ETV Bharat / bharat

ଦେଶରେ 4 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଥାନେରୁ ଚିହ୍ନଟ ହେଲେ 5 ଜେଏନ 1 ସଂକ୍ରମିତ

author img

By ETV Bharat Odisha Team

Published : Dec 25, 2023, 12:00 PM IST

Updated : Dec 25, 2023, 12:44 PM IST

Covid 19 Cases rise in India
Covid 19 Cases rise in India

Covid-19 Cases rise in India: କିଛି ଦିନର ବିରତି ପରେ ଦେଶରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ 4 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ପୁଣି ଡରାଇଲାଣି କୋଭିଡ ସଂକ୍ରମଣ । ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ଯା । ଦୈନିକ ସଂକ୍ରମଣ 300 ଶହ ପାର କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 4 ହଜାର ପାର କରିଛି । ଗତ 24 ଘଣ୍ଟାରେ 628 ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା 4 ହଜାର 54ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ମୃତକ ଜଣକ କେରଳର ବୋଲି ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା 533334ରେ ପହଞ୍ଚିଛି ।

ତେବେ କୋରୋନା ସହିତ ଏହାର ନୂଆ ଭାରିଆଣ୍ଟ ଜେଏନ 1 ମଧ୍ୟ ମୁଣ୍ଡବ୍ୟଥାର କାରଣ ସାଜିଛି । ମାହାରାଷ୍ଟ୍ରର ଥାନେରେ ଜେଏନ୍‌ 1ର 5ଟି ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ରବିବାର ସୁଦ୍ଧା ଦେଶରେ କୋଭିଡ ସକ୍ରିୟ ମାମଲା 3ହଜାର 742 ରହିଥିବା ବେଳେ ଗତ 24 ଘଣ୍ଟାରେ ଆଉ 628 ଜଣ ସଂକ୍ରିମିତ ଚିହ୍ନଟ ହୋଇଛନ୍ତି। କେରଳରୁ ସର୍ବାଧିକ 128 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କୋଭିଡରୁ ଆରୋଗ୍ୟଙ୍କ ସଂଖ୍ୟା 4.44 କୋଟି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କିନ୍ତୁ ତା ତୁଳନାରେ କୋରୋନାରେ ସୁସ୍ଥତା ହାର ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟାରେ 315 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ପ୍ରାୟ 4.44 କୋଟି କୋରାନାରୁ ସୁସ୍ଥ ହୋଇଛନ୍ତି । ତେବେ ପ୍ରକାଶଥାଉକି, କୋରାନାର ନୂଆ ଭାରିଆଣ୍ଟ ଜେଏନ 1 ମାମଲା ପ୍ରଥମେ କେରଳରୁ ଚିହ୍ନଟ ହୋଇଥିଲା । ତେବେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଥାନେରେ ବ୍ୟାପିବାରେ ଲାଗିଛି ଜେଏନ 1 ଭାଇରସ ।

ଏହା ମଧ୍ୟ ପଢନ୍ତୁ: ସତର୍କ କଲା ହୁ': ବିଶ୍ବରେ ଏକ ମାସ ମଧ୍ୟରେ କୋରୋନା ପଜିଟିଭ ହାର 52% ବୃଦ୍ଧି

ଜେଏନ 1 ସଂକ୍ରମିତଙ୍କ ମଧ୍ୟରେ ଜଣେ ମହିଳା: ନଭେମ୍ବର 30 ତାରିଖ ପରେ ଥାନାରେ 20ଟି ନମୁନା ପରୀକ୍ଷା କରାଯାଇଥିଲା । ଏଥି ମଧ୍ୟରୁ 5ଜଣ ଜେଏନ୍‌ 1ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ନ୍ୟୁଜ୍‌ ଏଜେନ୍ସି ପିଟିଆଇର ତଥ୍ୟ ଅନୁସାରେ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଜେଏନ 1 ସଂକ୍ରମିତଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି । କିନ୍ତୁ ସଂକ୍ରମିତଙ୍କ ମଧ୍ୟରୁ କାହାରିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ। ଥାନେରେ କୋଭିଡ-19 ସକ୍ରିୟ ମାମଲା 28ରେ ପହଞ୍ଚିଛି । ସେଥିମଧ୍ୟରୁ 2ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସଂଗରୋଧରେ ରହିଛନ୍ତି ।

Last Updated :Dec 25, 2023, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.