ETV Bharat / bharat

ଖୋଲିଲା ଜିମ୍‌ ମାଲିକ ହତ୍ୟାକାଣ୍ଡ ଗୁମର: ଦୁଇ ଅଭିଯୁକ୍ତ ଗିରଫ, ଜଣେ ଜାତୀୟ ସ୍ତର ଜୁଡୋ କ୍ରୀଡ଼ାବିତ୍‌

author img

By

Published : Jan 20, 2023, 11:03 PM IST

ଖୋଲିଲା ମହେନ୍ଦ୍ର ଅଗ୍ରୱାଲ ହତ୍ୟା ମାମଲାର ଗୁଥି
ଖୋଲିଲା ମହେନ୍ଦ୍ର ଅଗ୍ରୱାଲ ହତ୍ୟା ମାମଲାର ଗୁଥି

ଡିସେମ୍ବର ୩୦ରେ ପୂର୍ବ ଦିଲ୍ଲୀର ପ୍ରତି ବିହାରରେ ଅବସ୍ଥିତ ଏନର୍ଜୀ ଜିମ୍‌ର ମାଲିକ ମହେନ୍ଦ୍ର ଅଗ୍ରୱାଲଙ୍କ ହତ୍ୟା ମାମଲା । କ୍ରାଇମ୍‌ବ୍ରାଞ୍ଚ ପଞ୍ଝାରେ ହତ୍ୟାକାରୀ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଖୋଲିଲା ମହେନ୍ଦ୍ର ଅଗ୍ରୱାଲ ହତ୍ୟା ମାମଲାର ଗୁମର । କ୍ରାଇମ୍‌ବ୍ରାଞ୍ଚ ପଞ୍ଝାରେ ହତ୍ୟାକାରୀ । ଡିସେମ୍ବର ୩୦ରେ ପୂର୍ବ ଦିଲ୍ଲୀର ପ୍ରତି ବିହାରରେ ଅବସ୍ଥିତ ଏନର୍ଜୀ ଜିମର ମାଲିକ ମହେନ୍ଦ୍ର ଅଗ୍ରୱାଲଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲା ପୂର୍ବ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଦୁଇ ଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ମହେନ୍ଦ୍ରଙ୍କ ଜିମ୍‌ର ପୂର୍ବତନ ପ୍ରଶିକ୍ଷକ ଇନ୍ଦ୍ରବର୍ଦ୍ଦନ ଶର୍ମା ଏବଂ ଅନ୍ୟ ଜଣେ ଅଭିଯୁକ୍ତ ରବି କୁମାର ତୋମର ବୋଲି ଜଣାପଡିଛି। ଏହି ଘଟଣାରେ ସାମିଲ ଥିବା ତୃତୀୟ ଅଭିଯୁକ୍ତ ଅଜୟ ଫେରାର ଥିବା ସୂଚନା ଦେଇଛି କ୍ରାଇମ୍‌ବ୍ରାଞ୍ଚ ।

ପୋଲିସ ଉଭୟ ଅଭିଯୁକ୍ତଙ୍କୁ କଷ୍ଟଡିକୁ ନେଇ ପଚରାଉଚରା କରୁଛି । ପଚରାଉଚରା ସମୟରେ ପୂର୍ବତନ ଜିମ୍ ପ୍ରଶିକ୍ଷକ ଇନ୍ଦ୍ରବର୍ଦ୍ଦନ ହତ୍ଯା ପଛର କାରଣ ପୋଲିସ ସମ୍ମୁଖରେ ଓଗାଳିଛି । ଇନ୍ଦ୍ରବର୍ଦ୍ଦନ କହିଛି, ୨୦୧୭ ରେ ମହେନ୍ଦ୍ର ତା ବିରୋଧରେ ଏକ ଅପହରଣ ମାମଲା ଦାୟର କରିଥିଲେ, ଯେଉଁଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ସେ ମହେନ୍ଦ୍ରଙ୍କୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଛି । ସ୍ପେଶାଲ ସିପି ରବିନ୍ଦ୍ର ଯାଦବଙ୍କ ଅନୁଯାୟୀ, ଡିସେମ୍ବର ୩୦ ରାତି ୭.୩୦ରେ ମହେନ୍ଦ୍ର ଉପରକୁ ମୁଖାଧାରୀ ବ୍ୟକ୍ତିମାନେ ଅନ୍ଧାଧୁନ୍‌ ଗୁଳିବର୍ଷା କରିଥିଲେ ।

ଡିସିପି ଅମିତ ଗୋୟଲ ଏସିପି ଉମେଶ ଭରତୱାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା । ଏହି ଟିମ୍‌ରେ ଇନ୍ସପେକ୍ଟର ବିବେକ ମଲ୍ଲିକ, ଏସଆଇ ସମ୍ରାଟ କାତ୍ୟାନ, ଏସଆଇ ମୁକେଶ, ହେଡ କନଷ୍ଟେବଳ ରାମନାରଶ, ହେଡ କନଷ୍ଟେବଳ ଘନଶ୍ୟାମ, କନଷ୍ଟେବଳ ଆଶିଷ ରହିଥିଲେ। ତଦନ୍ତ ସମୟରେ ଇନ୍ସପେକ୍ଟର ବିବେକ ଜାଣିବାକୁ ପାଇଲା ଯେ ହତ୍ୟା ଘଟଣାର ଅଭିଯୁକ୍ତ ଭାରତ ଛାଡ଼ି ନେପାଳ ପଳାଇବାକୁ ଚେଷ୍ଟା କରୁଛନ୍ତି । ଏହି ଖବରକୁ ନିଶ୍ଚିତ କରି ଦଳ ତୁରନ୍ତ ଉଭୟ ଅଭିଯୁକ୍ତଙ୍କୁ ଭାରତ-ନେପାଳ ସୀମାରେ ଅବସ୍ଥିତ ରାକ୍ସଲରୁ ଗିରଫ କରିଥିଲା।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଇନ୍ଦ୍ରବର୍ଦ୍ଦନ ଦୀର୍ଘ ଦିନ ଧରି ମହେନ୍ଦ୍ର ଅଗ୍ରୱାଲଙ୍କ ସହ କାମ କରିଥିଲା । ଏହାସହ ମହେନ୍ଦ୍ର ଅଗ୍ରୱାଲଙ୍କ ବ୍ୟବସାୟରେ ପ୍ରାୟ ୪.୭୫ ଲକ୍ଷ ଟଙ୍କା ବିନିଯୋଗ ମଧ୍ୟ କରିଥିଲ । ମାତ୍ର ମହେନ୍ଦ୍ର ବ୍ୟବସାୟରେ ପ୍ରଫିଟ କରୁଥିଲେ ମଧ୍ୟ ଇନ୍ଦ୍ରବର୍ଦ୍ଦନଙ୍କୁ ଦରମା ଏବଂ ବ୍ୟବସାୟରେ ବିନିଯୋଗ କରିଥିବା ପଇସା ଫେରସ୍ତ କରୁନଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ବହୁବାର ଝଗଡା ଦେଖିବାକୁ ମୁଳିଥିଲା । ଏହାପରେ ମହେନ୍ଦ୍ର ୨୦୧୭ର ତା ବିରୋଧରେ ଏକ ଅପହରଣ ମାମଲା ଦାଖଲ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଲା ।

ବ୍ୟୁରୋ ରୁପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.