ETV Bharat / bharat

ଅଖିଳେଷ ଯାଦବଙ୍କ ତାଲିମ ଶିବିରରେ ସିନ୍ଧି ଚୋର, ଏକାଧିକ ମୋବାଇଲ୍ ସହ ଅନେକ ପର୍ସ ଜବତ

author img

By

Published : Aug 17, 2023, 3:08 PM IST

Thieves Gang In Akhilesh Yadav Convoy
Thieves Gang In Akhilesh Yadav Convoy

ଗତକାଲି ସମାଜବାଦୀ ପାର୍ଟିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ପଶିଲେ ସିନ୍ଧି ଚୋର ଗ୍ୟାଙ୍ଗ୍‌ । କର୍ମୀଙ୍କ ପର୍ସ ଓ ମୋବାଇଲ ଫୋନ ଚୋରି କରି ଧରା ପଡ଼ିଲେ ଦୁର୍ବୁତ୍ତ । ଅଧିକ ପଢନ୍ତୁ

ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ଦୁଇ ଦିନିଆ ତାଲିମ ଶିବିରରେ ଚୋରଙ୍କ ଆତଙ୍କରାଜ । ଦଳୀୟ କର୍ମୀଙ୍କ ପର୍ସ ଓ ମୋବାଇଲ ଫୋନ ଚୋରି କଲେ ଦୁର୍ବୃତ୍ତ । 15ଟି ମୋବାଇଲ୍ ଫୋନ ସହ ଅନେକ ପର୍ସ ଜବତ ହୋଇଥିବା ବେଳେ ଘଟଣାସ୍ଥଳରେ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାନ୍ଦାର ସର୍କିଟ ହାଉସରେ ।

ସୂଚନା ମୁତାବକ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ବନ୍ଦାରେ ସମାଜବାଦୀ ପାର୍ଟିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିଲା । ଏଥିରେ ଯୋଗ ଦେବା ପାଇଁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଗତକାଲି ସନ୍ଧ୍ୟାରେ ବନ୍ଦାରେ ପହଞ୍ଚିଥିଲେ ।

ସର୍କିଟ ହାଉସରେ ଅଖିଳେଶ ଯାଦବ ପହଞ୍ଚି ତାଙ୍କ କାର୍‌ରୁ ଓହ୍ଲାଇବା ମାତ୍ରେ ବହୁ ସଂଖ୍ୟାରେ କର୍ମକର୍ତ୍ତା ତାଙ୍କ ସହ ଭେଟିଥିଲେ । ତାଙ୍କୁ ସ୍ୱାଗତ କରିବାକୁ କର୍ମକର୍ତ୍ତାମାନେ ଏକତ୍ରିତ ହୋଇଥିଲେ । ଏହି ସମୟରେ ଭିଡ଼ର ସୁଯୋଗ ନେଇ କିଛି ଦୁର୍ବୁତ୍ତ କର୍ମୀଙ୍କ ମୋବାଇଲ୍ ଏବଂ ପର୍ସ ଚୋରି କରିବା ଆରମ୍ଭ କରିଥିଲେ । ଏନେଇ କିଛି କର୍ମୀ ସେମାନଙ୍କୁ ସନ୍ଦେହ କରି ସେମାନଙ୍କୁ ଧରି ପଚରାଉଚରା କରିବା ସହ ଯାଞ୍ଚ କରିଥିଲେ । ଏହି ସମୟରେ ସେମାନଙ୍କ ନିକଟରୁ 15ଟି ମୋବାଇଲ୍ ଏବଂ ଅନେକ ପର୍ସ ଜବତ କରାଯିବା ସହ ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚୋରଙ୍କୁ ଗିରଫ କରିବା ସହ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ- ସୁନା ରୁପା ଛାଡି ବିଲାତି ପଛରେ ଚୋର, ଦୋକାନରୁ ଚୋରି କଲେ 40 କିଲୋ ଟମାଟୋ

ଦଳୀୟ କର୍ମୀଙ୍କ ମୁତାବକ, ଅଖିଳେଶ ଯାଦବଙ୍କ ପ୍ରଶିକ୍ଷଣ ଶିବିରକୁ ଦୁର୍ବୃତ୍ତ ଦୁଇଟି ବିଳାସପୂର୍ଣ୍ଣ ଗାଡିରେ ଆସିଥିଲେ । ସେମାନେ ନିଜେ ଭିଡ଼ ଭିତରେ ଅଖିଳେଶ ଯାଦବ ଜିନ୍ଦାବାଦର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଏହି ଦୁର୍ବୃତ୍ତଙ୍କ ବ୍ୟବହାର ସାଧାରଣ କର୍ମୀଙ୍କଠାରୁ ଅଲଗା ଲାଗୁଥିବାରୁ ସନ୍ଦେହ ବଢ଼ିଥିଲା । ପ୍ରକାଶ ଥାଉକି, ସେହିପରି ପୂର୍ବରୁ ମଧ୍ୟ 2022 ବିଧାନସଭା ନିର୍ବାଚନ ସମୟରେ ଯେତେବେଳେ ଅଖିଳେଶ ବନ୍ଦାକୁ ଆସିଥିଲେ ସେହି ସମୟରେ ମଧ୍ୟ କିଛି ଲୋକଙ୍କ ମୋବାଇଲ ଫୋନ ଓ ପର୍ସ ଚୋରି ହୋଇଥିଲା । ତେବେ ଏହି ପୁରା ଘଟଣାକୁ ନେଇ ପୋଲିସ ସିଓ ସିଟି କହିଛନ୍ତି ଯେ, ଚୋରିକୁ ନେଇ ତଦନ୍ତ ଜାରି ରହିଛି । ଦୁର୍ବୁତ୍ତଙ୍କ ନିକଟରୁ ୧୫ଟି ଫୋନ ଓ ଅନେକ ପର୍ସ ଜବତ ହୋଇଛି । ଏହା ବ୍ୟତୀତ ସେ ଯେଉଁ ଗାଡିରେ ଏହି କାର୍ଯ୍ୟକ୍ରମକୁ ଆସିଥିଲେ ତାହା ଚୋରି ଗାଡ଼ି ନହେଲେ ଭଡାରେ ଆଣିଥିବା ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.