ETV Bharat / bharat

ମୁହଁ ଖୋଲିଲେ ନୀତିଶ କୁମାର: 'ପିଏମ୍ ପଦ ପାଇଁ ଲୋଭ ନାହିଁ'

author img

By ETV Bharat Odisha Team

Published : Dec 25, 2023, 2:04 PM IST

Bihar CM Nitish Kumar rubbishes report of JDUs distance with India bloc: ଦିଲ୍ଲୀ 'ଇଣ୍ଡିଆ' ମେଣ୍ଟ ବୈଠକ ପରେ ପ୍ରେସ୍ କନଫରେନ୍ସରେ ଅନୁପସ୍ଥିତି ନେଇ ମୁହଁ ଖୋଲିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର । କହିଛନ୍ତି, ପିଏମ୍ ପଦ ପାଇଁ ଲୋଭ ନାହିଁ । ଅଧିକ ପଢ଼ନ୍ତୁ,

ମୁହଁ ଖୋଲିଲେ ନୀତିଶ କୁମାର:'ପଦ ପାଇଁ ଲୋଭ ନାହିଁ, ଇଣ୍ଡିଆ ମେଣ୍ଟରେ ଏକତା ଗୁରୁତ୍ବପୂର୍ଣ୍ଣ'
ମୁହଁ ଖୋଲିଲେ ନୀତିଶ କୁମାର:'ପଦ ପାଇଁ ଲୋଭ ନାହିଁ, ଇଣ୍ଡିଆ ମେଣ୍ଟରେ ଏକତା ଗୁରୁତ୍ବପୂର୍ଣ୍ଣ'

ପାଟନା: ଗତ ୧୯ ତାରିଖରେ ନୂଆଦିଲ୍ଲୀରେ 'ଇଣ୍ଡିଆ' ମେଣ୍ଟ ବୈଠକ ପରେ ଆୟୋଜିତ ହୋଇଥିଲା ପ୍ରେସ୍ କନଫରେନସ । ଯେଉଁଥିରେ ଅନୁପସ୍ଥିତି ଥିଲେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପ୍ରେସ୍ ମିଟରେ ନୀତିଶଙ୍କ ଅନୁପସ୍ଥିତି ନେଇ ଗଣ ମାଧ୍ଯମରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ନୀତିଶ କୁମାର ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଶେଷରେ ମୁହଁ ଖୋଲିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ନୀତିଶ କହିଛନ୍ତି ଯେ, ତାଙ୍କର କୌଣସି ପଦ ପଦବୀ ପ୍ରତି ଲାଳସା ନାହିଁ। ସେ କେବଳ ଚାହୁଁଛନ୍ତି ଇଣ୍ଡିଆ ମେଣ୍ଟ ଏକଜୁଟ୍ ରହୁ ।

କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ନୀତିଶ କୁମାର ନାରାଜ ଅଛନ୍ତି । ଗଣମାଧ୍ୟମରେ ଏଭଳି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ନୀତିଶ କୁମାର । ସେ କହିଛନ୍ତି, ମୁଁ କଦାପି ରାଗି ନାହିଁ । ବିରୋଧୀଙ୍କ 'ଇଣ୍ଡିଆ' ମେଣ୍ଟରେ ଜେଡିୟୁ ଅଂଶ ବିଶେଷ ହୋଇ ରହିଛି । ସାଧାରଣ ନିର୍ବାଚନ ଅଳ୍ପ ଦିନ ଥିବାରୁ ସିଟ୍ ସେୟାରିଂ ବା ଭାଗୁଆଳି ଦଳଗୁଡ଼ିକ ମଧ୍ୟରେ ଆସନ ଭାଗବଣ୍ଟା ଶୀଘ୍ର ହୋଇଯିବା ଆବଶ୍ୟକ ।

ଏହା ମଧ୍ଯ ପଢ଼ନ୍ତୁ: ମାନବ ଚାଲାଣ ସନ୍ଦେହ: ତିନି ଦିନ ପରେ ଫ୍ରାନ୍ସରୁ ଭାରତୀୟଙ୍କୁ ନେଇ ଉଡ଼ାଣ ଭରିଲା ବିମାନ

ଆଜି ପାଟନାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତିଶ କୁମାର କହିଛନ୍ତି, "ମୋର ଅସନ୍ତୋଷକୁ ନେଇ ଅନେକ ଖବର ପ୍ରସାରିତ ହେଉଛି। ଏହା ଭୁଲ ଖବର। ମୁଁ କାହିଁକି କ୍ରୋଧିତ ହେବି ? ମୋର ପ୍ରୟାସ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ନେଇ ରହି ଆସିଛି । ଏହାଦ୍ବାରା 2024ରେ ବିଜେପିକୁ ପରାସ୍ତ କରିହେବ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ବିଜେପିକୁ ପରାସ୍ତ କରିବା ପାଇଁ ସମସ୍ତ ସମଭାବାପନ୍ନ ଦଳ ଏକାଠି ହେବା ଜରୁରୀ । ଏହା ବ୍ୟତୀତ ତାଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। "

ଏହା ମଧ୍ଯ ପଢ଼ନ୍ତୁ: ଦେଶରେ 4 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଥାନେରୁ ଚିହ୍ନଟ ହେଲେ 5 ଜେଏନ 1 ସଂକ୍ରମିତ

ଡିସେମ୍ବର 19 ରେ ନୂଆଦିଲ୍ଲୀରେ ବସିଥିଲା ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ । ଏଥିରେ ସାମିଲ ହୋଇଥିଲେ ଜେଡିୟୁ ସୁପ୍ରିମୋ ନୀତିଶ କୁମାର । ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ଯକ୍ଷ ମଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଠିକ୍ ଏହା ପରେ ମେଣ୍ଟ ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରେସ କନଫରେନ୍ସ । ମାତ୍ର ପିସିକୁ ଯାଇନଥିଲେ ନୀତିଶ କୁମାର । ଯାହାକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.