ETV Bharat / bharat

Tripura Assembly Election: 22ଟି ଆସନରେ ପ୍ରାର୍ଥୀ ଘୋଷଣା କଲା TMC

author img

By

Published : Jan 30, 2023, 8:51 AM IST

Tripura Assembly Election
Tripura Assembly Election

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ 22 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି। ଆସନ୍ତା 16 ତାରିଖରେ ନିର୍ବାଚନ। ଅଧିକ ପଢନ୍ତୁ

ଅଗରତାଲା: ପାଖେଇ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ନିର୍ବାଚନରେ ପ୍ରତିଦ୍ବନ୍ଦି କରୁଥିବା ଦଳ ପାର୍ଥୀ ଘୋଷଣା କରୁଛନ୍ତି। ପ୍ରଥମେ ବିଜେପି , କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ରବିବାର ତୃଣମୂଳ କଂଗ୍ରେସ ପାର୍ଥୀ ତାଲିକା ଜାରି କରିଛି । 22ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଟିଏମସି ।

ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ଟିଏମସି । ପାର୍ଟି ତରଫରୁ ପାର୍ଥୀ ତାଲିକା ଜାରି କରାଯିବା ପରେ ଏହି ନିର୍ବାଚନର ମୂଳ ଉଦ୍ଦେଶ୍ୟ ହେଉଛି ବିଜେପିକୁ ପରାସ୍ତ କରିବା ବୋଲି କୁହାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ତ୍ରିପୁରା ମୁଖ୍ୟ ପୀୟୁଷ କାନ୍ତି ବିଶ୍ୱ, ସାଂସଦ ସୁସ୍ମିତା ଦେବ, ରାଜୀବ ବାନାର୍ଜୀ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ । ଦଳ ପକ୍ଷରୁ ଟ୍ବିଟ କରି ପାର୍ଥୀ ତାଲିକା ଜାରି କରାଯାଇ କୁହାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ଟିଏମସି ଆଗାମୀ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପାର୍ଥୀ ତାଲିକା ଜାରି କରିଛି ।

ଜାନୁଆରୀ 18 ତାରିଖରେ ଉତ୍ତର-ପୂର୍ବ 3ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । 60 ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ 16 ଫେବୃଆରୀରେ ହେବା ନେଇ ଘୋଷଣା କରାଯାଇଥିଲା । ଏଥିପାଇଁ 21 ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ଜାନୁଆରୀ 30ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜାନୁଆରୀ 31 ରେ ନାମାଙ୍କାନ ଯାଞ୍ଚ ହେବ । ଫେବୃଆରୀ 2ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାରିବେ ପ୍ରାର୍ଥୀ ।

ତେବେ ନିର୍ବାଚନ ତାରିଖ ଘୋଷଣା ପରେ ତ୍ରିପୁରା ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସ ଏକାକୀ ଲଢିବା ନେଇ ଦଳର ତ୍ରିପୁରା ପର୍ଯ୍ୟବେକ୍ଷକ ରାଜୀବ ବାନାର୍ଜୀ ସୂଚନା ଦେଇଥିଲେ । ଦଳ ରାଜ୍ୟର ସମସ୍ତ 60 ଆସନରେ ଦଳୀୟ ପ୍ରାର୍ଥୀ ଦେବ ବୋଲି କୁହାଯାଇଥିଲା । ତ୍ରିପୁରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ସମେତ ଦଳର ବରିଷ୍ଠ ନେତା ପ୍ରଚାର କରିବେ ବୋଲି କୁହାଯାଇଥିଲା ।

ନିକଟରେ ବିଜେପି 48 ଟି ଆସନରେ ଲଢେଇ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ 12ଟି ଆସନରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି ପାର୍ଟି ତରଫରୁ କୁହାଯାଇଥିଲା । ସେହିପରି ନିର୍ବାଚନ ସମୟରେ ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଜାରି କରାଯାଇଥିଲା । 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବିଜେପିର ବହୁ ଟାଣୁଆ ନେତା ମନ୍ତ୍ରୀଙ୍କ ନାମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.