ETV Bharat / bharat

Congress President Election: ୩୦ରେ ନାମାଙ୍କନ ଭରିପାରନ୍ତି ଶଶି ଥରୁର

author img

By

Published : Sep 25, 2022, 7:47 PM IST

rumour Sashi Tharoor will file nomination for Congress president election on September 30
Congress President Election: ୩୦ରେ ନାମାଙ୍କନ ଭରିବେ ଶଶି ଥରୁର !

ସେପ୍ଟେମ୍ବର ୩୦ ତାରିଖରେ ନାମାଙ୍କନ ଭରିବେ ବରିଷ୍ଠ କଂଗ୍ରେସ ନେତା ତଥା ସାସଂଦ ଶଶି ଥରୁର (Congress President Election)। ଶଶି ଥରୁର୍‌ ନାମାନଙ୍କ ଭରିବା ପାଇଁ ବିଭିନ୍ନ ରାଜ୍ୟର ପ୍ରତିନିଧି ସହ ସମ୍ପର୍କରେ ରହିଥିବା ଚର୍ଚ୍ଚା (Sashi Tharoor on Congress President Election)। ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ହେବ(Congress President Election) । ଏହି ପଦ ପାଇଁ ସେପ୍ଟେମ୍ବର ୩୦ ତାରିଖରେ ନାମାଙ୍କନ ଭରିବେ ବରିଷ୍ଠ କଂଗ୍ରେସ ନେତା ତଥା ସାସଂଦ ଶଶି ଥରୁର । ଏଥର ଗାନ୍ଧି ପରିବାରରୁ କେହି ନାମାଙ୍କନ ଭରୁନଥିବାରୁ ଦୁଇ ଦଶକ ପରେ ପ୍ରଥମ ଥର ପାଇଁ ଜଣ ଅଣଗାନ୍ଧିଙ୍କ ହାତରେ କଂଗ୍ରେସର ମଙ୍ଗ ରହିବ ।

1998ରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଜିତେନ୍ଦ୍ର ପ୍ରସାଦଙ୍କୁ ପରାଜିତ କରିଥିଲେ ସୋନିଆ ଗାନ୍ଧି । ଏହାପୂର୍ବରୁ ୧୯୯୬ରେ ଏହି ନିର୍ବାଚନରେ ସୀତାରାମ କେଶରୀ, ଶରଦ ପାୱାରଙ୍କୁ ହରାଇ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ । କଂଗ୍ରେସର ନିର୍ବାଚନ ଅଧିକାରୀ ବର୍ତ୍ତମାନ ପ୍ରାର୍ଥୀପତ୍ର ଗ୍ରହଣ କରିବାରୁ କଂଗ୍ରେସର କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ।

ଏହା ବି ପଢ଼ନ୍ତୁ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା, ଗାନ୍ଧୀ ନା ଅଣଗାନ୍ଧୀ କିଏ ହେବେ ଦଳର ମଙ୍ଗୁଆଳ ?

ସୂତ୍ର ମୁତାବକ ସାଂସଦ ଶଶି ଥରୁର୍‌ ନାମାନଙ୍କ ଭରିବା ପାଇଁ ବିଭିନ୍ନ ରାଜ୍ୟର ପ୍ରତିନିଧି ସହ ସମ୍ପର୍କରେ ରହିଛନ୍ତି(Sashi Tharoor on Congress President Election ) । ସେ ନିର୍ବାଚନ ଅଧିକାରୀଙ୍କଠାରୁ ୫ଟି ସେଟ୍‌ର ପ୍ରାର୍ଥୀପତ୍ର ନେଇଛନ୍ତି । ପ୍ରାର୍ଥୀତ୍ବ ପାଇଁ ତାଙ୍କୁ ପ୍ରସ୍ତାବକ ଭାବରେ ୫୦ ପ୍ରତିନିଧି ଆବଶ୍ୟକ । ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ ତାରିଖରୁ ବିଜ୍ଞପ୍ତି ଜାରି ହୋଇଥିଲା । ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ପ୍ରାର୍ଥୀ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରି ପାରିବେ ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ଶଶି ଥରୁର୍‌ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବା ନେଇ ଚର୍ଚ୍ଚା ହେଉଛି । ଅକ୍ଟୋବର ୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ୯ ହଜାରରୁ ଅଧିକ ନିର୍ବାଚକ ମଣ୍ଡଳ ସଦସ୍ୟ ମତଦାନ କରିବେ ।

କଂଗ୍ରେସ ଅଧ୍ୟକ୍ଷ ପଦ ଏବେ କିଏ ସମ୍ଭାଳିବ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏହାକୁ ନେଇ ଏବେ କଂଗ୍ରେସର କେତେକ ତୁଙ୍ଗ ନେତାଙ୍କ ନାମ ଆଗକୁ ଆସୁଛି (speculation for congress president election) । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ଗାନ୍ଧି ପରିବାରର ନିକଟତର ଥିବାରୁ ଅଧ୍ୟକ୍ଷ ରେସ୍‌ରେ ତାଙ୍କ ନାମ ସର୍ବାଗ୍ରେ ରହିଛି । ସେପଟେ ଶଶି ଥରୁରଙ୍କ ନାମ ମଧ୍ୟ ତାଲିକାରେ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.