ETV Bharat / bharat

ଝିଅକୁ ବିଦା କରି ଦୁନିଆରୁ ବିଦାୟ ନେଲେ ବାପା-ମାଆ, ପିକଅପ ଭ୍ୟାନ ଦୁର୍ଘଟଣାରେ ୪ମୃତ

author img

By

Published : May 3, 2023, 9:42 AM IST

Updated : May 3, 2023, 2:28 PM IST

ଝିଅର ବିବାହ କରି ଫେରୁଥିବା ବେଳେ ଓଲଟିଲା ପିକଅପ ଭ୍ୟାନ । ଚାଲିଗଲେ ବାପା ମାଆଙ୍କ ସମେତ ୪ ଜଣ । ୨୯ଜଣ ଆହତ ହୋଇଥିବା ବେଳେ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

road accident in gumla
road accident in gumla

ରାଞ୍ଚି: ଅଧାରେ ରହିଗଲା ଘର ବାହୁଡା । ଝିଅକୁ ବିଦା କରି ଘରକୁ ଫେରୁଥିବା ବେଳେ ଅଧାବାଟରେ ଡାକିନେଲା ଯମ । ବିବାହ କରାଇ ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟିଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଝାଡଖଣ୍ଡ ଗୁମଲାର ଡୁମରୀରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ମୃତକଙ୍କ ମଧ୍ୟରେ କନ୍ୟାର ପିତା ମାତା ରହିଥିବା ସୂଚନା ମିଳିଛି । ତେବେ ମେଟ ଆହତ ୨୯ଜଣଙ୍କ ମଧ୍ୟରୁ ୧୧ଜଣ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି ।

ସୂଚନାଅନୁସାରେ ଦୁର୍ଘଟଣା ସମୟରେ ପିକଅପ ଭ୍ୟାନରେ ୪୫ରୁ ୫୫ଜଣ ରହିଥିଲେ । ଡୁମରୀର ସାରଙ୍ଗଡିହରେ ବିବାହ ଉତ୍ସରେ ଯୋଗ ଦେଇ ଘରକୁ ଫେରୁଥିଲେ । ସେହି ସମୟରେ ଜରଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ପିକଭ୍ୟାନ ଓଲଟିପଡିଥିଲା । ଫଳରେ ପିକଅପ ଭ୍ୟାନରେ ରହିଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆହତଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଚେନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଯୋଗୁଁ ସଦର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜାରି ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ଏକ ବସରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଖବର ପାଇବା ପରେ ସଦର ହସ୍ପିଟାଲରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆହତମାନେ ପହଞ୍ଚିବା କ୍ଷଣି ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା ।

ତେବେ ଗୁରୁତରମାନଙ୍କୁ ପ୍ରଥମେ ଜରୁରୀକାଳିନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତରରେ ହେବାରୁ ସମସ୍ତଙ୍କୁ RIMS ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦିଆଯାଇଛି । ଆହତମାନଙ୍କ ହାତ, ଗୋଡ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ସଂରଗଢିହ ଗ୍ରାମରେ ଝିଅର ବିବାହ ଶେଷ ହେବା ପରେ ସମସ୍ତେ କଟାରୀ ଗ୍ରାମ ଫେରୁଥିଲେ । ୪ଜଣଙ୍କ ବ୍ୟବଚ୍ଛେଦ କରାଯାଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

  • गुमला के डुमरी में सड़क दुर्घटना में 4 लोगों की मृत्यु की खबर से मन आहत है। परमात्मा दिवंगत आत्माओं को शांति प्रदान कर शोकाकुल परिवारजनों को दुःख की यह विकट घड़ी सहन करने की शक्ति दे।
    दुर्घटना में घायल हुए लोगों को जिला प्रशासन द्वारा चिकित्सा सुविधा उपलब्ध करवाई जा रही है।

    — Hemant Soren (@HemantSorenJMM) May 3, 2023 " class="align-text-top noRightClick twitterSection" data=" ">

ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଦୁର୍ଘଟଣାକୁ ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମାନ୍ତ ସୋରେନ ଦୁଃଖପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି,"ସଡକ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏଭଳି ସମୟରେ ଶୋକସନ୍ତପ ପରିବାରକୁ ଭଗବାନ ସାହାସ ଦିଅନ୍ତୁ । ଦୁର୍ଘଟଣାରେ ଆହତ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 3, 2023, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.