ETV Bharat / bharat

Film Style Robbery: IT ଅଫିସର ବେଶରେ ଆସିଲେ, ଲୁଟିଲେ ୧.୭ କେଜି ସୁନା

author img

By

Published : May 28, 2023, 8:47 AM IST

Film Style Robbery
Film Style Robbery

ହାଇଦ୍ରାବାଦରେ ଫିଲ୍ମ ଷ୍ଟାଇଲରେ ଲୁଟ । ଆଇଟି ଅଫିସର ବେଶରେ ଆସି ଲୁଟିନେଲେ ୧.୭କେଜି ସୁନା ଅଳଙ୍କାର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ସହରରେ ଫିଲ୍ମ ଷ୍ଟାଇଲରେ ସୁନା ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ । ଆୟକର ବିଭାଗର ଅଫିସରଙ୍କ ଭଳି ଦାମୀ ପୋଷାକ ପିନ୍ଧି ବଡ଼ ବଡ଼ିଆ ବେଶ ନେଇ ଦୋକାନ ମଧ୍ୟକୁ ପ୍ରବେଶ କରିଥିଲେ । ହେଲେ ସେଠାରେ ନିଜର ଅସଲି ଚେହେରା ଦେଖାଇ ଲୁଟପାଟ କରିଥିଲେ । ଶନିବାର ହାଇଦ୍ରାବାଦ ସହରରେ ଏଭଳି ଏକ ଚୋରି ଘଟଣା ଦେଖିବାକୁ ମିଳିଛି । ଦୁର୍ବୃତ୍ତମାନେ ଦୋକାନରୁ ପ୍ରାୟ ୧.୭ କେଜି ଓଜନର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ବୃତ୍ତମାନେ ପ୍ରଥମେ ନିଜକୁ ଆୟକର ବିଭାଗର ଅଫିସର ଭଳି ଦର୍ଶାଇଥିଲେ । ଏହାପରେ ଦୋକାନ ମଧ୍ୟରେ ପଶି କିଛି ଖୋଜିବା ଭଳି ଅଭିନୟ କରିଥିଲେ । ଏହାପରେ ସୁନା ଅଳଙ୍କାର ଧରି ଦୋକାନୀଙ୍କୁ କିଛି ନ କହି ସେଠାରୁ ଚମ୍ପଟ ମାରିଥିଲେ । ପ୍ରାୟ ୧.୭ କେଜି ଓଜନର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଦୋକାନୀ ଜଣକ କହିଛନ୍ତି । ଟିକସ ନ ଭରିଥିବାରୁ ଏହି ସୁନା ଅଳଙ୍କାର ନେଉଥିବା ମଧ୍ୟ ଯିବା ସମୟରେ କହିଥିଲେ । ଏହି ଦୃଶ୍ୟ ଯେପରି ତାମିଲ ଫିଲ୍ମ ଷ୍ଟାର ସୂର୍ଯ୍ୟାଙ୍କ ଗ୍ୟାଙ୍ଗ ଫିଲ୍ମର ଏକ ସିନ୍‌ ପରି ଲାଗିଥିଲା ।

ଏହା ବି ପଢନ୍ତୁ- କେରଳରେ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା, ଟ୍ରଲି ବ୍ୟାଗରୁ ମିଳିଲା ମୃତଦେହ

ପୋଲିସର କହିବା ଅନୁସାରେ ହାଇଦ୍ରାବାଦ ସହରର ବ୍ୟସ୍ତବହୁଳ ମୋଣ୍ଡା ବଜାରର ବାଲାଜି ଜୁଏଲାରୀ ଦୋକାନରେ ଏପରି ଡକାୟତି ହୋଇଛି । ଶନିବାର ସକାଳେ ଏହି ଦୋକାନକୁ ୫ଜଣ ଆସିଥିଲେ । ଏମାନେ ଆୟକର ବିଭାଗର ଅଧିକାରୀଙ୍କ ପରି ପୋଷାକ ପରିଧାନ କରିଥିଲେ । ଏହାପରେ ଏହି ଦୋକାନରେ ସୁନା ବିକ୍ରି ନେଇ ଅନିୟମିତତା ହୋଇଥିବା କହିଥିଲେ । ଏହାପରେ ଅଳଙ୍କାରକୁ ବାହାର କରି ଯାଞ୍ଚ କରିବା ଭଳି ଅଭିନୟ କରିଥିଲେ । ଏହାପରେ ୧.୭ କେଜି ସୁନା ଲାଗି ସେମାନେ କୌଣସି ଟିକସ ଭରିନଥିବା ସେମାନେ କହିଥିଲେ । ଏଥିଲାଗି ସେ ସୁନାକୁ ଜବତ କରିଥିବା କହିଥିଲେ । ବିନା କୌଣସି ନୋଟିସ ଦେଇ ଦୋକାନରୁ ସୁନା ବିସ୍କୁଟ ମଧ୍ୟ ନେଇଥିବା ଦୋକାନୀ କହିଛନ୍ତି ।

ଅନ୍ୟପଟେ ଦୋକାନ ମାଲିକ କୌଣସି ଲାଗି ମହାରାଷ୍ଟ୍ର ଯାଇଥିବା ବେଳେ ସେ କିଛି ସମ୍ପର୍କୀୟଙ୍କୁ ଦୋକାନର ଦାୟିତ୍ବ ଦେଇଥିଲେ । ଏହାପରେ ସମ୍ପର୍କୀୟମାନେ ଦୋକାନୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ସେ ଆଖପାଖ ଅନ୍ୟ ଜୁଏଲାରୀ ଦୋକାନୀଙ୍କ ସହିତ କଥା ହୋଇଥିଲେ । ସମସ୍ତ ଘଟଣା ଶୁଣିବା ପରେ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଏହାପରେ ସେ ପୋଲିସକୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଛି । ଏହି ଲୁଟେରାମାନେ ସିକନ୍ଦରାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.