ETV Bharat / bharat

Road Mishap: ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଓଲଟିଲା ବସ୍, ୮ ମୃତ

author img

By

Published : Mar 27, 2022, 7:36 AM IST

Updated : Mar 27, 2022, 12:28 PM IST

Road Mishap: ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଓଲଟିଲା ବସ୍, ୮ ମୃତ
Road Mishap: ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଓଲଟିଲା ବସ୍, ୮ ମୃତ

ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓଲଟି ପଡିବାରୁ ୮ ମୃତ ଓ ୪୫ ଜଣ ଆହତ । ଅଧିକ ପଢନ୍ତୁ

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଘରୋଇ ବସ୍ ଓଲଟି ପଡିବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୪୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ମହିଳା ଅଛନ୍ତି । ଶନିବାର ବିଳମ୍ବିତ ରାତିରେ ଚିତ୍ତୋର ଜିଲ୍ଲା ଅନ୍ତର୍ଗତ ମଦନାପଲ୍ଲେ-ତିରୁପତି ରାଜରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି । ବସ୍ ଚାଳକ ଅତି ଦ୍ରୁତଗତିରେ ଚଳାଉଥିବା ଯୋଗୁଁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନାଯୋଗ୍ୟ, ବସରେ ମୋଟ ୬୩ଟି ଯାତ୍ରୀ ଥିଲେ । ଏକ ନିର୍ବନ୍ଧ ସମାରୋହରେ ଯୋଗ ଦେବାକୁ ସମସ୍ତେ ଅନନ୍ତପୁର ଜିଲ୍ଲାରୁ ଚିତ୍ତୋରର ଥିରୁଚାନୁର ଅଭିମୁଖେ ଯାଉଥିଲେ । ଦୁର୍ଘଟଣାରେ ନିର୍ବନ୍ଧ କନ୍ୟାଙ୍କ ସମେତ ମୋଟ ୪୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଅନନ୍ତପୁରର ବେଣୁ ନାମକ ଜଣେ ଯୁବତୀଙ୍କ ଚିତ୍ତୋର ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା । ରବିବାର ସକାଳେ ସେମାନଙ୍କ ନିର୍ବନ୍ଧ ଥିଲା । ଏଥିପାଇଁ କନ୍ୟାପକ୍ଷ ଲୋକେ ଏକ ବସ୍ ଯୋଗେ ଚିତ୍ତୋର ଯାଉଥିଲେ । ବସ୍ ଚାଳକ ଖୁବ୍ ଜୋରରେ ଗାଡି ଚଳାଉଥିଲେ । ଫଳରେ ଭାରସାମ୍ୟ ହରାଇ ଗାଡିଟି ୧୦୦ ଫୁଟ୍ ତଳକୁ ଏକ ଘାଟି ମଧ୍ୟରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ୬ ଜଣ ପ୍ରାଣ ହରାଇଥିବା ବେଳେ ପରେ ମେଡିକାଲରେ ଡାକ୍ତର ଆଉ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 27, 2022, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.