ETV Bharat / bharat

Tripura Assembly Election: ଭୋଟ ଦେଉଛି ତ୍ରିପୁରା, ମଇଦାନରେ ତ୍ରିମୁଖୀ ଲଢେଇ

author img

By

Published : Feb 16, 2023, 7:58 AM IST

ତ୍ରିପୁରା ବିଧାନସଭା ନିର୍ବାଚନ
Tripura Assembly Election

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । 60 ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଅଗରତାଲା: ଉତ୍ତରପୂର୍ବ ରାଜ୍ୟ ତ୍ରିପୁରା ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । 60 ସଦସ୍ୟ ବିଶିଷ୍ଟ ତ୍ରିପୁରା ଭୋଟ ଦେଉଛି । ଅପରାହ୍ନ 4ଟା ଯାଏ ଭୋଟ ଗ୍ରହଣ ଜାରି ରହିବ । 28 ଲକ୍ଷ ଲୋକ 259 ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମୋଟ 3328ଟି ବୁଥରେ ମତଦାନ ଜାରି ରହିଛି । ଶାନ୍ତି ଶୃଙ୍ଖଳାର ସହି ନିର୍ବାଚନ ପରିଚାଳନା କରିବାକୁ 31 ହଜାର କର୍ମଚାରୀ ଓ 25 ହଜାର ସୁରକ୍ଷାକର୍ମୀ, 31 ହଜାର ଯବାନ ନିୟୋଜିତ ହୋଇଛନ୍ତି । ମଇଦାନରେ ବିଜେପି, କଂଗ୍ରେସ ବାମଦଳ ମେଣ୍ଟ ଓ ତିପ୍ରା ମୋଥା ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ସମସ୍ତ ରାଜନୈତିକ ଦଳ ନିଜର ବିଜୟ ପାଇଁ ଦୃଢୋକ୍ତି ରଖିଛନ୍ତି । ମାର୍ଚ୍ଚ 2 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ଚଳିତବର୍ଷର ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ଭୋଟିଂ ପୂର୍ବରୁ ସମସ୍ତ ମତଦାନ କେନ୍ଦ୍ରରେ ଇଭିଏମ ଓ ଭିଭିପ୍ୟାଟ ସହ ପୁଲିଂ ଅଧିକାରୀ ଭୋଟିଂ ପୂର୍ବରୁ ତନ ତନ କରି ଯାଞ୍ଚ କରିଥିଲେ । ଭାରତୀୟ ଜନତା ପାର୍ଟି, କଂଗ୍ରେସ ସିପିଆଇଏମ ପ୍ରମୁଖ ଏହି ନିର୍ବାଚନରେ ମୁଖ୍ୟ ପ୍ରତିନ୍ଦ୍ବନ୍ଦ୍ବୀ ଦଳ ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ବିଜେପି, କଂଗ୍ରେସ ବାମଦଳ ମେଣ୍ଟ ଓ ତିପ୍ରା ମୋଥା ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ବିଭିନ୍ନ ଦଳର ମୋଟ 259 ପ୍ରାର୍ଥୀ ରହିଥିବା ବେଳେ 60 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । 28 ଲକ୍ଷ ଭୋଟରଙ୍କ ମଧ୍ୟରୁ 13 ଲକ୍ଷ ମହିଳା ଭୋଟର ଅଛନ୍ତି ।

2018ରେ ଉତ୍ତରପୂର୍ବ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରଥମ ବିଜୟ ସ୍ବାଦ ଚାଖିଥିଲା । ଏଥର ବି ଶାସକ ଦଳ ବିଜେପି ଗଡ ବଞ୍ଚାଇବାକୁ ଲକ୍ଷ୍ୟ ରଖିଥିବାବେଳେ ଗାଦି ଛଡାଇ ନେବାକୁ କଂଗ୍ରେସ ଓ ତିପ୍ରା ମୋଥା ଏକାଠି ହୋଇଛନ୍ତି । ତ୍ରିପୁରାରେ ଦୀର୍ଘ 5 ଦଶନ୍ଧି ଧରି କ୍ଷମତାରେ ଥିବା ବାମଦଳ ସିପିଆଇଏକୁ କ୍ଷମତାରୁ ହଟାଇ ବିଜେପି ବିପ୍ଳବ ଦେବଙ୍କ ନେତୃତ୍ବରେ ରାଜ୍ୟରେ ସରକାର ଗଠନ କରିଥିଲା । ଚଳିତଥର ବିଜେପି କ୍ଷମତା ବଜାୟ ନେଇ ଆଶାବାଦୀ ଥିବା ବେଳେ କଂଗ୍ରେସ ଓ CPIM କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହା ବି ପଢନ୍ତୁ...IT survey on BBC: ଦିନେ ଦେଶରେ ନଥିବ କୌଣସି ଗଣମାଧ୍ୟମ: ମମତା

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଉତ୍ତପପୂର୍ବାଞ୍ଚଳରେ ପୁଣି ବିଜେପି ଫେରିବା ବୋଲି ଦୃଢୋକ୍ତି ରଖିଥିଲେ । 2024 ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ କେହି ପ୍ରତିଦ୍ବନ୍ଦୀ ନାହାନ୍ତି । ବିଜେପି ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢିବ ବୋଲି କହିଥଲେ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଅମିତ ଶାହ । ତେବେ ଉତ୍ତରପୂର୍ବ ରାଜ୍ୟବାସୀ କାହା ମୁଣ୍ଡରେ ସୁନାକଳସ ଢାଳୁଛନ୍ତି ତାହା ସମୟ କହିବ ।


ବିଜେପିର ମାଣିକ ଶାହ ବାରଡୋବଲି ନିର୍ବାଚନ ମଣ୍ଡଳୀରୁ ଲଢୁଛନ୍ତି । ସେହିପରି ଜିତେନ୍ଦ୍ର ଚୌଧୁରୀ ସବରୁମ ବିଧାନସଭା ସିଟରୁ ଲଢୁଛନ୍ତି । 60 ବିଧାନସଭା ଆସନରୁ ବିଜେପିର 55 ପ୍ରାର୍ଥୀ ମଇଦାନରେ ରହିଛନ୍ତି । ସେହିପରି କଂଗ୍ରେସ 13 ଆସନରେ ନିର୍ବାଚନ ଲଢୁଛି । ଟିଏମସି ଦଳ 28 ପ୍ରାର୍ଥୀ ଦେଇଛି । 58 ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି ।

ପ୍ରକାଶ ଥାଉ କି, ଫେବୃଆରୀ 27ରେ ଅନ୍ୟ ଦୁଇ ଉତ୍ତରପୂର୍ବ ରାଜ୍ୟ ମେଘାଳୟ ମତଦାନ ହେବ । ମାର୍ଚ୍ଚ 2 ତାରିଖରେ 3ଟି ରାଜ୍ୟର ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ତିନି ରାଜ୍ୟରେ 60 ଲେଖାଏଁ ବିଧାନସଭା ଆସନ ରହିଛି । ନାଗାଲାଣ୍ତରେ ମାର୍ଚ୍ଚ 12, ମେଘାଳୟରେ 15 ଓ ତ୍ରିପୁରାରେ 22 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.