ETV Bharat / bharat

ଜାତୀୟ ରାଜନୀତିରେ ଏଣ୍ଟ୍ରି ମାରିଲା KCRଙ୍କ BRS, ବିଧିବଦ୍ଧ ଭାବରେ ପାଇଲା ମାନ୍ୟତା

author img

By

Published : Dec 9, 2022, 10:30 PM IST

Telangana CM KCR officially launches Bharat Rashtra Samithi as a national party
ଜାତୀୟ ରାଜନୀତିରେ ପ୍ରତିଦ୍ବନ୍ଦିତା କରିବ KCRଙ୍କ BRS, ବିଧିବଦ୍ଧ ଭାବରେ ପାଇଲା ମାନ୍ୟତା

ଜାତୀୟ ରାଜନୀତିରେ ପ୍ରତିଦ୍ବନ୍ଦିତା କରିବ ଆଉ ଏକ ରାଜନୈତିକ ଦଳ । ବିଧିବଦ୍ଧ ଭାବରେ ରାଜନୈତିକ ଦଳ ହୋଇଛି BRS । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଜାତୀୟ ରାଜନୀତିରେ ପ୍ରତିଦ୍ବନ୍ଦିତା କରିବ ଆଉ ଏକ ରାଜନୈତିକ ଦଳ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ରାଷ୍ଟ୍ର ସମିତି ଦଳର ଗଠନ ହୋଇଥିଲା । ତେଲେଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ର ସମିତିକୁ ନାମ ପରିବର୍ତ୍ତନ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ । ଏହାକୁ ନିର୍ବାଚନ ଆୟୋଗ ପ୍ରେରଣ କରିଥିବା ଚିଠିରେ ହସ୍ତାକ୍ଷର କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ KCR ।

ଶୁକ୍ରବରା ତେଲେଙ୍ଗାନା ଭବନରେ KCR ପ୍ରଥମେ ସ୍ବତନ୍ତ୍ର ପୂଜାର ଆୟୋଜନ କରିଥିଲେ । ଔପଚାରିକ ଭାବରେ ଭାରତ ରାଷ୍ଟ୍ର ସମିତି ଆଜି ରାଜନୈତିକ ଦଳ ମାନ୍ୟତା ପାଇଛି । ଚିଠିରେ ହସ୍ତାକ୍ଷର କରିବା ସହ ଏହି ରାଜନୈତିକ ଦଳର ନୂଆ ଦଳୀୟା ପତାକାକୁ ଉନ୍ମୋଚନ କରିଛନ୍ତି KCR । ନିର୍ବାଚନ ଆୟୋଗଙ୍କୁ KCR ଦସ୍ତଖତ କରିଥିବା ଚିଠିକୁ ପଠାଯିବ । ଏହିଭଳି ଭାବରେ ଆଜି ବିଧିବଦ୍ଧ ଭାବରେ ରାଜନୈତିକ ଦଳ ହୋଇଛି BRS । ଜାତୀୟ ରାଜନୀତିରେ ପ୍ରତିଦ୍ବନ୍ଦିତା କରିବ କେସିଆର୍‌ଙ୍କ BRS ।

ଏହାକୁ ନଏଇ JDS ନେତା ବା କର୍ଣ୍ଣାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଓ ଫିଲ୍ମ ଅଭିନେତା ପ୍ରକାଶ ରାଜ୍‌ KCRଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ବିଧାନ ପରିଷଦ ସଦସ୍ୟ(MLC) ଓ ଅନ୍ୟାନ ପ୍ରତିନିଧି BRSର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଏହାକୁ ନେଇ ତେଲେଙ୍ଗାନା ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦଳୀୟ କର୍ମୀ ଏହି ଅବସରରେ ନାଚି ଗାଇ ବାଣ ଫୁଟାଇ ଉତ୍ସବ ପାଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.