ETV Bharat / bharat

ଘରେ ପଶି ୩ ଭାଇଙ୍କୁ ଗୁଳି କରି ହତ୍ୟା

author img

By

Published : Nov 27, 2022, 10:40 AM IST

ଘରେ ପଶି ୩ ଭାଇଙ୍କୁ ଗୁଳି କରି ହତ୍ୟା
ଘରେ ପଶି ୩ ଭାଇଙ୍କୁ ଗୁଳି କରି ହତ୍ୟା

ରାଜସ୍ଥାନରେ ଟ୍ରିପଲ ମର୍ଡର । ରାତି ଅଧିରେ ଘରେ ପଶି ୩ ଭାଇଙ୍କୁ ଗୁଳି କରି ହତ୍ୟା କଲା ପଡୋଶୀ । ଅଧିକ ପଢନ୍ତୁ

ଜୟପୁର: ସାମାନ୍ୟ ବଚସାରୁ ବର୍ବରକାଣ୍ଡ । ରାତି ଅଧିରେ ଘରେ ପଶି ୩ ଭାଇଙ୍କୁ ଗୁଳି କରି ହତ୍ୟା କଲା ପଡୋଶୀ । ସାମାନ୍ୟ ଝଗଡାକୁ କେନ୍ଦ୍ରକରି ରାଜସ୍ଥାନର ଭରତପୁର ଜିଲ୍ଲାରେ ଏଭଳି ଅମାନୁଷିକ କାଣ୍ଡ ଘଟିଛି(Shootout in Rajasthan) । ଭରତପୁର ସିକରୋରା ଗାଁରେ ଦୁଇ ପଡୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ର କରି ଜଣେ ପଡୋଶୀ ନିଜ ସାଙ୍ଗମାନଙ୍କ ସହ ମିଶି ଅନ୍ୟ ପଡୋଶୀ ସହ ତାଙ୍କର ପୁରା ପରିବାରକୁ ଗୁଳିମାଡ କରିଥିଲା । ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଦୁଇ ଦିନ ତଳେ ସିକରୋରା ଗ୍ରାମ ନିବାସୀ ଗଜେନ୍ଦ୍ରଙ୍କ ପୁଅ ଟେନପାଲଙ୍କର ପଡୋଶୀ ଯୁବକ ଲାଖନ ସହ ଝଗଡା ହୋଇଥିଲା । ଗାଁ ପଞ୍ଚାୟତରେ ଏହି କଥା ପଡିଥିଲା ଓ ବୁଝାମଣା ମଧ୍ୟ ହୋଇଥିଲା । ହେଲେ ଏତିକିରେ ଲାଖନର ରାଗ ଶାନ୍ତ ହୋଇନଥିଲା । ତେଣୁ ଶନିବାର ରାତି ପ୍ରାୟ ୧ଟା ସମୟରେ ସେ ନିଜର କିଛି ସାଥିଙ୍କୁ ନେଇ ଗଜେନ୍ଦ୍ରଙ୍କ ଘରେ ପଶି ଆଖିବୁଜା ଗୁଳିମାଡ କରିଥିଲା ।

ଏହାମଧ୍ୟ ପଢନ୍ତୁ: ଫୁଲମାଳା ବଦଳରେ ନୋଟ ମାଳା ପିନ୍ଧିଲେ ନବନିର୍ବାଚିତ ସରପଞ୍ଚ

ଏଥିରେ ଗଜେନ୍ଦ୍ର, ସମନ୍ଦର, ଇଶ୍ବର, ଟେନପାଲ ଓ ଟେନପାଲଙ୍କ ମାଆ, ପୁଅ ଓ ପତ୍ନୀଙ୍କ ଦେହରେ ଗୁଳି ବାଜିଥିଲା । ଫଳରେ ତିନି ଭାଇ ଗଜେନ୍ଦ୍ର, ସମନ୍ଦର ଓ ଇଶ୍ବରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ଅଭିଯୁକ୍ତମାନେ କୁଆଡେ ଫେରାର୍ ହୋଇଯାଇଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛି ।

ଏନେଇ ଜଣେ ପୀଡିତା କହିଛନ୍ତି, ‘‘ଘରେ ଲୋକେ ସମସ୍ତ ଶୋଇଥିବା ବେଳେ ରାତି ପ୍ରାୟ ୧ଟା ସମୟରେ ଅଚାନକ ଫାୟାରିଂ ଶବ୍ଦ ଶୁଣାଯାଇଥିଲା । ସମସ୍ତେ ବାହାରକୁ ଆସି ଦେଖିବା ବେଳକୁ ଲାଖନ କିଛି ଲୋକଙ୍କ ସହ ଆଖିବୁଜା ଗୁଳିମାଡ କରୁଥିଲା । ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି କିଛି ଶୁଣିନଥିଲେ ଏବଂ ଗୁଳି ଚଳାଇଥିଲେ । ଭୟରେ ଘରର ମହିଳାମାନେ ଛୋଟ ପିଲାଙ୍କୁ ନେଇ ଘରେ ବନ୍ଦ ହୋଇଯାଇଥିଲେ । ହେଲେ ଗୁଳିମାଡରେ ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା ।’’ ତେବେ ଆକ୍ରମଣକାରୀ ବାଟରେ ଗୋଟିଏ ଭାଇକୁ ଅଟକାଇ ଗୁଳି କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.