ETV Bharat / bharat

ହାଇଦ୍ରାବାଦରେ କରୋନା ନେଲା ୨ ଜୀବନ

author img

By ETV Bharat Odisha Team

Published : Dec 26, 2023, 10:23 PM IST

ହାଇଦ୍ରାବାଦରେ କରୋନା ନେଲା ୨ ଜୀବନ
ହାଇଦ୍ରାବାଦରେ କରୋନା ନେଲା ୨ ଜୀବନ

Two died of Covid in Hyderabad: ପୁଣି ଆତଙ୍କ ଖେଳାଇଲା କୋଭିଡ଼ । ତେଲେଙ୍ଗାନାରେ ୨ ମୃତ , ୯୦ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ : ପୁଣି ଆତଙ୍କ ଖେଳାଇଲା କରୋନା ମହାମାରୀ । ନୂଆ ଭାରିଏଣ୍ଟ JN.1 ଆସିବା ପରେ ତେଲେଙ୍ଗାନାରେ ୨ ଜଣଙ୍କ ଜୀବନ ନେଇଛି କରୋନା । ପୂର୍ବରୁ ଜଣେ ରୋଗୀ ଓସମାନିଆ ଜେନେରାଲ ହସ୍ପିଟାଲରେ ଶ୍ବାସକ୍ରିୟା ଜନିତ ବାଧା ଯୋଗୁଁ ଆଡମିଟ ହୋଇଥିଲେ । ନିକଟରେ ଡାକ୍ତର ମାନଙ୍କ କୋଭିଡ଼ ପରୀକ୍ଷା କରିବା ଦ୍ବାରା ଉକ୍ତ ୨ କରୋନା ରୋଗୀ ଙ୍କୁ ଚିହ୍ନଟ କରାଯାଇଥିଲା, ଯେଉଁ ମାନଙ୍କ ପୂର୍ବରୁ ସ୍ବାସ୍ଥ୍ୟଗତ ଅସୁବିଧା ରହିଥିଲା । କୋଭିଡ଼କୁ ନେଇ ଅତ୍ୟଧିକ ଚିନ୍ତିତ ହେବା କାରଣ ରୁ ଉଭୟ ଙ୍କ ମୃତ୍ୟୁ ହୋଇଥିବା ଓସମାନିଆ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡ. ନାଗେନ୍ଦର ସୂଚନା ଦେଇଛନ୍ତି । ଭର୍ତ୍ତି ହୋଇଥିବା କିଛି ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଓସମାନିଆ ହସ୍ପିଟାଲ ର ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷେ ତେଲେଙ୍ଗାନାରେ ଦୃତ ଗତିରେ କରୋନା ବ୍ୟାପିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହି ପରି ରାଜ୍ୟରେ ୨ ଟି ଜିଲ୍ଲା ରେ ନୂଆ ଭାରିଏଣ୍ଟ JN.1 ମଧ୍ୟ ଠାବ କରାଯାଇଛି । ଗତ ସପ୍ତାହ ରେ ୫୫ ଜଣ ଙ୍କ କରୋନା ଟେଷ୍ଟିଂ ରେ ପଜେଟିଭ ଆସିଥିଲା ଯାହା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୯୦ କୁ ପହଁଚିଛି । ସୋମବାର ଦିନ ଆଉ ୧୦ ଟି ନୂଆ କୋଭିଡ କେସ ରିପୋର୍ଟ କରାଯାଇଛି ଯେଉଁ ଥିରେ ଏକୁଟିଆ ହାଇଦ୍ରାବାଦ ସହରର ୯ ଜଣ ଅଛନ୍ତି । ଯାହା ସହରରେ ଭୟର ବାତାବରଣ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ ... ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ, ତୃତୀୟଙ୍କ ଯାଞ୍ଚ ଚାଲିଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଜ୍ବର , କାଶ, ଗଳାରେ କଫ ଏବଂ ମୁଣ୍ଡ ବିନ୍ଧା ଆଦି ନୂଆ ଭାରିଏଣ୍ଟ JN.1 ର ଲକ୍ଷଣ ଅଟେ । ବୟସ୍କ ମାନଙ୍କ ସହ ମଧୁମେହ, ଉଚ୍ଚ ରକ୍ତ ଚାପ ଆଦି ନାନା ରୋଗରେ ପୀଡିତ ଲୋକ ଙ୍କ ପାଇଁ ଏହା ଘାତକ ସାଜୁଛି । ଆକ୍ରାନ୍ତଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ବେଡ ସଂଖ୍ୟା ବଢାଇବା ସହ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି । ସେହିପରି ନିୟମିତ ଆସୁଥିବା ରୋଗୀ ଏବଂ ଗର୍ଭବତୀ ମହିଳା ମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ବୟସ୍କ ଓ ନାନା ରୋଗ ଥିବା ଲୋକଙ୍କୁ ନିଜର ଅତିରିକ୍ତ ଯତ୍ନ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଉତ୍ତମ ଦିନଚର୍ଯ୍ୟା ପାଳନ, ନିୟମିତ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର , କୋଭିଡ ଗାଇଡ ଲାଇନକୁ ଅନୁପାଳନ କରିବାକୁ ଡାକ୍ତର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.