ETV Bharat / state

ଭିଜିଲାନ୍ସ ଜାଲରେ କୋଟଗଡ IIC, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

author img

By

Published : Oct 24, 2022, 7:54 AM IST

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିକାରୀ ଧୀରଜ ଲେଙ୍କାଙ୍କ ଗାଡିରୁ ବାହାରିଲା ୧ ଲକ୍ଷ ୮୦ ହଜାର ଟଙ୍କା । ଘରୋଇ ଗାଡ଼ିରେ ଯାଉଥିବା ବେଳେ ବାଲିଗୁଡ଼ାରେ ଚଢ଼ାଉ କଲା ଫୁଲବାଣୀର ସ୍ବତନ୍ତ୍ର ଭିଜିଲାନ୍ସ ଟିମ । ଏନେଇ ଅଧିକ ତଦନ୍ତ କରୁଛି ସ୍ଵତନ୍ତ୍ର ଭିଜିଲାନ୍ସ ଟିମ । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଅଧିକାରୀ, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା
ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଅଧିକାରୀ, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

ଫୁଲବାଣୀ: ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନା ଆଇଆଇସି । କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିକାରୀ ଧୀରଜ ଲେଙ୍କାଙ୍କ ଗାଡିରୁ ବାହାରିଲା ଲକ୍ଷାଧିକ ଟଙ୍କା । ଘରୋଇ ଗାଡ଼ିରେ ଯାଉଥିବା ବେଳେ ସୂଚନା ପାଇ ଚଢ଼ାଉ କରିଲା ଫୁଲବାଣୀର ସ୍ବତନ୍ତ୍ର ଭିଜିଲାନ୍ସ ଟିମ ।

ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଅଧିକାରୀ, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା
ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଅଧିକାରୀ, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

ସୂଚନା ଅନୁସାରେ କୋଟଗଡ ଥାନା ଅଧିକାରୀ ଧୀରଜ ଲେଙ୍କା ଏକ ଘରୋଇ ଗାଡ଼ିରେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ନିକଟରେ ମାଡ଼ି ବସିଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ । ଆଇଆଇସିଙ୍କ ଗାଡ଼ିରୁ ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଆଇଆଇସିଙ୍କୁ ଫୁଲବାଣୀ ଭିଜିଲାନ୍ସ ଅଫିସକୁ ନିଆଯାଇଥିବା ଜଣ।ପଡିଛି । ତେବେ କେଉଁଠୁ ଏତେ ପରିମାଣର ଟଙ୍କା ତାଙ୍କ ପାଖକୁ ଆସିଲା, ତାହା ଜଣାପଡିନ।ହିଁ । ତେବେ ଏନେଇ ଅଧିକ ତଦନ୍ତ କରୁଛି ସ୍ଵତନ୍ତ୍ର ଭିଜିଲାନ୍ସ ଟିମ ।

ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଅଧିକାରୀ, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.