ETV Bharat / bharat

କେହି ଯଦି ହାସ୍ୟ ବୁଝିବାରେ ଅକ୍ଷମ, ସେ ସଭ୍ୟ ମସ୍ତିସ୍କ ସମ୍ପନ୍ନ ନୁହନ୍ତି: କଲ୍ୟାଣ ବାନାର୍ଜୀ

author img

By ETV Bharat Odisha Team

Published : Dec 25, 2023, 4:56 PM IST

କେହି ଯଦି ହାସ୍ୟକୁ ଗ୍ରହଣ ନକରିପାରୁଛି, ସେ ଅସହାୟ: କଲ୍ୟାଣ ବାନାର୍ଜୀ
କେହି ଯଦି ହାସ୍ୟକୁ ଗ୍ରହଣ ନକରିପାରୁଛି, ସେ ଅସହାୟ: କଲ୍ୟାଣ ବାନାର୍ଜୀ

TMC Kalyan Banerjee Mimics VP Jagdeep Dhankhar Again: ବିବାଦ ପରେ ବି ନାହିଁ ପଶ୍ଚାତାପ । କଲ୍ୟାଣ ବାନାର୍ଜୀ କହିଲେ ଯଦି କେହି ହାସ୍ୟ ବୁଝିବାରେ ବିଫଳ, ତାଙ୍କର ମସ୍ତିସ୍କ ସଭ୍ୟ ନୁହେଁ । ଅଧିକ ପଢନ୍ତୁ

କୋଲକାତା: ସଂସଦର ଶୀତ ଅଧିବେଶନରୁ ନିଲମ୍ବିତ ହେବା ପରେ ସଂସଦ ପରିସରରେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡଙ୍କୁ ମିମିକ୍ରି କରି ରାଜନୈତିକ ଝଡ ସୃଷ୍ଟି କରିଥିବା ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ନିଜ କାର୍ଯ୍ୟକଳାପ ପାଇଁ ଅନୁତପ୍ତ କିମ୍ବା ଦୁଖିତଃ ଆଦୌ ନୁହନ୍ତି । ବରଂ ସେ ଏହି ଘଟଣାରେ ନିଜ ସପକ୍ଷରେ ଯୁକ୍ତି ରଖିବା ସହ ପରୋକ୍ଷ ଭାବେ ଉପରାଷ୍ଟ୍ରପତି ଧନଖଡ ଓ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି । " ହାସ୍ୟ ଏକ କଳା । କେହି ବ୍ୟକ୍ତି ଯଦି ଏହା ବୁଝିବାରେ ଅକ୍ଷମ ", ତେବେ ମୁଁ ଅସହାୟ ନିଶ୍ଚିତ ବୋଲି ସାଂସଦ ବାନାର୍ଜୀ କହିଛନ୍ତି ।

ଆଜି ନିଜ ଗୃହ ଲୋକସଭା କ୍ଷେତ୍ର ପଶ୍ଚିମବଙ୍ଗର ସେରାମପୁରରେ ଏକ ସଭାକୁ ସମ୍ବୋଧିତ କରିବା ବେଳେ ସାଂସଦ ବାନାର୍ଜୀ ଏହି ପ୍ରସଙ୍ଗ ଉଠାଇବା ସହ ତାଙ୍କୁ ସମାଲୋଚନା କରାଯିବାକୁ ନେଇ ପାଲଟା ସମାଲୋଚନା କରିଛନ୍ତି । ହାସ୍ୟ ଏକ କଳା । ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ମିମିକ୍ରି କରିବାରେ ପ୍ରଥମ ବ୍ୟକ୍ତି । ସେ ଅନେକ ବ୍ୟକ୍ତି ବିଶେଷଙ୍କୁ ମିମିକ୍ରି କରିଛନ୍ତି । ସେତେବେଳେ ବିରୋଧୀମାନେ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ଏହାକୁ ନେଇ ସ୍ମିତହାସ୍ୟ କରିଥାନ୍ତି ବୋଲି କଲ୍ୟାଣ କହିଛନ୍ତି ।

ତାଙ୍କ ମିମିକ୍ରିକୁ ଅତି ଅପମାନଜନକ କହିଥିବା ଉପରାଷ୍ଟ୍ରପତି ଧନଖଡଙ୍କ ନାମ ନନେଇ ପରୋକ୍ଷ ଭାବେ ବାନାର୍ଜୀ କହିଛନ୍ତି, ‘‘ଯଦି ହାସ୍ଯକୁ ସକରାତ୍ମକ ଭାବେ କେହି ଗ୍ରହଣ ନକରୁଛି, ତେବେ ତାଙ୍କର ସଭ୍ୟ ମସ୍ତିସ୍କ ନାହିଁ । ଯହି ହାସ୍ୟକୁ ନେଇ କେହି ବ୍ୟକ୍ତି ନିଜକୁ ଟାର୍ଗେଟ ବୋଲି ଗ୍ରହଣ କରିନିଏ, ତେବେ ମୁଁ ଅସହାୟ । ମୁଁ ବୁଝିପାରୁ ନାହିଁ, ସେ ବ୍ୟକ୍ତି ଜଣକ କାହିଁକି ଏହା ତାଙ୍କ ପାଇଁ ଥିବା ବୋଲି ଭାବୁଛନ୍ତି । ସେବେଠାରୁ ଏକ ଶିଶୁ ସଦୃଶ ରାତି ଦିନ କ୍ରନ୍ଦନ କରୁଛନ୍ତି ।’’

ଏହା ମଧ୍ୟ ପଢନ୍ତୁ :- ମୁହଁ ଖୋଲିଲେ ନୀତିଶ କୁମାର: 'ପିଏମ୍ ପଦ ପାଇଁ ଲୋଭ ନାହିଁ'

ତେବେ ଉପରାଷ୍ଟ୍ରପତି ଧମଖଡ ଏହି ମନ୍ତବ୍ୟକୁ ଲଜ୍ଜାଜନକ କହିବା ସହ ଏହା କୃଷକ ସମାଜ ପ୍ରତି ଅପମାନ ବୋଲି କହିଥିଲେ । ସେ କୃଷକ ସମାଜରୁ ଆସନ୍ତି, ତେଣୁ ଏହି କଟାକ୍ଷ କୃଷକ ଓ ଜାଟ ସମ୍ପ୍ରଦାୟକୁ ଅପମାନିତ କରିଛି ବୋଲି କହିଥିଲେ ଧନଖଡ । ଆଜି କଲ୍ୟାଣ ସେହି କୃଷକ ପ୍ରସଙ୍ଗ ଉଠାଇ ପୁଣି ଧନଖଡଙ୍କୁ ଟାର୍ଗେଟ କରିଛନ୍ତି । ନିଜକୁ କୃଷକ ସମାଜରୁ ଆସିଥିବା କହୁଥିବା ଜଣେ ବ୍ୟକ୍ତି କେମିତି 20 ଲକ୍ଷ ଟଙ୍କାର ସୁଟ ପିନ୍ଧି ପାରୁଛନ୍ତି । ଭାରତୀୟ କୃଷକମାନେ ପ୍ରାୟତଃ ଏହି ଶୀତରେ କମ୍ବଳ ମଧ୍ୟ କିଣିବାରେ ସକ୍ଷମ ହୋଇନାହାନ୍ତି । ସେେ ସେମାନଙ୍କ ପାଇଁ କମ୍ବଳ ଖଣ୍ଡେ ବି ପଠାଇନାହାନ୍ତି ବୋଲି କଲ୍ୟାଣ କହିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.