ETV Bharat / bharat

Gangster-Terror Funding Case: ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର 70ସ୍ଥାନରେ NIAର ଚଢାଉ

author img

By

Published : Feb 21, 2023, 7:09 PM IST

ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର 70 ଟି ସ୍ଥାନରେ NIAର ସର୍ଚ୍ଚ ଜାରି
ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର 70 ଟି ସ୍ଥାନରେ NIAର ସର୍ଚ୍ଚ ଜାରି

ଗ୍ୟାଙ୍ଗଷ୍ଟାର-ଟେରରେ ମାମଲାରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର 70ସ୍ଥାନରେ ଜାରି ରହିଛି ଜାତୀୟ ତଦନ୍ତକାରୀ ସଂସ୍ଥାର ଚଢାଉ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଚାର ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲିଙ୍କରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ସର୍ଚ୍ଚ ଅପରେସନ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶର ପ୍ରାୟ 70ଟି ସ୍ଥାନରେ ଏହି ଚଢାଉ ଜାରିରହିଛି । ତଦନ୍ତକାରୀ ସଂସ୍ଥା ଓ ସ୍ଥାନୀୟ ପୋଲିସର ଏକାଧିକ ଟିମ ଏକକାଳୀନ ଏହି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଫଳାଫଳ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ସର୍ଚ୍ଚ କରାଯାଉଛି । ପୂର୍ବରୁ ଏହି ଗ୍ୟାଙ୍ଗର 4 ଅଭ୍ୟାସଗତ ଅପରାଧୀ ଏନଆଇଏ କବଜାକୁ ଆସିଥିଲେ । ଏମାନଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ଦାଏର ହୋଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଆଜି ଅନ୍ୟ କିଛି ସ୍ଥାନରେ ଚଢାଉ ଜାରି ରହିଛି । ସେହିପରି ଅଭ୍ୟାସଗତ ଅପରାଧ, ମାରଣାସ୍ତ୍ର ଯୋଗାଣ, ଦାଦାବଟି, ନିଶା କାରବାର ଆଦି ମାମଲାରେ ସମ୍ପୃକ୍ତ ଥିବା ଅପରାଧୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସୂଚନା ଆଧାରରେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସମୟରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଗତବର୍ଷ ନଭେମ୍ବରରେ ମଧ୍ୟ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦେଶରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା । ପଞ୍ଜାବର ତାରନ ତରାନ, ଫାଜିଲ୍କା, ଲୁଧିଆନା, ମୋହାଲି ଜିଲ୍ଲାରେ ଏନଆଇଏ ଟିମ୍‌ ଏକକାଳୀନ ବ୍ୟାପକ ଚଢାଉ କରିଥିଲା । ସେହି ସମୟରେ ରାଜସ୍ଥାନ ଏବଂ ଦିଲ୍ଲୀର କିଛି ଅଞ୍ଚଳରେ ମଧ୍ୟ ସର୍ଚ୍ଚ କରାଯାଇଥିଲା । ଆତଙ୍କବାଦୀ ନେଟୱାର୍କକୁ ଧ୍ବଂସ କରିବା ଓ ଅପରାଧୀଙ୍କୁ ଗିରଫ କରିବା ପାଇଁ ସଂସ୍ଥା ଇନପୁଟ ସୂଚନା ଆଧାରରେ କ୍ରମାଗତ ଚଢାଉ ଜାରି ରଖିଛି । ଆଜି ଏକାକାଳୀନ 70 ସ୍ଥାନରେ ଚଢାଉ ଜାରି ରହିଥିଲେ ସୁଦ୍ଧା ଫଳାଫଳ ସମ୍ପର୍କରେ କିଛି ଜଣାପଡିନି । କେହି ଗିରଫ ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି କି ନାହିଁ, ସେ ନେଇ ସଂସ୍ଥା କିଛି ସ୍ପଷ୍ଟ କରିନି ।

ପିିଏଫଆଇକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ବ୍ୟାନ ଘୋଷଣା କରିବା ପୂର୍ବରୁ ଏନଆଇଏ ପିଏଫଆଇର ବିଭିନ୍ନ ସଂଗଠନ ଉପରେ ଚଢାଉ କରିଥିଲା । ଏକାଧିକ ସ୍ଥାନରେ ଆତଙ୍କୀ ପାଣ୍ଠି ଯୋଗାଡ, ମଦ୍ରାସାରେ ଆତଙ୍କବାଦୀ ଷଡଯନ୍ତ୍ର , ବିଦେଶୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ଅଭିଯୋଗରେ ପିଏଫଆଇର ଏକାଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାବା ପରେ କେନ୍ଦ୍ର ଏହାକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.