ETV Bharat / bharat

ଝାଡ଼ଖଣ୍ଡରେ ହାତୀ ଆକ୍ରମଣରେ 14 ମୃତ, 5 ଜିଲ୍ଲାରେ ଲାଗିଲା 144 ଧାରା

author img

By

Published : Feb 21, 2023, 10:51 PM IST

ଝାଡ଼ଖଣ୍ଡରେ ହାତୀ ଉପଦ୍ରବ
ELEPHANT RUCKUS in Jharkhand

ଝାଡ଼ଖଣ୍ଡରେ ଜାରି ରହିଛି ହାତୀ ଉପଦ୍ରବ । ଗୋଠଛଡ଼ା ବଣୁଆ ହାତୀ ଆକ୍ରମଣରେ ଏଯାବତ ୧୪ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ । ଅଧିକ ପଢ଼ନ୍ତୁ

ରାଞ୍ଚି: ଝାଡ଼ଖଣ୍ଡରେ ଜାରି ରହିଛି ହାତୀ ଆତଙ୍କ । ରାଜ୍ୟର ୫ଟି ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଆକ୍ରମଣରେ ଏଯାବତ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ।

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋଠଛଡା ବଣୁଆ ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ହାତୀପଲ ରାଞ୍ଚି ନିକଟସ୍ଥ ଲୋହରଦଗା, ଲାତେହାର, ହଜାରିବାଗ, ଚତରା ଏବଂ ଜାମତାଡାର କିଛି ଅଞ୍ଚଳରେ ବୁଲୁଥିବାର ଖବର ମିଳିଛି । ଏମାନେ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ ଫଲସ ନଷ୍ଟ କରୁଛନ୍ତି । ଗତ ୪୮ ଘଣ୍ଟା ମଧ୍ୟରେ ୫ ଜଣଙ୍କ ଦଳି ମାରିଛି ହାତୀ । ଲୋହରଦଗା ଅଞ୍ଚଳରେ ଏଯାବତ ୪ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଯେଉଁଥିରେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହି ହାତୀ ଏତେ ମାରାତ୍ମକ ଯେ, ମଣିଷ ଦେଖିଲେ ସେମାନଙ୍କୁ ଗୋଡ଼ାଇବାକୁ ଲାଗୁଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳ ଗୁଡ଼ିକରେ ୧୪୪ ଧାରା ଲାଗୁ କରିଥିବା ରାଞ୍ଚି ଏସଡିଓ ସୂଚନା ଦେଇଛନ୍ତି । ଏହି ଅଞ୍ଚଳରେ ଗୁଡ଼ିକରେ ଚାରିରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ନଚେତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିଓ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Gangster-Terror Funding Case: ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର 70ସ୍ଥାନରେ NIAର ଚଢାଉ

ସୂଚନା ଅନୁଯାୟୀ ହାତୀପଲରୁ ଗୋଟିଏ ହାତୀ ଅଲଗା ହୋଇଯାଇଛି । ତେବେ ଉକ୍ତ ହାତୀଟି ଲଗାତାର ବନ ବିଭାଗ ପକ୍ଷରୁ ଟ୍ରାକ କରାଯାଉଛି । ହାତୀପଲରେ ତାକୁ ମିଶାଇବା ନେଉ ଉଦ୍ୟମ ଜାରି ରହିଛି । ହାତୀଟିକୁ ଜଙ୍ଗଲ ଆଡକୁ ଘୋଉଡା ଯାଉଛି । ଅନ୍ୟପଟେ ୱାଇଲ୍ଡ ଲାଇଫ ପିସିସିଏଫ କହିଛନ୍ତି, ହାତୀକୁ ଟ୍ରାଙ୍କୁଲାଇଜ କରିବା ଶେଷ ବିକଳ୍ପ । ବେହୋସ କରି କବଜା କରିବାକୁ ପଡ଼ିବ । ଏହାର କିଛି ସମୟ ପରେ ସେ ଚେତା ଫେରି ପାଇବ । ଆବଶ୍ୟକ ଅନୁସାରେ ବାହାର ରାଜ୍ୟରୁ ଏକ୍ସପର୍ଟଙ୍କୁ ଡକାଯିବ । ତେଣୁ ସତର୍କ ରହିବାକୁ ସେ କହିଛନ୍ତି । ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ସଚେତନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.