ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 24, 2022, 11:02 AM IST

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 11 AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ଆଜି ଦୀପାବଳି, ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ଆଲୋକର ପର୍ବ ଶ୍ରଦ୍ଧା ଓ ଭକ୍ତିର ପର୍ବ ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

2.CYCLONE UPDATE: 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା !

ଆଗାମୀ 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ସି-ତ୍ରାଙ୍ଗ । ସାଗର ଦୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ 500 କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ।

3.ଫସଲ ନଷ୍ଟ କରିବାକୁ ଆସି ପୋଖରୀରେ ପଡିଲା ଦନ୍ତା, ଚାଲିଛି ଉଦ୍ଧାର କାର୍ଯ୍ୟ

ଗାଁକୁ ଫସଲ ନଷ୍ଟ କରିବାକୁ ଆସି ପୋଖରୀରେ ପଡିଲା ଦନ୍ତା ହାତୀ । ରାତିତମାମ ପୋଖରୀ ଭିତରେ ପଶି ରହିଛି ହାତୀ । ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ବନବିଭାଗ ।

4.ବିହାରରେ ଦୀପୋତ୍ସବ, ଜଳିଲା 6 ଲକ୍ଷ ଦୀପ

ଦୀପାବଳି ନେଇ ନୂଆ ରେକର୍ଡ ସୃଷ୍ଟି ହୋଇଛି । ବିହାରର ମୁଙ୍ଗେରରେ ଧନତେରସ ସନ୍ଧ୍ୟାରେ 6 ଲକ୍ଷ ଦୀପ ଜାଳି ନୂଆ ରେକର୍ଡ ସୃଷ୍ଟି କରାଯାଇଛି ।

5.ଭିଜିଲାନ୍ସ ଜାଲରେ କୋଟଗଡ IIC, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିକାରୀ ଧୀରଜ ଲେଙ୍କାଙ୍କ ଗାଡିରୁ ବାହାରିଲା ୧ ଲକ୍ଷ ୮୦ ହଜାର ଟଙ୍କା । ଘରୋଇ ଗାଡ଼ିରେ ଯାଉଥିବା ବେଳେ ବାଲିଗୁଡ଼ାରେ ଚଢ଼ାଉ କଲା ଫୁଲବାଣୀର ସ୍ବତନ୍ତ୍ର ଭିଜିଲାନ୍ସ ଟିମ । ଏନେଇ ଅଧିକ ତଦନ୍ତ କରୁଛି ସ୍ଵତନ୍ତ୍ର ଭିଜିଲାନ୍ସ ଟିମ ।

6.ଆଖି ହରାଇଲେ ବିଶିଷ୍ଟ ଲେଖକ ସଲମାନ ରୁସ୍‌ଦୀ

ଦୁଇମାସ ତଳେ ନ୍ୟୁୟର୍କରେ ଆକ୍ରମଣର ଶିକାର ହୋଇଥିଲେ ବିଶିଷ୍ଟ ଲେଖକ ସଲମାନ ରୁସ୍‌ଦୀ । ତାଙ୍କ ଜୀବନ ତ ବଞ୍ଚିଗଲା ହେଲେ ଗୋଟିଏ ଆଖିର ଜ୍ୟୋତି ହରାଇଛନ୍ତି ସଲମାନ ରୁସଦୀ ।

7.ଆଜି ଆଲୋକର ପର୍ବ ଦୀପାବଳି, ଦୀପରେ ଝଲସିବ ପୁରପଲ୍ଲୀ

ଆଜି ଆଲୋକର ପର୍ବ ଦୀପାବଳି । ପ୍ରତିଟି ହିନ୍ଦୁ ପରିବାରରେ ପାଳିତ ହେଉଥିବା ଏହା ଏକ ପ୍ରମୁଖ ପର୍ବ । ଏନେଇ ଚଳଚଞ୍ଚଳ ପୁରପଲ୍ଲୀ ।

8.Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

9.ଆୟରଲାଣ୍ଡ ଅଲରାଉଣ୍ଡର ଜର୍ଜ ଡକ୍ରେଲଙ୍କୁ କୋରୋନା

କୋରୋନା ସଂକ୍ରମିତ ହେଲେ ଆୟରଲାଣ୍ଡ ଅଲରାଉଣ୍ଡର ଜର୍ଜ ଡକ୍ରେଲ (George Dockrell) ।

10.ବିରାଟ ବିଜୟ ପରେ ଭାବୁକ ହେଲେ ପତ୍ନୀ ଅନୁଷ୍କା, ଲେଖିଲେ ଭାବବିହ୍ବଳ ପୋଷ୍ଟ

ମେଲବର୍ଣ୍ଣରେ ବିରାଟ ବିଜୟ । ବିରାଟ କୋହଲିଙ୍କ ଲଢୁଆ ୮୨ ରନର ଇନିଂସ ବଳରେ ଭାରତ ଟି୨୦ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି । ଏହାରି ଭିତରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.