ETV Bharat / bharat

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖରଙ୍କୁ TDP ସମର୍ଥନ

author img

By

Published : Aug 3, 2022, 8:01 PM IST

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖରଙ୍କୁ TDP ସମର୍ଥନ
NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖରଙ୍କୁ TDP ସମର୍ଥନ

ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଦଦ୍ବୀପ ଧନଖରଙ୍କୁ TDP ସମର୍ଥନ ଘୋଷଣା । ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସମର୍ଥନ ଦେଇଥିଲା TDP । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଦଦୀପ ଧନଖରଙ୍କୁ ସମର୍ଥନ ଘୋଷଣା କଲା ତେଲଗୁ ଦେଶମ ପାର୍ଟି (TDP) । ଦଳ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥଲା । ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦଳ ଉକ୍ତ ଧାରାର ପୁନରାବୃତ୍ତି କରିଛି ।

  • TDP (Telugu Desam Party) will support NDA's Vice Presidential candidate Jagdeep Dhankhar in the upcoming Vice Presidential elections. pic.twitter.com/pmSnnADcsh

    — ANI (@ANI) August 3, 2022 " class="align-text-top noRightClick twitterSection" data=" ">

ଚଳିତ ମାସ (ଅଗଷ୍ଟ) 6 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗତମାସ (ଜୁଲାଇ) 16 ତାରିଖରେ ବିଜେପି ବୈଠକ ପରେ ଧନଖରଙ୍କୁ NDA ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଜୁଲାଇ 18 ତାରିଖରେ ଜଗଦୀପ ଧନଖର ନାମାଙ୍କନ ଭରିଥିଲେ । ସେହିପରି ମିଳିତ ବିରୋଧୀ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଅଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ।

ମାର୍ଗାରେଟ ଅଲଭା ମଧ୍ୟ ଜୁଲାଇ 19 ତାରିଖରେ ନାମାଙ୍କନ ଭରିସାରିଛନ୍ତି । ତେବେ ସଂଖ୍ୟା ଦୃଷ୍ଟିରୁ ଏନଡିିଏ ମେଣ୍ଟ ନିକଟରେ ବିଜୟୀ ହେବା ପାଇଁ ଯଥେଷ୍ଟ ସଂଖ୍ୟା ଥିବା ପରି ଦୃଶ୍ୟମାନ ହେଉଛି । ନିକଟରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଦେଶର 15ତମ ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ସହ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.