ETV Bharat / bharat

କେରଳରେ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା, ଟ୍ରଲି ବ୍ୟାଗରୁ ମିଳିଲା ମୃତଦେହ

author img

By

Published : May 27, 2023, 1:46 PM IST

କେରଳରେ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ଦେଲେ ଅଭଯୁକ୍ତ। ଟ୍ରେଲି ବ୍ୟାଗରୁ ମୃତଦେହ ଉଦ୍ଧାର। ଅଧିକ ପଢନ୍ତୁ

hotel businessman was killed
hotel businessman was killed

ଥିରୁଅନନ୍ତପୁରମ: କେରଳରେ ହୋଟେଲ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା । ହୋଟେଲରେ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଦେଲେ ଅଭିଯୁକ୍ତ । ଏହାପରେ ମାଂସ ଖଣ୍ଡକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲରେ ଫୋପାଡି ଦେଲେ ହତ୍ୟାକାରୀ । ମୃତକ ଜଣଙ୍କ ହେଉଛନ୍ତି ମାଲାପୁରାମ ଜିଲ୍ଲାର ତିରୁର ବାସିନ୍ଦା ସିଦ୍ଦିକ । ଗତ କିଛିଦିନ ହେବ ନିଖୋଜ ଥିବାରୁ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ତଦନ୍ତ ପରେ ଏକ ଟ୍ରଲି ବ୍ୟାଗରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ 2 ଜଣଙ୍କୁ ପୋଲିସ ଗିରଫ କରିଛି ।

ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ମୃତକ ସିଦ୍ଦିକଙ୍କ ବାନ୍ଧବୀ ଫରାନା ଅଛନ୍ତି । ଅନ୍ୟ ଜଣେ ହେଉଛନ୍ତି ପାଲକକଡର ସିବିଲି ଯିଏକି ସିଦ୍ଦିକଙ୍କ ହୋଟେଲର କର୍ମଚାରୀ ଥିଲେ । ଉଭୟଙ୍କୁ ଚେନ୍ନାଇରୁ ଗିରଫ କରିଛି ପୋଲିସ । ତେବେ କେଉଁ କାରଣରୁ ସେ ସିଦ୍ଦିକଙ୍କୁ ହତ୍ୟା କଲେ ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି । ତଦନ୍ତ ପରେ ହତ୍ୟାର କାରଣ ସାମ୍ନାକୁ ଆସିବ । ଗତକାଲି ଅଟ୍ଟାପଡି ପାଲରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଗତ ମେ 18 ତାରିଖରେ ସିଦ୍ଦିକ ତାଙ୍କ ଘରୁ କୋଝିକୋଡ ହୋଟେଲରେ ପହଞ୍ଚିଥିଲେ । ଏକ ସପ୍ତାହ ହେଲା ସେ ଘର ଠାରୁ ଦୂରରେ ରହୁଥିବା ବେଳେ ତାଙ୍କ ଫୋନ ମଧ୍ୟ ବନ୍ଦ ଥିଲା । ଫଳରେ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ । କୋଝିକୋଡ ଜିଲ୍ଲାର ଓଲାଭାନ୍ନାରେ ହୋଟେଲ ଚଳାଉଥିଲେ । ସେ ଗତ 18ତାରିଖରେ ଇରାନଜିପାଲମ୍ ହୋଟେଲରେ ଦୁଇଟି ବୁକ୍ କରିଥିଲେ । ତେବେ ହୋଟେଲ ରୁମକୁ ସିଦ୍ଦିକ ପ୍ରବେଶ କରୁଥିବା ସମୟର ସିସିଟିଭି ଫୁଟେଜ ପୋଲିସ ପାଇଛି।

ଯେଉଁଥିରେ ଅଭିଯୁକ୍ତ ଫରାନା ଏବଂ ସିବିଲି ମଧ୍ୟ ଉକ୍ତ ରୁମକୁ ଯାଉଥିବା ଦେଖିବାକୁ ମିଳିଥିଲ । ଏହାପରେ ମେ 19ରେ ଅପରାହ୍ନ 3ଟାରେ ଫରାନା ଏବଂ ସିବିଲି ଏକ ଟ୍ରଲି ବ୍ୟାଗ ନେଇ ହୋଟେଲ ବାହାରକୁ ଆସୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ତେବେ ଅଭିଯୁକ୍ତ ସିବିଲ ସିଦ୍ଦିକଙ୍କ ହୋଟେଲର ଜଣେ ସାଧାରଣ କର୍ମଚାରୀ ଥିଲେ । କିନ୍ତୁ ତାଙ୍କ ବ୍ୟବହାର ଭଲ ନଥିବା କହି ତାଙ୍କୁ ଚାକିରିକୁ ବାହାର କରିଦେଇଥିଲେ ସିଦ୍ଦିକ ।

ତେଣୁ ବ୍ୟକ୍ତିଗତ ଶତ୍ରୁତା ହତ୍ୟାକାଣ୍ଡର କାରଣ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ସିଦ୍ଦିକ କାହିଁକି ହୋଟେଲରେ 2ଟି ରମ ବୁକ କରିଥିଲେ, ଦୁଇ ଅଭିଯୁକ୍ତଙ୍କୁ ସିଦ୍ଦିକ ହୋଟେଲ ରୁମକୁ ଡାକିଥିଲେ ନା ଏମାନେ ତାଙ୍କୁ ଫଲୋ କରି ହୋଟେଲରେ ପହଞ୍ଚିଥିଲେ । ଏହି ଦୁଇ ଅଭିଯୁକ୍ତଙ୍କ ସହ ସିଦ୍ଦିକଙ୍କ କଣ ରହିଥିଲା ଶତ୍ରୁତା ଏମିତି ଏନେଇ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.