ETV Bharat / bharat

ଚୋରି ହୋଇଗଲା ଅଢେଇ ଲକ୍ଷର ଟମାଟୋ, ଥାନାର ଦ୍ବାରସ୍ତ ହେଲେ ଚାଷୀ

author img

By

Published : Jul 6, 2023, 2:33 PM IST

ଜମିରୁ ଚୋରି ହୋଇଗଲା ଅଢେଇ ଲକ୍ଷର ଟମାଟୋ । ଥାନାରେ ଅଭିଯୋଗ କଲେ ମହିଳା ଚାଷୀ । ଅଧିକ ପଢନ୍ତୁ

Tomatoes stolen worth more than two lakhs
Tomatoes stolen worth more than two lakhs

ବେଙ୍ଗାଲୁରୁ: ଆକାଶ ଛୁଆଁ ଟମାଟୋ ଦର । କିଲୋ ପ୍ରତି କେଉଁଠି 100 ତ ଆଉ କେଉଁଠି 150 ଦରରେ ବିକ୍ରି ହେଉଛି । ପରିବା ବଜାରରେ ଟମାଟୋକୁ ଦେଖିଲେ ଯେମିତି ଡର ଲାଗୁଛି । କେହି କେହି ଟମାଟୋ କିଣିବାକୁ ମଧ୍ୟ ନାରାଜ । ଟମାଟୋଦର ବୃଦ୍ଧି ହୋଇଥିବା ବେଳେ ଚୀଷୀଙ୍କ ଖୁସୀ କହିଲେ ନସରେ । ଟମାଟୋ ବିକ୍ରି କରି ଭଲ ରୋଜଗାର କରିବେ ବୋଲି ଆଶା କରିଥିଲେ ଜଣେ ମହିଳା ଚାଷୀ । କିନ୍ତୁ ଏବେ ତାଙ୍କ ଆଶା ପାଣିରେ ମିଳାଇ ଯାଇଛି । ବିକ୍ରି ପୂର୍ବରୁ ଜମିରୁ ଚୋରି ହୋଇଯାଇଛି ଟମାଟୋ । ହଜାରେ କି ଦୁଇ ହଜାର ନୁହଁ ବରଂ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ଟମାଟୋ ଚୋରି ହୋଇଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକର ହସଲ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ । ଗୋନି ସୋମନାହଲି ଗ୍ରାମର ଏକ ଚାଷ ଜମିରୁ ମଙ୍ଗଳବାର ରାତିରେ 50ରୁ 60 ବ୍ୟାଗ ଟମାଟୋ ଚୋରି ହୋଇଥିବା ମହିଳା ଚାଷୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ହାଲେବେଡୁ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ମହିଳା ଚାଷୀ ଧରଣୀ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ଟମାଟେ କେଜି ପ୍ରତି ଦର 120 ରହିଛି । ଜମିରୁ ଟମାଟୋ ତେଳି ବ୍ୟଗରେ ରଖିଛିଲୁ ବେଙ୍ଗାଲୁରୁ ବଜାରକୁ ପଠାଇବାକୁ । କିନ୍ତୁ ଚୋରମାନେ ମଙ୍ଗଳବାର ରାତିରେ 50ରୁ 60 ବ୍ୟାଗ ଟମାଟୋ ଚୋରି କରି ଫସଲ ନଷ୍ଟ କରିଦେଇଛନ୍ତି । ଚାଷରେ ବହୁଚ କ୍ଷତି ସହିଥିଲେ ମଧ୍ୟ ଲୋନ୍‌ ଆଣି ଆମେ ଟମାଟୋ ଚାଷ କରିଥିଲୁ । ଚଳିତ ବର୍ଷ ଭଲ ଅମଳ ମଧ୍ୟ ହୋଇଥିଲା । ଆଶା ରଖିଥିଲୁ ଭଲ ଦୁଇ ପଇସା ରୋଜଗାର କରିବୁ । କିନ୍ତୁ ବର୍ତ୍ତମାନ ଟମାଟୋ ସବୁ ଚୋରି ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-Tomato Price Hike: ବଜାରରେ ଦର 120, ପ୍ରତିବାଦରେ 60ଟଙ୍କାରେ ଟମାଟୋ ବିକିଲା ମହିଳା କଂଗ୍ରେସ

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଟମାଟୋ ଚୋରି ହେବା ନେଇ ପ୍ରଥମ ଥର ଅଭିଯୋଗ ଆସିଛି । ମହିଳା ଚାଷୀଙ୍କ ପୁଅ ସରକାରୀ ସହାୟତା ପାଇଁ ନିବେଦନ କରିବା ସହ ତଦନ୍ତ ପାଇଁ ଦାବି କରିଛନ୍ତି । ଧରଣୀଙ୍କ ପୁରା ପରିବାର ମିଶି ଚଳିତ ବର୍ଷ ଟମାଟୋ ଚାଷ କରିଥିଲେ । କିନ୍ତୁ ଟମାଟୋ ଚୋରି ହେବା ପରେ ଏବେ ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି ସମସ୍ତେ । କିପରି ଋଣ ଟଙ୍କା ପରିଷଧ କରିବେ ତାହାକୁ ନେଇ ଚିନ୍ତା ଘାରିଛି ।

ଦେଶରେ ବିଭିନ୍ନ ରାଜ୍ୟରେ ଏବେ ଟମାଟୋ ଦର 100 ପାର କରିଛି । କର୍ଣ୍ଣାଟକରେ ଟମାଟୋ କିଲୋପ୍ରତି 101ରୁ 121 ଟଙ୍କା ଦରରେ ବିକ୍ରୟ ହେଉଛି । ଟମାଟୋ ଚାଷୀ ଲାଭବାନ ହେଉଥିବା ବେଳେ ଗ୍ରାହକଙ୍କ ପକେଟରେ ସିଧା ମହଙ୍ଗା ମାଡ଼ ହୋଇଛି । ଟମାଟୋ କିଣିବାକୁ ଚିଛି ଗ୍ରାହଣ ମନ ବଳାଉ ନାହାନ୍ତି । କେବଳ ଟମାଟୋ ନୁହଁ ବର୍ତ୍ତମାନ କୋବି, ପୋଟଳ ପରି ପରିବାର ଦର ମଧ୍ୟ 80 ପାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.