ETV Bharat / bharat

Tata Motors : ନାନୋ ପ୍ଲାଣ୍ଟ ବନ୍ଦ ପାଇଁ ପଶ୍ଚିମବଙ୍ଗ ସରକାରଠୁ 766 କୋଟି କ୍ଷତିପୂରଣ ନେବ TATA

author img

By ETV Bharat Odisha Team

Published : Oct 30, 2023, 11:03 PM IST

Tata Motors : ନାନୋ ପ୍ଲାଣ୍ଟ ବନ୍ଦ ପାଇଁ ପଶ୍ଚିମବଙ୍ଗ ସରକାରଠୁ 766 କୋଟି କ୍ଷତିପୂରଣ ନେବ TATA
Tata Motors : ନାନୋ ପ୍ଲାଣ୍ଟ ବନ୍ଦ ପାଇଁ ପଶ୍ଚିମବଙ୍ଗ ସରକାରଠୁ 766 କୋଟି କ୍ଷତିପୂରଣ ନେବ TATA

ନାନୋ ପ୍ଲାଣ୍ଟ ବନ୍ଦ ପାଇଁ ପଶ୍ଚିମବଙ୍ଗ ସରକାରଠୁ 766 କୋଟି କ୍ଷତିପୂରଣ ନେବ TATA । ଟ୍ରିବ୍ୟୁନାଲ ରାୟ ଟାଟା ସପକ୍ଷରେ । ଅଧିକ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗ ସିଙ୍ଗୁରରେ ଥିବା ଟାଟା ମୋଟର୍ସର ପ୍ଲାଣ୍ଟ ବନ୍ଦ କରିବା ପାଇଁ ରାଜ୍ୟ ସରକାରକୁ ସୁଧ ସମେତ 765.78 କୋଟି ଟଙ୍କା କମ୍ପାନୀକୁ ପ୍ରଦାନ କରିବାକୁ ପଡିପାରେ । 2016 ସେପ୍ଟମ୍ବରରୁ 11 ପ୍ରତିଶତ ସୁଧ ସହ ଏହି ରାଶି ପ୍ରଦାନ କରିବ ମମତା ସରକାର ।

ପଶ୍ଚିମବଙ୍ଗ ଶିଳ୍ପ ଉନ୍ନୟନ ନିଗମ (WBIDC) ବିରୋଧରେ ଟାଟା କମ୍ପାନୀ ଟ୍ରିବ୍ୟୁନାଲରେ ମାମଲା ଲଢୁଥିଲା । ଏହି ମାମଲାରେ ଟ୍ରିବ୍ୟୁନାଲର ରାୟ କମ୍ପାନୀ ସପକ୍ଷରେ ଯାଇଛି । ଟାଟା ନିବେଶ କରିଥିବା ଅର୍ଥ ଓ 2016ରୁ ଏହାର ସୁଧ ରାଶି ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ଦାବି କରିଥିଲେ । ଏହାକୁ ଆଜି ରାୟ ଆସିବା ପରେ ମମତା ସରକାର କମ୍ପାନୀର ଏହି ଆର୍ଥିକ କ୍ଷତିର ରାଶି ପ୍ରଦାନ କରିବେ ।

2008ରେ ପଶ୍ଚିମବଙ୍ଗ ସିଙ୍ଗୁରରେ ବିଶ୍ବର ଶସ୍ତା କାର ନାନୋ ଉତ୍ପାଦନ କରିବା ପାଇଁ ଟାଟା କମ୍ପାନୀ ସେଟଅପ କରିଥିଲା । ହେଲେ ଏହାକୁ ଅନଧିକୃତ ଜମି ଅଧିଗ୍ରହଣ କରାଯାଇଥିବା ଅଭିଯୋଗରେ ସେତେବେଳେର ବିରୋଧୀ ଦଳ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରିଥିଲେ । ଏହା ପରେ ବ୍ୟାପକ ଆନ୍ଦୋଳନ ପରେ 2016 ରେ ଟାଟା ଏହି କାରଖାନା ବନ୍ଦ କରିବା ସହ ସେଟଅପ ଉଠାଇ ଆଣିଥିଲା । ହେଲେ ଏଥିରେ ନିବେଶ ହୋଇଥିବା ଟଙ୍କା ଫେରସ୍ତ ପାଇବା ପାଇଁ କମ୍ପାନୀ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଟ୍ରିବ୍ଯୁନାଲରେ ହାଜର ହୋଇଥିଲା । ଦୀର୍ଘ ବର୍ଷର ଶୁଣାଣି ପରେ ଟ୍ରିବ୍ୟୁନାଲ ରାୟ ଟାଟା କମ୍ପାନୀ ସପକ୍ଷରେ ଯାଇଛି । ମମତା ସରକାର ଏବେ ନାନୋ ପ୍ଲାଣ୍ଟ ବନ୍ଦ ପାଇଁ TATAକୁ 766 କୋଟି କ୍ଷତିପୂରଣ ପ୍ରଦାନ କରିବେ । ଏହି ରାଶି ମଧ୍ୟରେ 2008 ରେ ନିବେଶ ହୋଇଥିବା ରାଶି ସହ 2016 ପର୍ଯ୍ୟନ୍ତ ସୁଧ ରାଶି ମଧ୍ୟ ସାମିଲ ରହିଛି ।

ବିଶ୍ବର ସର୍ବାଧିକ ଶସ୍ତା କାର ଟାଟା ନାନୋ ନିର୍ମାଣ କରି ଚର୍ଚ୍ଚାରେ ଥିଲା ଟାଟା ମୋଟର୍ସ । ମାତ୍ର ଲକ୍ଷେ ଟଙ୍କାରେ କାର ନିର୍ମାଣ କରି ଭାରତୀୟ ବଜାୟ ସହ ଅନ୍ୟ କିଛି ଦେଶରେ ମଧ୍ୟ ରପ୍ତାନୀ କରିବାକୁ ଯୋଜନା ରଖିଥିଲା କମ୍ପାନୀ । ହେଲେ ଟାଟା ମୋଟର୍ସ ନାନୋ କାର ବଜାର ଆସିଥିବା ବେଳେ ପଶ୍ଚିମବଙ୍ଗରେ ହୋଇଥିବା କମ୍ପାନୀକୁ ବନ୍ଦ କରିବାକୁ ପଡିଥିଲା । ଏବେ ଟ୍ରିବ୍ୟୁନାଲ ରାୟ ଟାଟା ସପକ୍ଷରେ ଯାଇଛି । ମମତା ସରକାର ଏବେ କ୍ଷତିପୂରଣ ପ୍ରଦାନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.