ETV Bharat / bharat

ପଶ୍ଚିମବଙ୍ଗ ହୁଗୁଳିରେ ସିଲିଣ୍ଡର ଫାଟି 2 ମୃତ

author img

By

Published : Feb 2, 2023, 10:58 PM IST

ପଶ୍ଚିମବଙ୍ଗ ହୁଗୁଳିରେ ସିଲିଣ୍ଡର ଫାଟି 2 ମୃତ
ପଶ୍ଚିମବଙ୍ଗ ହୁଗୁଳିରେ ସିଲିଣ୍ଡର ଫାଟି 2 ମୃତ

ପଶ୍ଚିମବଙ୍ଗ ହୁଗୁଳିରେ ଏକ ପ୍ଲାଣ୍ଟରେ ଫାଟିଲା ସିଲିଣ୍ଡର । 2 ଶ୍ରମିକ ମୃତ, ଏକାଧିକ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଶ୍ରୀରାମପୁର ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ଶ୍ରମିକ ହୋଇଥିବା ନେଇ ସୂଚନା ମିଳିଛି । ଦିଲ୍ଲୀ ରୋଡ ପିଆରାପୁର ଅଞ୍ଚଳରେ ଥିବା ଏକ ଷ୍ଟିଲ କାରଖାନାରେ ଏହି ବିସ୍ଫୋରଣ ହୋଇଛି । ଦୁଇ ମୃତକ ହେଲେ 48 ବର୍ଷୀୟ ଗେରୁମ ଦୁଲେଇ, 20 ବର୍ଷୀୟ ପଙ୍କଜ ଦାସ । ଉଭୟ ଉକ୍ତ କାରଖାନାରେ ଶ୍ରମିକ ଭାବେ କାମ କୁରଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ସେମାନଙ୍କର ମୃତ୍ୟୁ ହୋଇଛି ।

ତେବେ କାରଖାନାରେ ପ୍ରାୟ 9 ଶହ ଶ୍ରମିକ ବିଭିନ୍ନ ଶ୍ରେଣୀରେ କାର୍ଯ୍ୟ କରୁଛନ୍ତି । ତେବେ ଆଜି ଗ୍ୟାସ କଟିଂ କାମ ଚାଲିଥିବା ବେଳେ କାମରେ ଲାଗିଥିବା ଗ୍ୟାସ ସିଲିଣ୍ଡରରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା । ହୋଇଥିଲା ଏକାଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜଣେ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଶ୍ରମିକ ହସ୍ପିଟାଲ ନେବା ରାସ୍ତାରେ ଆଖି ବୁଜିଛନ୍ତି । ସେହିପରି ଅନ୍ୟ ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିସ୍ଫୋରଣ ପରେ ପ୍ଲାଣ୍ଟ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଶ୍ରମିକମାନେ ଧାରଣାରେ ବସିଥିଲେ । ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ବିସ୍ଫୋରଣ ଘଟିଲା ସେ ନେଇ ମଧ୍ୟ କୌଣସି ସ୍ପଷ୍ଟତା ଆସିନି । ପ୍ଲାଣ୍ଟର ଏକ ବୈଷୟିକ ଟିମ ଦୁର୍ଘଟଣାସ୍ଥଳରେ ଅନୁସନ୍ଧାନ କରୁଛି । ଉଭୟ ମୃତଦେହକୁ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର ହେବା ନେଇ ପୋଲିସ ସୂଚନା ଦେଇଛି । ଅନ୍ୟପଟେ ସ୍ଥାନୀୟ ବିଧାୟକ ମଧ୍ୟ ପ୍ଲାଣ୍ଟ ପରିସରରେ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.