ETV Bharat / bharat

Tallest Shiva Statue: ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ମୂର୍ତ୍ତି

author img

By

Published : Oct 29, 2022, 1:22 PM IST

Updated : Oct 29, 2022, 1:46 PM IST

ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ମୂର୍ତ୍ତି
ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ମୂର୍ତ୍ତି

ଆଜି ରାଜସ୍ଥାନ ନାଥଦ୍ବାରାରେ ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ମୂର୍ତ୍ତି । ଏହି ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ୍ ରହିଥିବା ବେଳେ ଏହାକୁ ନିର୍ମାଣ ପାଇଁ ୧୦ ବର୍ଷ ସମୟ ଲାଗିଛି । ଅଧିକ ପଢନ୍ତୁ

ଜୟପୁର: ଆଜି ଲୋକାର୍ପିତ ହେବ ବିଶ୍ବର ସବୁଠୁ ଉଚ୍ଚ ଶିବ ମୂର୍ତ୍ତି । ରାଜସ୍ଥାନ ରାଜସମାନ୍ଦ ଜିଲ୍ଲାର ନାଥଦ୍ବାରା ସହରରେ ମହାଦେବଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି(tallest shiva statue in Rajasthan) । ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ୍ ରହିଛି । ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶିବଶମ୍ଭୁଙ୍କ ଏହି 'ବିଶ୍ବାସ ସୂରୁପମ୍'(Vishwas Swaroopam )କୁ ଲୋକର୍ପିତ କରିବେ । ଏଥିପାଇଁ ୯ ଦିନ ଯାଏଁ ଏଠାରେ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିବ । ତତ୍‌ପଦମ ଉପବନ ଦ୍ବାରା ନାଥଦ୍ବାରାର ଗଣେଶ ଟେକରୀ ସ୍ଥିତ ୫୧ ବିଘାର ପାହାଡ ଉପରେ ବିଶ୍ବର ଏହି ସବୁଠୁ ଉଚ୍ଚ ଶିବ ପ୍ରତିମା ନିର୍ମାଣ କରାଯାଇଛି ।

ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି
ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି

ବିଶ୍ବରୁ ସର୍ବୋଚ୍ଚ ଶିବ ମୂର୍ତ୍ତି ଭାବେ ଦାବି କରାଯାଉଥିବା 'ବିଶ୍ବାସ ସୂରୁପମ୍' ଲୋକାର୍ପଣ ପାଇଁ ସନ୍ଥ କୃପା ସନାତନ ସଂସ୍ଥାନ ପକ୍ଷରୁ ଆୟୋଜିତ ରାମକଥା ମହୋତ୍ସବ ନିମନ୍ତେ ସନ୍ଥ ମୋରାରୀ ବାପୁ ନାଥଦ୍ବାରାରେ ପହଞ୍ଚିଛନ୍ତି । ୫୧ ବିଘା ପାହାଡ ଉପରେ ଶିବଙ୍କ ଏହି ଧ୍ୟାନମୁଦ୍ରା ପ୍ରତିମା ତିଆରି କରାଯାଇଛି । ଯାହାକି ୨୦ କିଲୋମିଟର ଦୂରରୁ ନଜର ଆସୁଛି । ରାତିରେ ଏହି ପ୍ରତିମୂର୍ତ୍ତିକୁ ସ୍ପଷ୍ଟ ରୂପେ ଦେଖାଯିବା ପାଇଁ ସ୍ବତନ୍ତ୍ର ଲାଇଟ ବ୍ୟବହାର କରାଯାଇଛି ।

ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି
ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି

ଆଜି ଅପରାହ୍ନ ୪ଟା ସମୟରେ ଏହି ବିଶାଳ ପ୍ରତିମୂର୍ତ୍ତିକୁ ଲୋକାର୍ପିତ କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଗେହଲଟଙ୍କ ସମେତ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ, ବିଜେପି ରାଜ୍ୟ ସଭାପତି ସତୀଶ ପୁନିୟା, ଆରଟିଡିସି ଚେୟାରମ୍ୟାନ ଧର୍ମେନ୍ଦ୍ର ରାଠୋର, ଗୃହ ରାଷ୍ଟ୍ରମନ୍ତ୍ରୀ ରାଜେନ୍ଦ୍ର ଯାଦବ, ଗୁଲାବଚନ୍ଦ କଟାରିୟା, ଚିଦାନନ୍ଦ ସ୍ବାମୀ, ଯୋଗଗୁରୁ ବାବା ରାମଦେବ, ସାଂସଦ ଦିୟା କୁମାରୀ ପ୍ରମୁଖ ଉପସ୍ଥିତ ରହିବେ ।

ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି
ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି

ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଆଜି ଦିନ ୨ଟାରେ ସ୍ବତନ୍ତ୍ର ବିମାନ ଯୋଗେ ଉଦୟପୁର ଏୟାରପୋର୍ଟରେ ଅବତରଣ କରିବେ । ଏଠାରୁ ସେ ହେଲିକପ୍ଟର ଯୋଗେ ନାଥଦ୍ବାରା ଯିବେ । ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପୁନଶ୍ଚ ସନ୍ଧ୍ୟା ୫ଟା ୫୦ ମିନିଟ ସମୟରେ ହେଲିକପ୍ଟରରେ ଏୟାରପୋର୍ଟରେ ପହଞ୍ଚି ଅହମ୍ମଦାବାଦ ଅଭିମୁଖେ ପ୍ରସ୍ଥାନ କରିବେ ।

ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି
ଆଜି ଲୋକର୍ପିତ ହେବ ବିଶ୍ବର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି

ଶିବଙ୍କ ଏହି ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ(Vishwas Swaroopam statue inauguration) ପାଇଁ ଦୀର୍ଘ ୧୦ ବର୍ଷ ସମୟ ଲାଗିଛି । ଏଥିରେ ୩୦୦୦ ଟନ ଷ୍ଟିଲ, ଲୌହ, ୨.୫ ଲକ୍ଷ କ୍ୟୁବିକ ଟନ କଂକ୍ରିଟ ଏବଂ ବାଲିର ବ୍ୟବହାର କରାଯାଇଛି । ୨୫୦ କିମି ପବନ ବହିଲେ ମଧ୍ୟ ମୂର୍ତ୍ତିର କୌଣସି କ୍ଷତି ହେବ ନାହିଁ । ଏହାବ୍ୟତୀତ ମୂର୍ତ୍ତିରେ ଲିଫ୍ଟ, ସିଢି, ଶ୍ରଦ୍ଧାଳଙ୍କୁ ପାଇଁ ହଲ୍ ତିଆରି ହୋଇଛି । ପ୍ରତିମା ଭିତରେ ସବୁଠୁ ଉପରି ଭାଗକୁ ଯିବା ପାଇଁ ୪ ଲିଫ୍ଟ ଏବଂ ତିନୋଟି ସିଢି ରହିଛି । ଖରାବର୍ଷାରୁ ରକ୍ଷା ପାଇଁ ଏହା ଉପରେ ଜିଙ୍କର କୋଟିଂ କରି କପର କଲର କରାଯାଇଛି ।

Last Updated :Oct 29, 2022, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.