ETV Bharat / bharat

Vice Presidential poll: ମତଦାନରୁ ଓହରିଲା ମମତାଙ୍କ ତୃଣମୂଳ କଂଗ୍ରେସ

author img

By

Published : Jul 21, 2022, 6:44 PM IST

Vice Presidential poll: ଭୋଟ ଦେବନି TMC
Vice Presidential poll: ଭୋଟ ଦେବନି TMC

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ତୃଣମୂଳ କଂଗ୍ରେସ । ଦଳ ମତଦାନରୁ ଓହରିବାକୁ ଦଳ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କଲେ ଦଳର ମହାସଚିବ ଅଭିଶେକ ବାନାର୍ଜୀ । ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଦିନରୁ ନୀରବତା ଅବଲମ୍ବନ କରିଆସୁଥିଲେ ମମତା । ଅଧିକ ପଢନ୍ତୁ

କୋଲକାତା: ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାତୀୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଷ୍ଟ୍ରପତି ନିର୍ବାଚନରେ NDA ବିପକ୍ଷରେ ବିରୋଧୀଙ୍କୁ ଏକାଠି କରିବାର ଦାୟିତ୍ବ ନେଇଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଉପରାଷ୍ଟ୍ରପତି ନିର୍ବାଚନ ମତଦାନରୁ ବିରତ ରହିବ ବୋଲି ଘୋଷଣା କରିଛି । ସେହିପରି ଏହି ନିର୍ବାଚନରେ BJP ନେତୃତ୍ବାଧୀନ ଏନଡିଏ ପ୍ରାର୍ଥୀ ତଥା ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧନଖରଙ୍କୁ ମଧ୍ୟ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ସମର୍ଥନ ଦେବ ନାହିଁ । ଏନେଇ ଆଜି ଦଳର ମହାସଚିବ ତଥା ସାଂସଦ ଅଭିଶେକ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ।

  • TMC will not support NDA's Vice-Presidential candidate Jagdeep Dhankhar. The party will abstain from the upcoming Vice Presidential polls as it was decided in the meeting: TMC MP Abhishek Banerjee

    (File pic) pic.twitter.com/gf12NiuhME

    — ANI (@ANI) July 21, 2022 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ନିର୍ବାଚନ ପାଇଁ ବେଶ୍‌ ସକ୍ରିୟ ନଜର ଆସିଥିଲେ TMC ସୁପ୍ରିମୋ ମମତା ବାନାର୍ଜୀ । ଦିଲ୍ଲୀରେ ଏକାଧିକ ପର୍ଯ୍ୟାୟରେ ମମତାଙ୍କ ନେତୃତ୍ବରେ କଂଗ୍ରେସ ସମେତ ପ୍ରାୟ 18ଟି ବିରୋଧୀ ଦଳ ଏକାଠି ହୋଇଥିଲେ । ଏକାଧିକ ବୈଠକ ଓ ପ୍ରାର୍ଥୀତ୍ବ ପ୍ରସ୍ତାବ କାଟ୍‌ ଖାଇବା ପରେ ବରିଷ୍ଠ ଟିଏମସି ନେତା ଯଶୋବନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।

କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ମମତାଙ୍କ ଦଳ ଏହାର ଠିକ ବିପରୀତ ଧାରା ଆପଣାଇଥିଲା । ପ୍ରଥମ ଦିନରୁ ଉପରାଷ୍ଟ୍ରପତି ନିର୍ବାଚନ ଚର୍ଚ୍ଚାରୁ ଟିଏମସି ପ୍ରାୟ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଥିଲା । ଶରଦ ପାଓ୍ବରଙ୍କ ବାସଭବନରେ ମିଳିତ ବିରୋଧୀ ଏକାଠି ହୋଇଥିଲେ ସୁଦ୍ଧା, ମମତା କିନ୍ତୁ ସାମିଲ ହୋଇନଥିଲେ । ପରେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗରେଟ ଅଲଭାଙ୍କୁ ମିଳିତ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ଏନସିପି ମୁଖ୍ୟ ଶରଦ ପାଓ୍ବର ଘୋଷଣା କରିଥିଲେ ।

ପ୍ରଥମ ଦିନରୁ ଟିଏମସିର ନିରବତା ଅନେକ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ଆଜି ସେ ସବୁରେ ପୂର୍ଣ୍ଣଚ୍ଛେଦ ପଡିଛି । ଧନଖରଙ୍କୁ ସମର୍ଥନ ନକରିବା ସହ ଦଳ ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନରୁ ବିରତ ରହିବ TMC । ଏନେଇ ସ୍ପଷ୍ଟ କରିଛନ୍ତି ଦଳର ମହାସଚିବ ଅଭିଶେକ ବାନାର୍ଜୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.