫଳପ୍ରଦ ଭାବରେ ବ୍ୟବହାର କରାଯିବା ଉଚିତ । ଜାତୀୟ ଯୁବ ମହୋତ୍ସବର ସଫଳତାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ ଯାହା ହୁବଲି-ଧରୱାଡରେ ସବୁଜ ମହୋତ୍ସବ ଭାବରେ ପାଳନ କରାଯାଇଥିଲା । ଏକ ସ୍ୱଚ୍ଛ ଭାରତ ଗଠନ ପାଇଁ ଜୀବନରେ ବର୍ଜ୍ୟ ହ୍ରାସ ପଦକ୍ଷେପ ଗୁଡ଼ିକର ଆବଶ୍ୟକତା ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଯୁବକମାନଙ୍କୁ ସଙ୍କଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।

ଅନୁରାଗ ସିଂହ ଠାକୁର କହିଛନ୍ତି, "ଜାତୀୟ ଯୁବ ମହୋତ୍ସବ ଏକତା ଏବଂ ଅଖଣ୍ଡତାର ପ୍ରତୀକ ଅଟେ । କାରଣ ଏହା ପ୍ରକୃତରେ ଭାରତର ଏକ ପ୍ରତିବିମ୍ବ ସୃଷ୍ଟି କରେ। ମନ୍ତ୍ରୀ ଯୁବ ପ୍ରତିନିଧୀମାନଙ୍କୁ ଯୁବ ଉତ୍ସବରୁ ନେଇଥିବା ବାର୍ତ୍ତାକୁ ଅନ୍ୟମାନଙ୍କ ସହ ବାଣ୍ଚିବା ଆବଶ୍ୟକ । ସେ କହିଛନ୍ତି ଯେ ଦେଶ ପ୍ରାୟ ସମସ୍ତ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଏବଂ ଅଗ୍ରଗତି ହାସଲ କରିଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଏବଂ ଅବଦାନ ପାଇଁ ୧୯ ଜଣ ବ୍ୟକ୍ତି ଏବଂ 6ଟି ସଂଗଠନକୁ ୨୦୧୯-୨୦ର ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କର୍ଣ୍ଣାଟକର ରାଜ୍ୟପାଳ ଥାୱରଚନ୍ଦ ଗେହଲଟ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, କେନ୍ଦ୍ର କୋଇଲା ଓ ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ନିର୍ବାଚିତ ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.