ETV Bharat / bharat

ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

author img

By

Published : Sep 27, 2022, 7:12 AM IST

ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'
ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

ନବରାତ୍ରୀର ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା' ଦୁର୍ଗା । ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା, ଆଉ ଦିନ କେଇଟା ପରେ ଦଶହରା, ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ନବରାତ୍ରୀରେ ମା’ ଦୁର୍ଗା ନଅଟି ରୂପରେ ପୂଜା ପାଇଥାନ୍ତି । ଏହି ନଅଦିନ ମା' ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମଣ୍ଡପରେ ପୂଜା କରାଯାଏ ।

  • आज माता के द्वितीय स्वरूप मां ब्रह्मचारिणी के विशेष पूजन का दिन है। मेरी कामना है कि वे अपने सभी भक्तों को शक्ति, सामर्थ्य और लक्ष्यसिद्धि का आशीर्वाद दें। उनकी यह स्तुति आपके लिए… pic.twitter.com/dgAfYZvf3i

    — Narendra Modi (@narendramodi) September 27, 2022 " class="align-text-top noRightClick twitterSection" data=" ">

ଆଜି ମା'ଙ୍କ ବ୍ରହ୍ମଚାରିଣୀ ରୂପ

ପ୍ରଥମ ଦିନରେ ମା' ଶୈଳପୁତ୍ରୀ ରୂପରେ ପୂଜା ପାଇବା ପରେ ଆଜି(ମଙ୍ଗଳବାର) ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ । ନବରାତ୍ରର ଦ୍ବିତୀୟ ଦିନରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ବ୍ରହ୍ମଚାରିଣୀ ରୂପରେ ଉପାସନା କରିଥାନ୍ତି । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ମା’ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା ପାଇଁ ଦେବୀଙ୍କ ନାମ ତପଶ୍ଚାରିଣୀ ଅର୍ଥାତ୍‌ ବ୍ରହ୍ମଚାରିଣୀ ହୋଇଛି । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ମା'ଙ୍କ ଏହି ସ୍ବରୂପକୁ ପୂଜା କଲେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା'ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା ।

ଏହା ମଧ୍ୟ ପଢନ୍ତୁ-Navratri 2022: ଆଜି ଶୈଳପୁତ୍ରୀ ରୂପରେ ପୂଜା ପାଇବେ ମା’

ଜ୍ଞାନ ଓ ବୁଦ୍ଧିର ଦେବୀ

ନବରାତ୍ରୀର ଦ୍ବିତୀୟ ଦିନରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପୂଜା ପେଣ୍ଡାଲ ଗୁଡିକରେ ମା'ଙ୍କୁ ଆଜି ବ୍ରହ୍ମଚାରିଣୀ ସୂରୂପରେ ପୂଜା କରିବେ ଭକ୍ତ । ଆଜିର ଦିନରେ ମା'ଙ୍କୁ ସ୍ମରଣ କଲେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାରରେ ବୃଦ୍ଧିହୁଏ । ମା' ବ୍ରହ୍ମଚାରିଣୀଙ୍କୁ ଜ୍ଞାନ ଓ ବୁଦ୍ଧିର ଦେବୀ ବୋଲି ମଧ୍ୟ କୁହାଯାଏ । ତାଙ୍କ କୃପା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ମା'ଙ୍କ ପୂଜା କଲେ ଛାତ୍ରଛାତ୍ରୀଙ୍କୁ ବିଶେଷ ଲାଭପ୍ରାପ୍ତ ହୋଇଥାଏ ।

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନବରାତ୍ରୀର ଦ୍ବିତୀୟ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟରରେ ମା' ବ୍ରହ୍ମଚାରିଣୀଙ୍କ ଏକ ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ, ଯେଉଁଥିରେ ସେ ଲେଖିଛନ୍ତି, ''ଆଜି ହେଉଛି ମା' ଙ୍କର ଦ୍ୱିତୀୟ ରୂପ ମାତା ବ୍ରହ୍ମଚରିଣୀଙ୍କ ବିଶେଷ ଉପାସନାର ଦିନ । ମୁଁ କାମନା କରୁଛି ମା' ତାଙ୍କର ସମସ୍ତ ଭକ୍ତଙ୍କୁ ଆଶୀର୍ବାଦ କରନ୍ତୁ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.